You are here
Home > ଏକ୍ସକ୍ଲୁସିଭ୍ > ବାଏ ବାଏ କହିବେ ବିପ୍ଳବ!

ବାଏ ବାଏ କହିବେ ବିପ୍ଳବ!

ଜଗତସିଂହପୁର: ରାଜ୍ୟରେ କଂଗ୍ରେସ ଦିନକୁ ଦିନ ରସାତଳଗାମୀ ହେଉଛି । ଦଳ ଭିତରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଜଣଙ୍କ ପରେ ଜଣେ ନେତା ହାତ ଛାଡୁଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ଜଗତସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କର ଅତ୍ୟନ୍ତ ଅନୁଗତ ଭାବରେ ପରିଚିତ ଜଗତସିଂହପୁର ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀଙ୍କ ମଧ୍ୟରେ ଦୂରତା ଦିନକୁ ଦିନ ବଢି ·ଲିଛି । ଏପରିକି ବିପ୍ଳବ ଖୁବ ଶୀଘ୍ର ଦଳ ବଦଲାଇବେ ବୋଲି ଚର୍ଚ୍ଚା ହେଲାଣି ।
ଚିରଞ୍ଜୀବ-ବିପ୍ଳବଙ୍କ ମଧ୍ୟରେ ପୂର୍ବରୁ କୁହୁଳୁ ଥିବା ବେଳେ ଏହାର ସ୍ପଷ୍ଟ ଚିତ୍ର କୁନ୍ଦୁଲି ଗଣ ଦୁଷ୍କର୍ମକୁ ନେଇ ହୋଇଥିବା ବନ୍ଦ ପାଳନରେ ଦେଖିବାକୁ ମିଳିଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟି ଡାକରାରେ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀଙ୍କ ନେତୃତ୍ୱରେ ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଥିଲା । ହେଲେ ଏଥିରେ ସ୍ଥାନୀୟ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଯୋଗ ନଦେବା କଂଗ୍ରେସରେ ଥିବା ଫାଟକୁ ପଦାରେ ପକାଇଛି । ସେହିପରି କିଛି ଦିନ ହେବ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀ ଚୌଧୁରୀ ମଧ୍ୟ ବିଧାୟକଙ୍କ ଦେଖିବାକୁ ମିଳୁନାହାନ୍ତି । କିଛି ଦିନ ତଳେ ସାଂସଦ ରଂଜୀବ ବିଶ୍ୱାଳଙ୍କ ହାତ ପାଣ୍ଠିରୁ ସହରର ବିଭିନ୍ନ ସ୍ଥାନରେ୨୫ଟି ହାଇମାଷ୍ଟ ଲାଇଟ ଉଦଘାଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସାଂସଦ ରଞ୍ଜୀବ ଓ ତାଙ୍କ ବଡଭାଇ ତଥା ବିଧାୟକ ଚିରଞ୍ଜୀବ ଓ ପାରିଷଦମାନେ ଉପସ୍ଥିତ ରହି ଫଳକ ଉଦ୍ଘାଟନ କରିଥଲେ । ହେଲେ ଫଳକରେ ପୌରାଧ୍ୟକ୍ଷଙ୍କ ନାମ ଥିଲେ ମଧ୍ୟ ତାଙ୍କୁ ଦେଖିବାକ ମିଳି ନଥିଲା । ଜଗତସିଂହପୁରରେ କଂଗ୍ରେସର ଏହି ଫାଟ ଏବେ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି । ବିଧାୟକ ଓ ପୌରାଧ୍ୟକ୍ଷଙ୍କ ମଧ୍ୟରେ ମନମାଳିନ୍ୟ ଯୋଗୁଁ ଦଳୀୟ କର୍ମୀମାନେ ବେଶ ହରଡଘଣାରେ ପଡିଥିବାର ଦେଖା ଯାଇଛି । ଦଳୀୟ କର୍ମୀମାନେ ଏବେ ନା ବିଧାୟକଙ୍କର ନା ପୌରାଧ୍ୟକ୍ଷଙ୍କର ହୋଇପାରୁଛନ୍ତି । ତିର୍ତ୍ତୋଳ ନିର୍ବାଚନମଣ୍ଡଳୀ ସଂରକ୍ଷିତ ହେବା ପରେ ଚିରଞ୍ଜୀବ ବିଶ୍ୱାଳ ନିଜ ପାଇଁ ସେଫ୍ ଜୋନ ବାଛି ଜଗତସିଂହପୁରରୁ ଲଢି ବାଜି ମାରିଥିଲେ । ହେଲେ ଏବେ ପୌରାଧ୍ୟକ୍ଷ ଶ୍ରୀ ଚୌଧୁରୀଙ୍କ ସହ ତାଙ୍କର ଅପଡ ଭିନ୍ନ ଏକ ସମୀକରଣର ବାର୍ତ୍ତା ଦେଉଛି । ଆଗାମୀ ନିର୍ବାଚନରେ ବିପ୍ଳବ ଚୌଧୁରୀ ଜଗତସିଂହପୁର ଆସନରୁ କଂଗ୍ରେସ ଟିକେଟ ହାତେଇବେ ନା ଦଳବଦଳ କରି ବିଜେଡି କିମ୍ବା ବିଜେପିରେ ସାମିଲ ହେବେ ତାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି ।

ONA

Leave a Reply

Top