You are here
Home > ଲାଟେଷ୍ଟ > ବାରବାଟୀ ପିଚ୍ ଅନୁଧ୍ୟାନ କଲେ ବିସିସିଆଇ ପ୍ରତିନିଧି ଦଳ

ବାରବାଟୀ ପିଚ୍ ଅନୁଧ୍ୟାନ କଲେ ବିସିସିଆଇ ପ୍ରତିନିଧି ଦଳ

କଟକ: ଡିସେମ୍ବର ୨୦ରେ ଖେଳାଯିବ ଭାରତ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍। ଏହାକୁ ନେଇ ଓଡିଶାର କ୍ରିକେଟ ପ୍ରେମୀ ଉତ୍ସାହିତ ଥିବାବେଳେ ଆଜି ବିସିସିଆଇ ଓ ଶ୍ରୀଲଙ୍କା ଦଳର ପ୍ରତିନିଧିମାନେ ପିଚ୍ ଅନୁଧ୍ୟାନ କରିବା ପାଇଁ କଟକରେ ପହଞ୍ଚିଛନ୍ତି । ସେମାନେ ପିଚର ଭିତ୍ତିଭୂମି, ବାରବାଟୀ ଷ୍ଟାଡିୟମ ପରିସର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଖେଳାଳିଙ୍କ ଡ୍ରେସିଂ ରୁମ, ହୋଟେଲ, ଖେଳାଳିଙ୍କ ଯାତାୟତ ରାସ୍ତା, ଅନ୍ୟ ସମସ୍ତ ବ୍ୟବସ୍ଥା   ପରିଦର୍ଶନ କରିଛନ୍ତି।  ସୂଚନାଯୋଗ୍ୟ, ଭାରତ-ଶ୍ରୀଲଙ୍କା ମଧ୍ୟରେ ସିରିଜର ପ୍ରଥମ ଟି-୨୦ ମ୍ୟାଚ ବାରବାଟୀରେ ଷ୍ଟାଡିୟମରେ ଆୟୋଜନ ହେବ। ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ନଭେମ୍ବର ୪ ତାରିଖରେ ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-୨୦ ମ୍ୟାଚ ଆୟୋଜନ କରିବାକୁ ବିସିସିଆଇ ପକ୍ଷରୁ କୁହାଯାଇଥିଲା । ବାଲିଯାତ୍ରା ମେଳା କାରଣରୁ ନଭେମ୍ବର ୪ ତାରିଖରେ ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-୨୦ ମ୍ୟାଚ ଆୟୋଜନ କରିବାକୁ ଅକ୍ଷମତା ପ୍ରକାଶ କରିଥିଲା ଓସିଏ। ଏହି ସମୟ ପରିବର୍ତ୍ତେ ଡିସେମ୍ବର କିମ୍ବା ଅନ୍ୟ ସମୟରେ ଅନ୍ୟ ସିରିଜର କୌଣସି ଏକ ମ୍ୟାଚର ଆୟୋଜନ ଦେବାକୁ ଓସିଏ ବିସିସିଆଇକୁ ଜଣାଇ ଦେଇଥିଲା। ଏହା ପରେ ବିସିଆଇ ଡିସେମ୍ବର ୨୦ରେ ଟି୨୦ ମ୍ୟାଚ ଆୟୋଜନ କରିବାକୁ କହିଛି। ଭାରତ-ଶ୍ରୀଲଙ୍କା  ମଧ୍ୟରେ ଖେଳାଯିବ ଏହି ମ୍ୟାଚ। ଏନେଇ ବିସିସିଆଇ ପକ୍ଷରୁ ଓସିଏକୁ ସୂଚନା ଦିଆଯାଇଛି। ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସି ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳିବ। ପ୍ରଥମ ଟି-୨୦ ମ୍ୟାଚ କଟକରେ ଖେଳାଯିବ ବୋଲି ପ୍ରକାଶ । ପ୍ରକାଶ, ବାରବାଟୀରେ ଶେଷଥର  ୨୦୧୭ ଜାନୁଆରୀ ୧୯ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ୧୫ ରନରେ ବିଜୟୀ ହୋଇଥିଲା। ବାରବାଟୀରେ ଏପର୍ୟ୍ୟନ୍ତ ୧୮ଟି ଦିନିକିଆ ଏବଂ ଗୋଟିଏ ଟି-୨୦ ମ୍ୟାଚ ଅନୁଷ୍ଠିତ ହୋଇଛି।
ONA

Leave a Reply

Top