You are here
Home > ଏଣ୍ଟରଟେନମେଣ୍ଟ > ବାସ୍କେଟବଲ ଖେଳିବେ ଶ୍ରଦ୍ଧା

ବାସ୍କେଟବଲ ଖେଳିବେ ଶ୍ରଦ୍ଧା

ଶୀର୍ଷକଟି ପଢି ଆପଣ ଭାବୁଥିବେ ବୋଧହୁଏ ଅଭିନେତ୍ରୀ ଶ୍ରଦ୍ଧା କପୁର ଅଭିନୟ ଛାଡି ବାସ୍କେଟବଲ ଖେଳିବା ଆରମ୍ଭ କରିଦେଲେଣି । ହେଲେ କଥାଟି ଆଦୌ ସେୟା ନୁହେଁ । ନିଜର ଅପକମିଂ ଫିଲ୍ମରେ ଶ୍ରଦ୍ଧା ଜଣେ ବାସ୍କେଟବଲ ଖେଳାଳି ଭୂମିକାରେ ନଜର ଆସିବେ । ଚେତନ ଭଗତଙ୍କ ଉପନ୍ୟାସକୁ ଆଧାର କରି ଫିଲ୍ମ ନିର୍ମାଣ କରୁଛନ୍ତି ନିଦେ୍ର୍ଦଶକ ମୋହିତ ସୁରୀ । ଫିଲ୍ମର ଶୀର୍ଷକ ହେଉଛି ହାଫ୍୍ ଗର୍ଲଫ୍ରେଣ୍ଡ । ନିକଟରେ ଫିଲ୍ମର ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ଅର୍ଜୁନ କପୁର ଓ ଶ୍ରଦ୍ଧା କପୁରଙ୍କୁ ରୋମାଣ୍ଟିକ ମୁଡ୍୍ରେ ଦେଖିବାକୁ ମିଳିଛି । ଏହି ଫଟୋରେ ଦୁହେଁ ହାତ ଧରାଧରି ହୋଇ ବର୍ଷାରେ ଭିଜୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ଶ୍ରଦ୍ଧାଙ୍କୁ ଅନ୍ୟ ହିରୋଙ୍କ ସହ ରୋମାନ୍ସ କରୁଥିବା ଆପଣମାନେ ଦେଖିଥିବେ । ଫିଲ୍ମ ଆଶିକି-୨ରେ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଫିଲ୍ମ ବାଗିରେ ଟାଇଗର ସ୍ରଫ୍୍ଙ୍କ ସହ ବର୍ଷାରେ ଶ୍ରଦ୍ଧାଙ୍କ ରୋମାନ୍ସ ଦର୍ଶକଙ୍କୁ ଢେର ଏଣ୍ଟରଟେନମେଣ୍ଟ ଯୋଗେଇଥିଲା । ତେବେ ଖାସ୍୍ କଥାଟି ହେଉଛି ହାଫ୍୍ ଗର୍ଲଫ୍ରେଣ୍ଡରେ ଶ୍ରଦ୍ଧା ଜଣେ ବିଶ୍ୱବିଦ୍ୟାଳୟ ସ୍ତରର ବାସ୍କେଟବଲ ଖେଳାଳି ଭୂମିକାରେ ନଜର ଆସିବେ । ନିଜ ଅଭିନୟକୁ ଜୀବନ୍ତ କରିବାକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ମିରାଣ୍ଡା ହାଉସ କଲେଜରେ ଫିଲ୍ମର କିଛି ଅଂଶ ସୁଟିଂ କରାଯାଇଛି । ତେବେ ପୂର୍ବରୁ ବାସ୍କେଟବଲ ଉପରେ ଜ୍ଞାନ ନଥିବାରୁ ସୁଟିଂ ପୂର୍ବରୁ ପେସାଦାର ବିଦେଶୀ ପ୍ରଶିକ୍ଷିକା ନାତାଲିଆ ଆନେ୍ଦ୍ରଙ୍କ ଦ୍ୱାରା ତାଙ୍କୁ ତାଲିମ ଦେବାର ବ୍ୟବସ୍ଥା କରିଥିଲେ ମୋହିତ । ଫିଲ୍ମଟି ଆସନ୍ତା ମେ ୧୯ରେ ବଡ ପରଦାକୁ ଆସିବ । ଫିଲ୍ମର ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ଏକତା କପୁର ।

ONA

Leave a Reply

Top