You are here
Home > ଲାଟେଷ୍ଟ > ବିଜେପିରେ ମିଶିଲେ ଜୟରାମ ପାଙ୍ଗି

ବିଜେପିରେ ମିଶିଲେ ଜୟରାମ ପାଙ୍ଗି

ଜୟପୁର: କୋରାପୁଟର ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଜୟରାମ ପାଙ୍ଗି ବିଧିବଦ୍ଧ ଭାବେ ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶତାଧିକ ସମର୍ଥକଙ୍କ ସହ ଆସି  ବିଜେପିରେ ମିଶିଛନ୍ତି ପାଙ୍ଗି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଜୟରାମଙ୍କୁ ଫୁଲତୋଡା ଓ ବିଜେପି ଟୋପି ପିନ୍ଧାଇ ସ୍ୱାତ କରାଯାଇଥିଲା । ମିଶ୍ରଣ କାର୍ଯ୍ୟକ୍ରମରେ ବିଶ୍ୱଭୂଷଣ ରହିଚନ୍ଦନ, ଭୃଗୁ ବକ୍ସିପାତ୍ର ଏବଂ ଗିରିଧାରୀ ଗମାଙ୍ଗ ଉପସ୍ଥିତ ଥିଲେ  ।
  ବିଜେପିରେ ମିଶିବା ପରେ ପାଙ୍ଗି କହିଛନ୍ତି, ଆଦିବାସୀମାନେ ସରଳ ବିଶ୍ୱାସୀ  । ମୁଁ ଗଡିଆରୁ ଆସି ସମୁଦ୍ରରେ ମିଶିଛି । କୌଣସି ସର୍ତ୍ତ  ଓ ପଦ ଆଶା ରଖି ଏ ଦଳକୁ ଆସିନାହିଁ  । ସେ ଆହୁରି କହିଛନ୍ତି,  ବିଜେଡିରେ ମୁଁ ଜଣେ ଶୃଙ୍ଖଳିତ କର୍ମୀ ଥିଲି  । ଆଦିବାସୀ ହିସାବରେ ନବୀନଙ୍କୁ ନେତା ମାନୁଥିଲି  । ୪୦ ବର୍ଷର କର୍ମୀଙ୍କୁ ୪୦ ସେକେଣ୍ଡରେ ତଡି ଦେଲେ । ଏହା ବିଜେଡିର ବିନାଶ କାଳେ ବିପରୀତ ବୁଦ୍ଧି  । ଯେଉଁମାନେ ଚକ୍ରାନ୍ତ କରିଥିଲେ ସେମାନେ ବିଶ୍ୱାସଘାତକ । ବିଜୁ ବାବୁ ଯାହା ସବୁ ଚାହୁଁଥିଲେ ବିଜେଡିରେ ତାହାର ଓଲଟା ହେଉଛି । ଗତ ମାର୍ଚ୍ଚ ୧୨ ତାରିଖରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ବିଶୃଙ୍ଖଳା ନେଇ ଜୟରାମ ପାଙ୍ଗିଙ୍କୁ  ଦଳରୁ ନିଲମ୍ବିତ କରିଥିଲେ ନବୀନ ପଟ୍ଟନାୟକ । କୋରାପୁଟ ଜିଲ୍ଲା ରାଜନୀତିରେ ପାଙ୍ଗିଙ୍କ ଦବଦବା ରହିଥିବାରୁ ଏହାର ପ୍ରଭାବ ବିଜେଡି ଉପରେ  ପଡିବ ବୋଲି ଆଲୋଚନା ହେଉଛି । ପୂର୍ବରୁ ସେ ବିଜେଡିର କୋରାପୁଟ ଜିଲ୍ଲା ସଭାପତି ମଧ୍ୟ ରହି ସାରିଛନ୍ତି । ପାଙ୍ଗି ବିଜେପିରେ ସାମିଲ ହେଲେ  ଆଦିବାସୀ ଅଞ୍ଚଳରେ ଦଳ ମଜଭୁତ ହେବ ବୋଲି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଥିଲେ । ତେବେ ପାଙ୍ଗିଙ୍କ ବିଜେପିରେ ମିଶିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ରବି ନାରାୟଣ ନନ୍ଦ । ଜୟରାମ ବିଜେପିରେ ଯୋଗଦେବା ଦଳରେ କୌଣସି ପ୍ରଭାବ ପଡିବ ନାହିଁ  । ପାଙ୍ଗି ପୂର୍ବରୁ ଗୋଟିଏ ଦଳରେ ରହି ଅନ୍ୟ ଦଳପାଇଁ କାମ କରନ୍ତି ବୋଲି । ଏଭଳି ଦଳ  ଛାଡିବ । ଆଗାମୀ ୨୦୧୯ ନିର୍ବାଚନରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ନନ୍ଦ ପ୍ରତିକ୍ରିୟା ରଖିଛନ୍ତି ।

ONA

Leave a Reply

Top