You are here
Home > ଏକ୍ସକ୍ଲୁସିଭ୍ > ବିଜୁ ନା ମୋଦି,କାହା ବାଟରେ ଯିବେ ନବୀନ : ବିଧାନ ସଭାରେ କଂଗ୍ରେସର ହରାଇବ କି ବିରୋଧୀ ଦଳର ମାନ୍ୟତା !

ବିଜୁ ନା ମୋଦି,କାହା ବାଟରେ ଯିବେ ନବୀନ : ବିଧାନ ସଭାରେ କଂଗ୍ରେସର ହରାଇବ କି ବିରୋଧୀ ଦଳର ମାନ୍ୟତା !

ଭୁବନେଶ୍ବର: ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ସିଟ ରହିବ ନା ନାହିଁ । କଂଗ୍ରେସ ହାତରୁ ଚାଲି ଯିବ କି ବିରୋଧୀଦଳର ମାନ୍ୟତା । ମିଥ୍ୟା ସତ୍ୟ ପାଠ ମାମଲାରେ ସୁନ୍ଦରଗଡର କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦକୁ ହାଇକୋର୍ଟ ରଦ୍ଧ କରିବା ନିର୍ଦେଶ ଦେବା ପରେ ଆରମ୍ଭ ହୋଇଛି ଏମିତି ଚର୍ଚ୍ଚା । ଓଡିଶା ବିଧାନସଭା ସଂଖ୍ୟା ଗଣିତ କହୁଛି ବିରୋଧି ଦଳ ଆସନରେ ବସିବାକୁ କଂଗ୍ରେସ ପାଖରେ ଆଉ ଆବଶ୍ୟକୀୟ ସଂଖ୍ୟା ନାହିଁ । ବିଧାନସଭାର ମୋଟ ସିଟ ହେଉଛି ୧୪୭ । ବିରୋଧୀ ଦଳରେ ବସିବାକୁ ହେଲେ ମୋଟ ସିଟର ଏକ ଦଶମାଂସ ଆବଶ୍ୟକ । ଆଉ ଏହି ସଂଖ୍ୟା ହେଉଛି ୧୪.୭ ବା ୧୫ । ଓଡିଶା ବିଧାନସଭାରେ ବିରୋଧୀ ଦଳର ମାନ୍ୟତା ପାଇବାକୁ ହେଲେ ଆଭଶ୍ୟକତା ରହିଛି ୧୫ ଆସନ । ହେଲେ ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ  ଦେହାନ୍ତ ପରେ କଂଗ୍ରେସର ସଭ୍ୟ ସଂଖ୍ୟା ପହଁଚି ଥିଲା ୧୫ରେ । ଆଉ ଏବେ ହାଇକୋର୍ଟ ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି । ଯୋଗେସ ଯଦି ଉପରକୋର୍ଟକୁ ଯାଇ ନିଜସପକ୍ଷରେ ରାୟ ନଆଣନ୍ତି ତେବେ ଏହି ସଂଖ୍ୟା ପହଁଚିବ ୧୪ରେ । ସଂଖ୍ୟ ଦୃଷ୍ଟରୁ କଂଗ୍ରେସ ପାଖରେ ବିରୋଧୀଦଳ ଆସନରେ ବସିବାର ସୁଯୋଗ ରହିବ ନାହିଁ । ତେବେ ସଂଖ୍ୟା କମ ସଂଖ୍ୟା ଥିବା ଦଳକୁ  ବିରୋଧୀ ଦଳର ମାନ୍ୟତା ମିଳିବ କି ନାହିଁ ତାହା ଗୃହର ନେତା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ । ମୁଖ୍ୟମନ୍ତ୍ରୀ ଚାହିଁଲେ ସଂଖ୍ୟା କମ ଥିଲେ ବି ଅଧିକ ସଂଖ୍ୟା ଥିବା ଦଳକୁ ଗୃହରେ ବିରୋଧୀ ମାନ୍ୟତା ଦେଇ ପାରିବେ ।

ଓଡିଶା ବିଧାନସଭାରେ କଣ ଦେଖିବାକୁ ମିଳିବ ଲୋକସଭାର ସ୍ଥିତି । ବିନା ବିରୋଧୀ ଦଳ ନେତାରେ କଣ ଚାଲିବ କି ଓଡିଶା ବିଧାନସଭା । କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଧ ପରେ ଏମିତି ଆଶଙ୍କା ସୃଷ୍ଟି ହୋଇଛି । ବିଧାନସଭା ସଂଖ୍ୟା ଗଣିତ କହୁଛି ବିରୋଧୀ ଦଳ ସିଟରେ ବସିବାକୁ କଂଗ୍ରେସ ପାଖରେ ଆବଶ୍ୟକ ସଭ୍ୟ ନାହାନ୍ତି । ତେବେ ନବୀନ କଣ ମୋଦିଙ୍କ ପଦାଙ୍କ ଅନୁସରଣ କରି କଂଗ୍ରେସଠୁ ଛଡେଇ ନେବେ ବିରୋଧୀ ଦଳ ମାନ୍ୟତା ନା ବାପା ବିଜୁଙ୍କ ପରି ଉଦାରବାଦୀ ହୋଇ କଂଗ୍ରେସକୁ ବିରୋଧୀ ଆସନ ବସିବାକୁ ଦେବେ ।

ତେବେ ଓଡିଶା ବିଧାନସଭାରେ କଣ ହେବ ନବୀନଙ୍କ ଭୂମିକା । ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦାଙ୍କ ଆପଣେଇ ଲୋକସଭାପରି କଂଗ୍ରେସ ପାଖରୁ ବିରୋଧୀ ଦଳ ସିଟ କାଢି ନେଇପାରିବେ। ଏଥର ଲୋକ ସଭାରେ ବିରୋଧୀ ଦଳ ସିଟରେ ବସିବା ଲାଗି .ୟୁପିଏ ପାଖରେ ଆବଶ୍ୟକୀୟ ସିଟ ନାହିଁ । ତେଣୁ ପ୍ରଧାମନ୍ତ୍ରୀ କଂଗ୍ରେସକୁ ବିରୋଧୀ ସିଟରେ ବସିବାର ସୁଯୋଗ ଦେଲେ ନାହିଁ । ଯଦି ନବୀନ ମୋଦିଙ୍କ ପଥ ଆପଣାନ୍ତି ଦେବେ ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଆସନ ଆଉ ରହିବ ନାହିଁ ।

ହେଲେ ନବୀନ ଯଦି ନିଜ ବାପା ବିଜୁବାବୁଙ୍କ ବାଟରେ ଯାନ୍ତି ତେବେ ବିଧାନସଭାରେ କଂଗ୍ରୋସ ବିରୋଧୀ ଦଳ ମାନ୍ୟତା ହରାଇବ ନାହିଁ । ଇତିହାସ କହୁଛି ୧୯୯୦ରେ  ଜନତା ଦଳ ୧୨୩ ସିଟ ଜିତି ସରକାର କରିଥିଲା । ମୁଖ୍ୟମନ୍ତ୍ରୀ ସିଟରେ ବସିଥିଲେ ସ୍ବର୍ଗତ ବିଜୁ ପଟ୍ଟନାୟକ । ଆଉ ସେତେବେଳେ ମଧ୍ୟ କଂଗ୍ରେସ ପାଖରେ ବିରୋଧୀଦଳ ସିଟରେ ବସିବାର ସଂଖ୍ୟ ନଥିଲା । ହେଲେ ଉଦାରବାଦୀ ନେତା ବିଜୁ ବାବୁ ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକାକୁ ସମ୍ମାନ ଦେଇ ବିଧାନସଭାରେ କଂଗ୍ରେସକୁ ବିରୋଧୀ ଦଳ ଭୂମିକା ଲିଭାଇବାକୁ ସୁଯୋଗ ଦେଇଥିଲେ । ସେତେବେଳେ ରାମଚନ୍ଦ୍ର ଉଲ୍ଲାକା ବସିଥିଲେ ବିରୋଧୀଦଳ ନେତାଙ୍କ ସିଟରେ ।ହେଲେ ଏବେ ସମୟ ବଦଳିଛି । ବିଧାନସଭାରେ ବିରୋଧୀଦଳ ନେତା ନରସିଂହ ମିଶ୍ର ଶାଣିତ ଆକ୍ରମଣ କରି ସରକାରଙ୍କୁ ଅଡୁଆରେ ପକାଉଛନ୍ତି । ଅନେକ ପ୍ରସଂଗରେ  ବିରୋଧୀ ଦଳ ଲାଗି ସରକାର ସମସ୍ୟାରେ ପଡୁଛନ୍ତି । ଏସବୁକୁ ଦେଖି ଚର୍ଚ୍ଚା ହେଉଛି ନବୀନ ମୋଦିଙ୍କ ପରି ବିଧାନସଭାକୁ ବିରୋଧୀଦଳ ଶୂନ୍ୟ କରି ସହଜରେ ଆଉ ବାକି ସମୟ ସରକାର ଚଳାଇବେ । ହେଲେ ଅପେକ୍ଷା ନବୀନଙ୍କ ନିଷ୍ପତ୍ତିକୁ, ନବୀନ ବିଜୁଙ୍କ ପଦାଙ୍କ ଅନୁସରଣ କରିି ନବୀନ ବିଧାନସଭାରେ କଂଗ୍ରେସକୁ ବିରୋଧୀ ଦଳର ମାନ୍ୟତା ଦେବେ,ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଟରେ ଯାଇ ବିଧାନସଭାରୁ ବିରୋଧୀଦଳ ନେତାଙ୍କ ସିଟ ହଟାଇଦେବେ ।

ONA

Leave a Reply

Top