You are here
Home > ଅଧିକ ଖବର > ବାପା ଯେବେ ପିଲା ଥିଲେ

ବାପା ଯେବେ ପିଲା ଥିଲେ

ବାପା ଡାକ୍ତରଙ୍କୁ କାମୁଡ଼ି ଦେଲେ
ୟବାପା ଯେତେବେଳେ ଛୋଟ ଥିଲେ ତାଙ୍କୁ ପ୍ରାୟ ସବୁବେଳେ ଥଣ୍ଡା ଧରୁଥିଲା । ସେ କାଶୁଥିଲେ, ଛିଙ୍କୁଥିଲେ । କେବେ ଗଳା ଦଋକ୍ସ ହୋଇଯାଉଥିଲା ତ କେବେ କାନ ବିନ୍ଧୁଥିଲା । ଦିନେ ତାଙ୍କୁ ତାଙ୍କ ବାପା ମାଆ ଡାକ୍ତରଙ୍କ ପାଖକୁ ନେଇଗଲେ । ଡାକ୍ତରଙ୍କ କୋଠରୀ ବାହାରେ ଦୁଆ ମୁହଁରେ ଗୋଟେ ବୋର୍ଡ ଟଙ୍ଗା ହୋଇଥିଲା ଯେଉଁଥିରେ ଲେଖାଥିଲା, କାନ-ନାକ-ଗଳା ।
ଏଇଟା ଡାକ୍ତରଙ୍କ ନାଁ, ବାପା ପଚାରିଲେ ।
ନା, ଏସବୁ ରୋଗର ସେ ଚିକିତ୍ସା କରନ୍ତି, ଏବେ ଚୁପ ହୋଇଯାଅ, ଜେଜେବାପା କହିଲେ ବାପାଙ୍କ ନାକ, କାନ ଏବଂ ଗଳାକୁ ଭଲ କରି ଦେଖିବା ପରେ ଡାକ୍ତର କହିଲେ ଅପରେସନ୍ କରିବାକୁ ପଡିବ । ସେଥିପାଇଁ ବାପାଙ୍କୁ ମସ୍କୋ ନିଆଗଲା ।
ଜଣେ ଅତି ବୁଢା, ରାଗି ଏବଂ ଧଳା ବାଳ ବାଲା ଡାକ୍ତର କହିଲେ- ପାଟି ଖୋଲ ।
ଇାପା ମୁହଁ ଖୋଲିଲେ, ହେଲେ ଡାକ୍ତର ଜଣକ ବାପାଙ୍କୁ ଧନ୍ୟବାଦ ବି ଦେଲେନି । ସେ ବାପାଙ୍କ ପାଟି ଭିତରେ ହାତ ପୁରାଇ କଣ ସବୁ ଟଣାଟଣି କରିବାକୁ ଲାଗିଲେ । ଏଥିରେ ବାପାଙ୍କୁ କାଟିଲା । ଡାକ୍ତର ଆହୁରି ଜୋରରେ ପାଟି ଭିତରେ ଭିଡାଭିଡି କରୁଥାନ୍ତି । ଅଚାନକ ଡାକ୍ତର ଜଣକ ଚିକ୍ରାର କରି ବାପାଙ୍କ ପାଟି ଭିତରୁ ହାତ ବାହାର କରି ଆଣିଲେ । ଡାକ୍ତରଙ୍କ ଆଙ୍ଗୁଠିରୁ ରକ୍ତ ବାହାରୁଥାଏ । ଏସବୁ ଦେଖି ସମସ୍ତେ ସମସ୍ତେ ଚୁପ ହୋଇ ଯାଇଥାଆନ୍ତି । ଡାକ୍ତର ପାଟିି କରି ମାଗିଲେ- ଆୟୋଡିନ୍ । ତାଙ୍କୁ । ୟୋଡିନ୍ ଦିଆଗଲା । ସେ ନିଜ ଆଙ୍ଗୁଠିରେ ଅଳ୍ପ କିିଛି ଆୟୋଡିନ୍ ଲଗାଇବା ପରେ ମାଗିଲେ- ପଟି ।
ତାଙ୍କୁ ପଟି ଦିଆଗଲା । ସେ ଅନ୍ୟ ହାତରେ ଧରି ଖଣ୍ଡିଆ ଆଙ୍ଗୁଠିରେ ପଟି ବାନ୍ଧିଲେ ।
ଏହାପରେ ସେ ଅତି ଧୀର ସ୍ୱରରେ କହିଲେ, ମୁଁ ଚାଳିଶ ବର୍ଷ ଧରି ଚିକିତ୍ସା କରୁଛି, କିନ୍ତୁ ପ୍ରଥମଥର ପାଇଁ ମୋତେ କେହି କାମୁଡିଦେଲା । ଆପଣ ଆଉ କାହା ପାଖରେ ଅପରେସନ୍ କରାନ୍ତୁ । ମୁଁ ପାରିବିନି ।
ଏହାପରେ ଡାକ୍ତର ସତକୁ ସତ ସାବୁନରେ ହାତ ଧୁଆଧୋଇ କରି ଚାଲିିଗଲେ । ଜେଜେବାପା ବହୁତ ନାରାଜ ହୋଇ ବାପାଙ୍କୁ କହିଲେ, ଆମେ ତୋତେ ଖାସ ଏହି ଡାକ୍ତରଙ୍କୁ ଦେଖାଇବାକୁ ମସ୍କୋ ଆଣିଥିଲୁ । ସେ ତୋତେ ଭଲ କରିବାକୁ ଚାହୁଁଥିଲେ, ଆଉ ତୁ ଏ କଣ କଲୁ ।
ଏହି କୋଠରୀ ପାଖରେ ଦାନ୍ତ ଡାକ୍ତରଙ୍କ କୋଠରୀ । ଯେଉଁମାନେ ଡାକ୍ତରଙ୍କୁ କାମୁଡି ଦିଅନ୍ତି ସେଠାରେ ସେମାନଙ୍କ ଦାନ୍ତ ଉପାଡି ଦିଆଯାଏ । ଚାଲ ସେଇଠୁ ଆରମ୍ଭ କରିବା । ଆଉ ମୁଁ ଦାନ୍ତ ଉପାଡିବା ପରେ ତୋତେ ଆଇସକ୍ରିମ୍ ମଧ୍ୟ ଦେବି ।
ଆଇସକ୍ରିମ ନାଁ ଶୁଣି ବାପା ଚିନ୍ତାରେ ପଡିଗଲେ, କାରଣ ତାଙ୍କୁ କେବେ ବି ଆଇସକ୍ରିମ ଖାଇବାକୁ ଦିଆଯାଉନଥିଲା । ଜେଜେବାପା ଜେଜେମାଆ ଡରୁଥିଲେ କାଳେ ଆଇସକ୍ରିମ୍ ଖାଇଲେ ତାଙ୍କ କାନ-ନାକ-ଗଳା ଆହୁରି ଖରାପ ହୋଇଯିବ । କିନ୍ତୁ ବାପାଙ୍କୁ ଆଇସକ୍ରିମ୍ ଖୁବ ପସନ୍ଦ ଥିଲା । ଅପରେସନ୍ ପରେ ଦାନ୍ତରୁ ରକ୍ତ ବୋହିବା ବନ୍ଦ କରିବାକୁ ସେତେବେଳେ ଆଇସକ୍ରିମ୍ ଦିଆ ଯାଉଥିଲା । ତେଣୁ ବାପା ଆଇସକ୍ରିମ୍ କଥା ଭାବି କହିଲେ, ଏଥର ମୁଁ ବିଲକୁଲ କାମୁଡିବିନି ।
ଏହାପରେ ବି ଅପରେସନ୍ କରିବା ବାଲା ଯୁବ ଡାକ୍ତର ଜଣକ ଚେତାବନୀ ଦେଇ କହିଲେ, ମନେରଖ ତୁମେ କଥା ଦେଇଛ । ବାପା ପୁଣି ଥରେ କହିଲେ, ମୁଁ କାମୁଡିବିନି ।
ସେମାନେ ବାପାଙ୍କୁ ଗୋଟେ ଖାସ ଚେୟାରରେ ବସାଇ ତାଙ୍କ ହାତ ଗୋଡ ମାଡି ବସି ଧରିଲେ । ଏଥିପାଇଁ ନୁହେଁ ଯେ କାଳେ କିିଏ କାମୁଡି ଦେବ ବରଂ ଡାକ୍ତରଙ୍କ କାମରେ ଯେମିତି ବାଧା ଦେବେନି ସେଥିପାଇଁ । ଏସବୁ ବେଶୀ କଷ୍ଟ ଦେଉଥିଲା । କିନ୍ତୁ ପୁରା ସମୟ ବାପା ଆଇସକ୍ରିମ୍ କଥା ଭାବୁଥିଲେ । ଠିକ ସେତିକିବେଳେ ଡାକ୍ତର କହିଲେ, ସରିଗଲା । ସାବାସ, ତୁମେ କାନ୍ଦିଲନି ବି । ବାପା ଖୁସି ହୋଇଗଲେ । ଠିକ ସେତେବେଳେ ଅଚାନକ ଡାକ୍ତର କହିଲେ, ଆରେ ଆଉ ଟିକିଏ ରହିଗଲା । ତୁମେ ଆଉ ଟିକିଏ ସମୟ କଷ୍ଟ ସହିପାରିବ ।
ବାପା କହିଲେ ଠିକ ଅଛି, ଆଉ ତାପରେ ପୁଣି ଥରେ ଆଇସକ୍ରିମ୍ କଥା ଭାବିବାକୁ ଲାଗିଲେ ।
ଡାକ୍ତର କହିଲେ ଏଥର ସତରେ ସବୁ କାମ ସରିଗଲା । ତୁମେ ଭାରି ଭଲ ପିଲା । ଏବେ ତୁମକୁ ଆଇସକ୍ରିମ୍ ଖାଇବାକୁ ମିଳିବ । ତୁମକୁ କୋଉଟା ପସନ୍ଦ ।
ଇାପା କହିଲେ, ଭାନିଲା । ବାପା ଜେଜେବାପାଙ୍କ ଆଡକୁ ଦେଖିଲେ, କିନ୍ତୁ ସେ ଏବେବି ବହୁତ ନାରାଜ ଥିଲେ ।
ଜେଜେବାପା କହିଲେ, ଆଇସକ୍ରିମ୍-ଫାଇସକ୍ରିମ୍ କିଛି ମିଳିବନି ।
ବାପା ଦେଖିଲେ ତାଙ୍କୁ ଆଇସକ୍ରିମ୍ ମିଳିବାର ଚାନ୍ସ୍ସ ନାହିଁ, ସେ କାନ୍ଦିବାକୁ ଲାଗିଲେ । ତାଙ୍କ ବିକଳ କାନ୍ଦ ଦେଖି ସମସ୍ତଙ୍କ ମନରେ ଦୟା ଆସିଲା କିନ୍ତୁ ଜେଜେବାପା ନିଜ ଜିଦରେ ଅଡି ରହିଲେ । ବାପାଙ୍କୁ ଏକଥା ଏତେ ଖରାପ ଲାଗିଥିଲା ଯେ ଆଜି ବି ତାଙ୍କର ମନେ ଅଛି । ସେଦିନଠୁ ଆଜି ଯାଏଁ ବାପା କେତେ ଆଇସକ୍ରିମ୍ ଖାଇ ସାରିଥିଲେ- ଭାନିଲା, ଚକୋଲେଟ୍,ଷ୍ଟ୍ରବେରୀ । କିନ୍ତୁ ସେ ସେହି ଆଇସକ୍ରିମ୍ କଥା କେବେ ବି ଭୁଲି ପାରୁନଥିଲେ, ଯେଉଁ ଆସକ୍ରିମ୍ ତାଙ୍କୁ ଅପରେସନ୍ ପରେ ଖାଇବାକୁ କଥା ଦିଆଯାଇଥିଲା ।
ଅପରେସନ୍ ପରେ ବାପା ଆଉ ବାରମ୍ବାର ବେମାର ପଡିଲେନି । ତାଙ୍କର ଛିଙ୍କ ଆଉ କାଶ କମିଗଲା, ଗଳା ଏବଂ କାନର ଦରଜ ମ୍ମ କମିଗଲା ।
ଅପରେସନ୍ ଯୋଗୁ ବାପାଙ୍କୁ ଅନେକ ଫାଇଦା ମିଳିଲା । ବାପା ଏକଥା ବୁଝି ଯାଇଥିଲେ, ଭଲ ପାଇଁ କେବେ କେବେ ଏମିତି କଷ୍ଟ ସହିବାକୁ ପଡେ । ଏହାପରେ ଯେତେବେଳେ କୌଣସି ଡାକ୍ତର ତାଙ୍କୁ ଇଞ୍ଜେସନ୍ ଦେଉଥିଲେ କି ତାଙ୍କୁ ଚିକିତ୍ସା କରୁଥିଲେ, ସେ ତାଙ୍କୁ ବିଲକୁଲ କାମୁଡୁ ନଥିଲେ । ବାପା ବୁଝି ଯାଇଥିଲେ ଯେ ଏମାନେ ସମସ୍ତେ ତାଙ୍କୁ ସାହାଯ୍ୟ କରୁଛନ୍ତି । ତାପରଠୁ ବାପା ଯେତେବେଳେ ବି ଡାକ୍ତର ପାଖକୁ ଯାଆନ୍ତି, ସେ କିଛି ଆଇସକ୍ରିମ୍ କିଣନ୍ତି, କାରଣ ଆଜି ବି ବାପାଙ୍କୁ ଆଇସକ୍ରିମ୍ ଖୁବ ପସନ୍ଦ ।

ONA

Leave a Reply

Top