You are here
Home > ଇଣ୍ଡିଆ > ବାପା ନକ୍ସଲ, ପୁଅ ପୋଲିସ୍

ବାପା ନକ୍ସଲ, ପୁଅ ପୋଲିସ୍

ମାଲକାନଗିର.(ଓଏନ୍ଏ): ବାପା ଲାଲବାହିନୀରେ କାର୍ଯ୍ୟ କରୁଥିବା ବେଳେ ପୁଅ ରାଜ୍ୟ ସରକାରଙ୍କ ପୋଲିସ୍ ବିଭାଗର କର୍ମଚାରୀ  । ମାଲକାନଗିରି ବିଚ୍ଛିନ୍ନାଂଚଳରେ ଗୁଳିବିନିମୟରେ ମୃତ ସୀମାଂଚଳମ୍ ଓରଫ୍ ହରି ବିଜୟ ନଗରମ୍ ଏରିଆ କମିଟିର  ମୁଖ୍ୟ ହୋଇଥିବା ବେଳେ ପୁଅ ୱାଇ ଆପ୍ପା ରାଓ ଏବେ ଆନ୍ଧ୍ର ପ୍ରନେଶର ବବଲି  ଥାନାରେ ହେଡ୍ କନଷ୍ଟେଲ ଭାବେ କାର୍ଯ୍ୟ କରୁଛନ୍ତି  । ବାପାଙ୍କ ମୃତଦେହ ନେବାକୁ ମାଲକାନଗିରି ଆସିଥିବା ବେଳେ ତାଙ୍କର ପରିଚୟ ପଦାକୁ ଆସିଛି ।  ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍ର ମିଳିତ ଏନ୍କାଉଂଟରରେ  ହରିର ମୃତୁ୍ୟ ହୋଇଥିଲା । ସୂଚନାଯୋଗ୍ୟ, ବାପା ହରିଙ୍କ ପରି ଆପ୍ପା ରାଓବି ଲାଲବାହୀନିରେ ସାମିଲ ଥିଲେ । ସରକାରଙ୍କ ଆତ୍ମସମର୍ପଣ ଯୋଜନାରେ ସେ ମୁଖ୍ୟସ୍ରୋତକୁ ଫେରି ଆସିଥିଲେ । ସେ ପ୍ରଥମେ ହୋମଗାର୍ଡ ଭାବେ ଚାକିରି ପାଇଥିଲେ । ଏବେ ସେ ଆନ୍ଧ୍ର ପ୍ରଦେଶର ବବଲି ଥାନାର ହେଡ୍ କନେଷ୍ଟବଲ ଭାବେ କାର୍ଯ୍ୟ କରୁଛନ୍ତି  ।

ONA

Leave a Reply

Top