You are here
Home > ଲାଟେଷ୍ଟ > ବାପି ସର୍ଖେଲଙ୍କୁ ଜାମିନ

ବାପି ସର୍ଖେଲଙ୍କୁ ଜାମିନ

ପାରାଦୀପ: ବହୁ ଚର୍ଚ୍ଚିତ ପାରାଦୀପର ସିୱେଜ୍  ସିପିଂ ଜିଏମ୍ ହତ୍ୟା ମାମଲାରେ ଛନ୍ଦି ହୋଇଥିବା କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି  । ଦୁଇ ଜାମିନଦାର ଓ ୧ ଲକ୍ଷ ଟଙ୍କା ବଦଳରେ ସର୍ଖେଲଙ୍କୁ ଜମିନ ମିଳିଛି । ଏତଦଭିନ୍ନ ପାସପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି  । ସୂଚନାଯୋଗ୍ୟ ଯେ, ଗତ ୨୦୧୬ ଅକ୍ଟୋବର ୨୬ରେ ସିୱେଜ ସିପିଂ ଏବଂ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ୍ର ଜିଏମ୍ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା ।  ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେ ସହ ବାପିଙ୍କ ସମ୍ପର୍କ ରହିଥିଲା । ଏପରିକି ସର୍ଖେଲ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଥିବା ଦେଇ ପୋଲିସ ଜାଣିବାକୁ ପାଇଥିଲା  । ଚୌବେଙ୍କୁ ପୋଲିସ ପଚରାଉଚରା କରିବେ ସମୟରେ ବାପିଙ୍କ ସମ୍ପୃକ୍ତି ନେଇ ସେ ସୁରାକ ପାଇଥିଲା । ମହେନ୍ଦ୍ରଙ୍କ ହତ୍ୟା ଯୋଜନା କରାଯାଉଥିବା ବେଳେ ବାପି ସର୍ଖେଲ ସେ ସ୍ଥାନରେ ଉପସ୍ଥିତ ଥିଲେ  । ହତ୍ୟା କରିସାରିବା ପରେ ଚୌବେ ବାପି  ସର୍ଖେଲ ସେ ସ୍ଥାନରେ ଉପସ୍ଥିତ ଥିଲେ  । ହତ୍ୟା କରିସାରିବା ପରେ ଚୌବେ ବାପି ସର୍ଖେଲଙ୍କ ଭୁବନେଶ୍ୱର, କଟକ, ପାରାଦୀପ ଅଭିଥିଭବନରେ ଲୁଚି ରହିଥିବା ଭଳି ତଥ୍ୟ ପୋଲିସର ହସ୍ତଗତ ହୋଇଥିଲା  ।

ONA

Leave a Reply

Top