You are here
Home > ଲାଟେଷ୍ଟ > ବିଜେପିରେ ଯୋଗ ଦେଲେ ଅଶୋକ ପାଣିଗ୍ରାହୀ

ବିଜେପିରେ ଯୋଗ ଦେଲେ ଅଶୋକ ପାଣିଗ୍ରାହୀ

ବରଗଡ: ହଜାର ହଜାର ସମର୍ଥକଙ୍କ ସହ ବିଜେପୁର  ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ସୋମବାର   ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି  । ବରଗଡ ବରପାଲି ଜଗନ୍ନାଥପୁର  ପଡିଆରେ ଆୟୋଜିତ ଏକ ବିଶାଳ ଜନସମାବେଶରେ  ଅଶୋକ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀ ପାଣିଗ୍ରାହୀ  ସାମିଲ ହୋଇଛନ୍ତି  ।
  ପୂର୍ବତନ ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀଙ୍କୁ ବିଜେଡି ଅତି ତରବରିଆ ଭାବେ ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଅନ୍ୟପକ୍ଷରେ କିନ୍ତୁ କଂଗ୍ରେସ ଓ ବିଜେପି  ଏପର୍ଯ୍ୟନ୍ତ କାହାକୁ ପ୍ରାର୍ଥୀ କରିବେ ସେ ନେଇ କୌଣସି ଘେଷଣା କରି ନାହାନ୍ତି । ସେପଟେ ବିଜେଡି ପକ୍ଷରୁ ବହିସ୍କୃତ ହୋଇଥିବା ବିଜେପୁର  ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି । ସେ ବିଜେପି ପକ୍ଷରୁ ବିଜେପୁର ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଖୁବ୍ଶୀଘ୍ର ଏନେଇ ବିଜେପି ପକ୍ଷରୁ ଘୋଷଣା ହୋଇପାରେ । ଏହି ମିଶ୍ରଣ ପର୍ବରେ  ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ବିଜେପୁର ଉପ ନିର୍ବାଚନ ରଣ ହୁଙ୍କାର ଦେଇଛି । ଆଜିର ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ସୁରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ  ।

ONA

Leave a Reply

Top