You are here
Home > ଲାଟେଷ୍ଟ > ବାରିପଦାରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ

ବାରିପଦାରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର: ଭୁବନେଶ୍ୱରେ ବିଜେପିର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏବେ ଭାରତୀୟ ଜନତା ପାର୍ଟିର ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବାରିପଦାରେ ଆରମ୍ଭ ହୋଇଛି । ମିଶନ ୨୦୧୯କୁ ନେଇ ଏହି ବୈଠକରେ ରଣନୀତି ଓ ଖସଡା ପ୍ରସ୍ତୁତ କରାଯିବ ବୋଲି ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ବିଫଳତା ବୈଠକର ପ୍ରସଙ୍ଗ ହେବ  । ତୃଣମୂଳସ୍ତରରେ ପାର୍ଟିର ବାର୍ତ୍ତା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବିକାଶର କଥା ତଥା ଜନହିତକର ଯୋଜନାକୁ ବୁଥ ସ୍ତରରେ ପହଞ୍ଚାଯିବ । ୨୦୧୯ ନିର୍ବାଚନ ପାଇଁ ପଥ ପ୍ରସ୍ତୁତ କରିବା ସହ  କର୍ମୀଙ୍କୁ ବୁଥସ୍ତରରେ କାର୍ଯ୍ୟ କରିବା ଉପରେ ରଣନୀତି ପ୍ରସ୍ତୁତ କରାଯିବ  । ନବୀନଙ୍କ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଉଠାଇବା ଯୋଜନା ପ୍ରସଙ୍ଗରେ ପୂଜାରୀ କହିଛନ୍ତି ଯେ, ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାରେ ନବୀନ ପଟ୍ଟନାୟକ ସିଦ୍ଧହସ୍ତ  ।  ରାଜ୍ୟର ମୁଳ ସମସ୍ୟା ତଥା ଅସଲ ପ୍ରସଙ୍ଗ ଉପରେ କାର୍ଯ୍ୟ ନ କରି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଉଠାଇ ଅଯଥା ରାଜନୀତି କରୁଥିବା ସେ କହିଛନ୍ତି  ।

ONA

Leave a Reply

Top