You are here
Home > ଲାଟେଷ୍ଟ > ବିଚାରପତି ଜଷ୍ଟିସ ଆଇ.ଏମ୍. କୁଦ୍ଦୁସି ଗିରଫ

ବିଚାରପତି ଜଷ୍ଟିସ ଆଇ.ଏମ୍. କୁଦ୍ଦୁସି ଗିରଫ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଇ.ଏମ୍. କୁଦ୍ଦୁସିଙ୍କୁ ଆଜି ସିବିଆଇ ଗିରଫ କରିଛି। କୁଦ୍ଦୁସିଙ୍କୁ ଦିଲ୍ଲୀ ଗ୍ରେଟର କୈଳାସ ସ୍ଥିତ ତାଙ୍କ ଏନ୍/୭ ଘରୁ ଗିରଫ ଗିରଫ କରିଛି ସିବିଆଇ।  ଜଷ୍ଟିସ କୁଦ୍ଦୁସିଙ୍କ ସହ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ସେମାନେ ହେଲେ ବିପି ଯାଦବ, ପଳାସ, ବିଶ୍ୱନାଥ ଅଗ୍ରୱାଲ ଓ ରାମଦେବ ସାରସ୍ୱତ। ଉତ୍ତରପ୍ରଦେଶର ଏକ ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜଷ୍ଟିସ କୁଦ୍ଦୁସିଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନ ସହ ୯ଟି ସ୍ଥାନରେ ଗତକାଲି ସିବିଆଇ ପକ୍ଷରୁ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ବେଳେ ସିବିଆଇ ପ୍ରାୟ ୯୨ ଲକ୍ଷ ଟଙ୍କା ଜବତ କରିଛି। ଲକ୍ଷ୍ମୌ ସ୍ଥିତ ଏକ ମେଡିକାଲ କଲେଜରେ ନାମଲେଖା ଉପରେ ଏମ୍‌ସିଆଇ ନିଷେଧାଦେଶ ଜାରି କରିଥିଲା ପରେ କଲେଜ ପକ୍ଷରୁ ଏହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାରେ କଲେଜ ପକ୍ଷରେ ରାୟ ଯିବା ନେଇ ଏକ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା  ସିବିଆଇ ଏତଲାରେ ଉଲ୍ଲେଖ  କରିଛି। ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ବିଶ୍ୱନାଥ ଅଗ୍ରୱାଲ୍ ଓଡ଼ିଶାର ବୋଲି ଜଣାପଡ଼ିଛି।  ବିଶ୍ୱନାଥଙ୍କ ଭୁବନେଶ୍ୱରର କାନନ ବିହାରରେ ଘର ରହିଛି।

ONA

Leave a Reply

Top