You are here
Home > ଫ୍ୟୁଚର ପ୍ଲସ୍ > ବିକାଶ ସାତସପନ

ବିକାଶ ସାତସପନ

ପାରଳାଖେମୁଣ୍ଡି: ବ୍ଲକ ଅଫିସ ଓ ପଞ୍ଚାୟତ ସଦର ମହୁକମା ଠାରୁ ପ୍ରାୟ ୨କିମି ଦୂରତାରେ ରହିଛି । କିନ୍ତୁ ଏଠି ବିକାଶ ବାଟ ହୁଡିଛି । ବହୁ ବର୍ଷ ପୂର୍ବ ଗ୍ରାମର ଚିତ୍ର ଯାହାଥିଲା ବର୍ତ୍ତମାନ ସେଥିରେ କୌଣସି ପରିବର୍ତ୍ତନ ଘଟି ନାହିଁ । ମୌଳିକ ସୁବିଧା ସବୁ ଏଠାରରେ ପହଞ୍ଚି ପାରୁନାହିଁ । ବିକାଶ କ୍ଷେତ୍ରରେ ପଛୁଆ ରହିଥିବା ଏହି ଗ୍ରାମ ହେଉଛି ଆଡ଼ାଗାଁ ।
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବଡ଼କତୁରୁ ପଞ୍ଚାୟତରେ ରହିଛି ଆଡାଗାଁ । ଗ୍ରାମର ଗୋଟିଏ ପଟେ ବ୍ଲକ ସଦର ମହକୁମା ଏବଂ ଅନ୍ୟପଟେ ଲାଗି ରହିଛି ପଞ୍ଚାୟତ ସଦର ମହକୁମା ।  ବଡ଼କତୁରୁ ପଞ୍ଚାୟତର ଆଡାÿଗାଁ ସମେତ ଅନେକ ଗ୍ରାମରେ ସମସ୍ୟା ଦିନକୁ ଦିନ ବଢି ଚାଲିଛି । ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ବିଦୁ୍ୟତ ଆଲୋକ, ରାସ୍ତା, ଇନ୍ଦିରା ଆବାସ, ରେସନ କାର୍ଡ ପ୍ରଭୃତି କ୍ଷେତ୍ରରେ ସମସ୍ୟା ଲଗି ରହିଛି । ଦୀର୍ଘ ବର୍ଷ ଧରି ଆଡାÿଗାଁ ସମେତ ବଡ଼କତୁରୁ ପଞ୍ଚାୟତବାସୀ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ଅଣଦେଖା ଓ ଉଦାସୀନତାର  ଶିକାର ହୋଇ ଆସୁଛନ୍ତି । ଆଡ଼ାଗାଁରେ ରହିଛି ୩ଟି ସାହି ଯଥା ହରିଜନ, ରେଲି ଓ କାମ୍ପସାହି । ପ୍ରାୟ ୧୫୦ଟି ପରିବାରର ୪ଶହରୁ ଉଦ୍ଧ୍ୱର୍ ଲୋକ ଏଠାରେ ବସବାସ କରନ୍ତି । ସମସ୍ତେ ଗରିବ ଶ୍ରେଣୀର । କାମଧନ୍ଦା ଅଭାବରେ ଗ୍ରାମର ଅନେକ ଲୋକ ରାଜ୍ୟ ବାହରକୁ ଦାଦନ ଖଟିବାକୁ ଚାଲିଯାଇଥିବା କହନ୍ତି ଗ୍ରାମର ୱାର୍ଡସଭ୍ୟ ବିଏଲ ଏଣ୍ଡୁ । ଗାଁରେ ଷ୍ଟ୍ରିଟ ଲାଇଟ୍ ନାହିଁ ।  ନଳକୂପ, କୂଅ ଓ ବୋର ୱେଲ ପାଇପ ପଏଣ୍ଟ ରହିଛି ହେଲେ ପାନୀୟ ଜଳ କ୍ଷେତ୍ରରେ ନାହିଁ ନଥିବା ସମସ୍ୟା । ପାନୀୟ ଜଳ ଅଭାବରେ ଗ୍ରାମବାସୀ ନିକଟସ୍ଥ ଗ୍ରାମ ସାରିଆପଲ୍ଲୀକୁ ପାଣି ଆଣିବା ପାଇଁ ଯାଇଥାନ୍ତି । ମୁଖ୍ୟରାସ୍ତା କଡ଼ରେ ଏହି ଗାଁଟି ଥିଲେ ରାସ୍ତା ଠିକ୍ ନାହିଁ । ଗରିବ ଲୋକଙ୍କୁ ଇନ୍ଦିରା ଆବାସ ଗୃହ ମିଳୁ ନଥିବା ବେଳେ ସେମାନେ ଝାଟି ମାଟି ଚାଳ ଘରେ ପାଲ ପକାଇ ଶୀତ କାକରରେ ରହିବାକୁ ବାଧ୍ୟ ହେଉଛନ୍ତି । ଅନେକ ବୁଢ଼ାବୁଢ଼ି ଅଛନ୍ତି । ସେମାନଙ୍କୁ ଭତ୍ତା୍ ମିଳୁନଥିବା ଅଭିଯୋଗ ହେଉଛି । ସେହିଭଳି ରେସନ କାର୍ଡରେ ବି ଦୁର୍ନୀତି ଅଭିଯୋଗ । ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ହୋଇଛି । ହେଲେ ପାଣିର ଅଭାବରେ ତାହା ବ୍ୟବହାର ହୋଇପାରୁନାହିିଁ । ନାଳ ଓ ଗାଁ ପରିବେଶ ସଫା ସୁତୁରା ନାହିଁ ଯାହା ଫଳରେ ଅନେକ ରୋଗ ବ୍ୟାଧିର ଶିକାର ହେବାକୁ ପଡୁଛି । ନିର୍ବାଚନ ସମୟ ଆସିଲେ ବିକାଶ କାର୍ଯ୍ୟର ମିଥ୍ୟା ପ୍ରତିଶ୍ରୁତି  ଦେଇ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଭୋଟ ନେଇ ଚାଲି ଯାଆନ୍ତି, ହେଲେ ଅବହେଳିତ ଗ୍ରାମର ସମସ୍ୟା ଉପରେ ଆଉ ନଜର ଦିଅନ୍ତି ନାହିଁ । ଏହି ପରିପ୍ରେକ୍ଷୀରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସରପଞ୍ଚ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ପଦ ନିମନ୍ତେ ନିର୍ବାଚନ ହେଉଛି । ଚଳିତ ନିର୍ବାଚନ ପରେ ନିର୍ବାଚିତ ପ୍ରାର୍ଥୀମାନେ ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦେବେ ତ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।

ONA

Leave a Reply

Top