You are here
Home > ଲାଟେଷ୍ଟ > ବନଜ ଦେବୀ ପାଇବେ ‘ଶାରଳା’ ପୁରସ୍କାର

ବନଜ ଦେବୀ ପାଇବେ ‘ଶାରଳା’ ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ଲେଖିକା ବନଜ ଦେବୀ ୩୮ ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ‘କାଠ ପୁଅ’ ଗଳ୍ପ ସଙ୍କଳନ ନିମନ୍ତେ ତାଙ୍କୁ  ଏହି ପୁରସ୍କାର ପ୍ରଦାନ କରାଯିବ । ଗତକାଲି ସନ୍ଧ୍ୟାରେ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଇଯାଇଛି । ପୁରସ୍କାର ସ୍ୱରୂପ  ବନଜ ଦେବୀଙ୍କୁ ପାଞ୍ଚଳକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । ଏତଦବ୍ୟତୀତ  ପଣ୍ଡିତ ଗୁରୁ ଡ. ଘାସିରାମ ମିଶ୍ରଙ୍କୁ ‘ସଙ୍ଗୀତ ସମ୍ମାନ’ ଏବଂ ଡ ଦୁର୍ଗା ପ୍ରସାଦ ଦାସଙ୍କୁ ଚିତ୍ରକଳା ସମ୍ମାନ’ରେ ସମ୍ମାନିତ କରାଯିବ । ପୁରସ୍କାର ସ୍ୱରୂପ ଉଭୟଙ୍କୁ ୧.୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରର ମେ ଫେୟାର ଲାଗୁନ ହୋଟେଲରେ ଏକ ସ୍ୱତନ୍ତ୍ର ଉତ୍ସବରେ ଶାରଳା ପୁରସ୍କାର ପ୍ରଦାନ କରାଯିବ । ଏଥିରେ ବିଶିଷ୍ଟ ଲେଖିକା ମାମଙ୍ଗ ଦାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ପ୍ରକାଶ ଥଉକି ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲସ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ୧୯୭୯ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଛି ।

ONA

Leave a Reply

Top