You are here
Home > ଲାଟେଷ୍ଟ > ବିଜେଡି ଧରିଲା ଆଦିବାସୀ ଅସ୍ତ୍ର: ନଭେମ୍ବର ୮ ଓ ୧୦ରେ କେନ୍ଦ୍ର ବିରୋଧରେ ଲଢେଇ

ବିଜେଡି ଧରିଲା ଆଦିବାସୀ ଅସ୍ତ୍ର: ନଭେମ୍ବର ୮ ଓ ୧୦ରେ କେନ୍ଦ୍ର ବିରୋଧରେ ଲଢେଇ

ଭୁବନେଶ୍ୱର : କେନ୍ଦ୍ରର  କେନ୍ଦ୍ର ଅବହେଳା ଯୋଗୁ  ଓଡ଼ିଶାର ଲକ୍ଷ ଲକ୍ଷ ଆଦିବାସୀ ତାଙ୍କ ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି । ଏହା ଏକ ବଡ଼ ବିଡମ୍ବନାର ବିଷୟ । ଓଡ଼ିଶାର ନ୍ୟାଯ୍ୟ ଦାବିକୁ କେନ୍ଦ୍ର ପ୍ରତ୍ୟାଖାନ କରୁଛି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ଓଡ଼ିଶାର ଜନକଲ୍ୟାଣ ପାଇଁ କେନ୍ଦ୍ର ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି, ତାର ଅସଲ ଚିତ୍ର ଭିନ୍ନ । ଚଳିତ ଆର୍ଥôକ ବର୍ଷରେ ଅନୁସୂଚିତ ଜନଜାତି ଜନସଂଖ୍ୟା ଓ ଅନୁସୂଚିତ ଅଞ୍ଚଳର ବିକାଶ ପାଇଁ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୭ମାସ ବିତିଯାଇଥିଲେ ମଧ୍ୟ କାର୍ୟ୍ୟ ନିଦେ୍ର୍ଦଶ ଦେଉନି କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଅନୁମୋଦନ କମିଟି(ପିଏସି) । ଆଉ କେତୋଟି ଦିନରେ ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ନିୟମ ଲାଗୁ ହେବ । ଅନୁସୂଚିତ ଜନଜାତି ଅଞ୍ଚଳରେ ଏହି ଟଙ୍କା ଚାହିଁଲେ ବି ଖର୍ଚ୍ଚ କରିହେବ ନାହିଁ । ଏହାର ପ୍ରତିବାଦରେ ଆସନ୍ତା ୮ତାରିଖରେ ଅନୁସୂଚିତ ଜନଜାତି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବେ । ସେହିପରି ଚଳିତ ମାସ ୧୦ ତାରିଖରେ ରାଜ୍ୟର ସମସ୍ତ ଆଇଟିଡିଆଇ ଅଫିସ୍ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯିବ ବୋଲି ଏକ ସମ୍ବାଦିକ ସମ୍ମିଳନୀରେ ପ୍ରତାପ ଦେବ ସୂଚନା ଦେଇଛନ୍ତି ।
ବିଧାୟକ ତଥା ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ପଦ୍ମନାଭ ବେହେରା କହିଛନ୍ତି, ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ସମ୍ବିଧାନର ୨୭୫(୧) ଅନୁଯାୟୀ କେନ୍ଦ୍ରୀୟ ଅନୁସୂଚିତ ଜନଜାତି ବ୍ୟାପାର ମନ୍ତ୍ରାଳୟ ୨୦୨୬-୧୭ ଆର୍ଥିକ ବର୍ଷ ପାଇଁ ୯୬.୮୬ କୋଟି ଟଙ୍କା ଓ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ପାଣ୍ଠିରୁ ୯୮.୯ କୋଟି ଟଙ୍କାର ଅନୁଦାନ ରାଜ୍ୟକୁ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ପ୍ରକଳ୍ପ ଅନୁମୋଦନ କମିଟି (ପିଏସି) କାର୍ୟ୍ୟ ପାଇଁ ନିଦେ୍ର୍ଦଶ ଦେଇଥାଏ । ତେବେ ରାଜ୍ୟର ବାର୍ଷିକ କାର୍ୟ୍ୟ ଯୋଜନାର ଅନୁମୋଦନ ପରେ ହିଁ ଏହି ଅର୍ଥ ବିନିଯୋଗ ହୋଇପାରିବ । ଗତ ମାସ ସେପ୍ଟେମ୍ବର ୧୬ ତାରିଖରେ କମିଟିରେ ହେଇଥିବା ଆଲୋଚନା ଆଧାରରେ ଏକ ପରିବର୍ତ୍ତିତ ବାର୍ଷିକ ଯୋଜନା କେନ୍ଦ୍ର ମନ୍ତ୍ରାଳୟକୁ ରାଜ୍ୟ ସରକାର ପଠେଇ ସାରିଛନ୍ତି । ଚଳିତ ଆର୍ଥିକ ବର୍ଷର ସାତ ମାସ ବିତିଯାଇଥିବାବେଳେ ଏ ପର୍ୟ୍ୟନ୍ତ ପିଏସି ଅର୍ଥ ଖର୍ଚ୍ଚ ପାଇଁ କାର୍ୟ୍ୟାଦେଶ ଦେବାରେ ବିଳମ୍ବ କରୁଛନ୍ତି । ଏହି ଅର୍ଥରୁ ଅନୁସୂଚିତ ଜନଜାତିର ବର୍ଗର ଲୋକଙ୍କ ଉନ୍ନତ୍ତି ଏବଂ ବିଭିନ୍ନ ଜନ କଲ୍ୟାଣ ମୂଳକ କାର୍ୟ୍ୟ ନିମନ୍ତେ ଯୋଜନାଗୁଡ଼ିକୁ ତ୍ୱରାନ୍ୱିତ କରାଯାଇଥାଏ । ସେହି ଅଞ୍ଚଳର ରାସ୍ତାଘାଟ ନିର୍ମାଣ, ଗୃହ ନିର୍ମାଣ, ଜଳସେନ, ଜୀବିକା ଏବଂ ଧନ୍ଦାମୂଳକ କାର୍ୟ୍ୟକ୍ରମ ଯେପରି କୁକୁଡ଼ା ପାଳନ, ମାଛ ଚାଷ, ଉଦ୍ୟାନ କୃଷିଭିତ୍ତିକ କାର୍ୟ୍ୟ, କୌଶଳ ବିକାଶ ପାଇଁ ତାଲିମ, ସଂୟ ସହାୟକ ଗୋଷ୍ଠୀଙ୍କୁ ବ୍ୟବସାୟ କରିବା ପାଇଁ ଅର୍ଥ ଯୋଗଣ ଓ ଶିକ୍ଷାର ଭିତ୍ତିଭୂମିରେ ଉନ୍ନତିକରଣ କରାଯାଇଥାଏ । ବିଗତ ବର୍ଷଗୁଡ଼ିକରେ ପିଏସି ମାର୍ଚ୍ଚ କିମ୍ବା ଏପ୍ରିଲରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଜନଜାତି ଉନ୍ନୟନ ଯୋଜନାକୁ ଅନୁମୋଦନ କରିଥିଲେ । ଚଳିତ ବର୍ଷ ୪ ମାସ ପରେ ବୈଠକ ଓ ଏହାର ୩ ମାସ ପରେ ବି ପିଏସି କାର୍ୟ୍ୟ ପାଇଁ ଅନୁମତି ଦେଇନାହାନ୍ତି । ଏହା ସତ୍ତ୍ୱେ କେନ୍ଦ୍ର ସରକାର ଓଡ଼ିଶାରେ ବସବାସ କରୁଥିବା ଜନଜାତି ବର୍ଗର ଲୋକଙ୍କ ପ୍ରତି ଉଦାସିନ ମନୋଭାବ ଯୋଗୁ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ ଅନୁମୋଦନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହା ଦ୍ୱାରା ଲକ୍ଷ ଲକ୍ଷ ଜନଜାତି ବର୍ଗର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୨୦୧୫-୧୬ ଆର୍ଥିକ ବର୍ଷରେ ବକେୟା ଛାତ୍ରବୃତ୍ତି ବାବଦ ୩୬ କୋଟି ଟଙ୍କା କେନ୍ଦ୍ର ସରାକାର ଦେଉନାହାନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି ।

ONA

Leave a Reply

Top