You are here
Home > ଲାଟେଷ୍ଟ > ବଦଳିବ ମୋଦିଙ୍କ ମନ୍ତ୍ରିମଣ୍ଡଳ : ୧୪ ନେତା ହୋଇପାରନ୍ତି ମନ୍ତ୍ରୀ

ବଦଳିବ ମୋଦିଙ୍କ ମନ୍ତ୍ରିମଣ୍ଡଳ : ୧୪ ନେତା ହୋଇପାରନ୍ତି ମନ୍ତ୍ରୀ

ନୂଆଦିଲ୍ଲୀ : ମୋଦି କ୍ୟାବିନେଟରେ  ରବିବାର  ଅଦଳବଦଳ କରାଯିବ। ଲୋକସଭା ନିର୍ବାଚନ ପ୍ରାୟ ୨୦ ମାସ ପୂର୍ବରୁ  ମୋଦି କ୍ୟାବିନେଟର ସମ୍ଭବତଃ ଏହା ଶେଷ କ୍ୟାବିନେଟ ବିସ୍ତାର ହେବାକୁ ଯାଉଛି। ଏଥିରେ ୧୧ଟି ରାଜ୍ୟର ୧୪ ନେତାଙ୍କୁ ମନ୍ତ୍ରୀ ପଦ ମିଳିପାରେ। ଯେଉଁ ଲୋକଙ୍କୁ ମନ୍ତ୍ରୀପଦ ମିଳିପାରେ ସେଥରେ  ବିଜେପି ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ, ପ୍ରହ୍ଲାଦ ପଟେଲ, ସୁରେଶ ଅଙ୍ଗାଡି, ସତ୍ୟପାଲ ସିଂହ, ପରଭେଶ ବର୍ମା ଏବଂ ପ୍ରହ୍ଲାଦ ଯୋଶୀ ପ୍ରମୁଖ ଅଛନ୍ତି। ଜେଡିୟୁରୁ ୨ ଜଣ ନେତାଙ୍କୁ କ୍ୟାବିନେଟରେ ଜାଗା ମିଳିପାରେ। ମାତ୍ର ଜେଡିୟୁ ଏବଂ ଏଆଇଏଡିଏମକେକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଏହି ଦୁଇ ପାର୍ଟିକୁ କ୍ୟାବିନେଟରେ କେତୋଟି ମନ୍ତ୍ରୀ ପଦ ଦିଆଯିବ ତାକୁ ନେଇ ବିଚାର ବିମର୍ଶ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଶନିବାର ମୋଦୀ ସରକାରର ୮ଜଣ ମନ୍ତ୍ରୀ ଇସ୍ତଫା ଦେଇ ସାରିଛନ୍ତି।

ଜେଡିୟୁର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଆମ ସାଂସଦ ଏବେ ଦିଲ୍ଲୀରେ ଅଛନ୍ତି। ସରକାରରେ ସାମିଲ ହେବାକୁ ନେଇ ପାର୍ଟି ଭିତରେ କୌଣସି ବିବାଦ ନାହିଁ। ମାତ୍ର ଏପର୍ୟ୍ୟନ୍ତ ଏହାକୁ ନେଇ କୌଣସି ଯୋଗାଯୋଗ ହୋଇନାହିଁ। ଏଆଇଏଡିଏମକେକୁ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର କାରଣ ଏହା ଯେ ଏପର୍ୟ୍ୟନ୍ତ ଏଆଇଏଡିଏମକେ ଏନଡିଏରେ ସାମିଲ ହେବାକୁ ନେଇ ନିଷ୍ପତ୍ତି ନେଇନାହିଁ। ପ୍ରତିରକ୍ଷା- ମନୋହର ପାରିକର ଗୋଆର ମୁଖ୍ୟମନ୍ତ୍ରୀ ହେବା ପରେ ଅରୁଣ ଜେଟଲୀଙ୍କ ପାକରେ ରକ୍ଷା ମନ୍ତ୍ରାଳର ଅତିରିକ୍ତ ଦାୟିତ୍ଵ ରହିଛି। ପରିବେଶ- ରାଜ୍ୟସଭା ସଦସ୍ୟ ଅନିଲ ମାଧବ ଦଭେଙ୍କ ନିଧନ ପରେ  ପରିବେଶ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ଵ ଡ। ହର୍ଷବର୍ଦ୍ଧନଙ୍କୁ ଦିଆଯାଇଛି। ସହରାଞ୍ଚଳ ବିକାଶ- ଏମ ଭେଙ୍କେୟା ନାଇଡୁ ଉପରାଷ୍ଟ୍ରପତି ହେବା ପରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟର ଦାୟିତ୍ଵ ନରେନ୍ଦ୍ର ସିଂହ ତୋମାରଙ୍କୁ ଦିଆଯାଇଛି। ଯିଏ ଗ୍ରାମୀନ  ବିକାଶ ମନ୍ତ୍ରୀ। ସୂଚନା ଓ ପ୍ରସାରଣ- ଏହି ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ଵ ବର୍ତ୍ତମାନ ସ୍ମୁତି ଇରାନୀ ସମ୍ଭାଳୁଛନ୍ତି। ସ୍ମୁତି ବୟନ ଓ କପଡ଼ା ମନ୍ତ୍ରୀ ଅଛନ୍ତି।

ଅଦଳବଦଳ ହେବାକୁ ଥିବା ମୋଦିଙ୍କ କ୍ୟାବିନେଟରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ବିହାର, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର, ଆସାମ, ଦିଲ୍ଲୀ ଏବଂ ରାଜସ୍ଥାନ ଅାଦି ରାଜ୍ୟର ନେତା ମନ୍ତ୍ରୀ ହୋଇପାରନ୍ତି। ବର୍ତ୍ତମାନ କେନ୍ଦ୍ର ସରକାରରେ ପ୍ରଧାନମନ୍ତ୍ରୀ ମୋଦି ସମେତ ୭୩ ମନ୍ତ୍ରୀ ଅଛନ୍ତି। ମନ୍ତ୍ରୀଙ୍କ ସଂଖ୍ୟା ୮୧ରୁ ଅଧିକ ହୋଇପାରିବ ନାହିଁ। ଏହି ହିସାବରେ ମୋଦି ଏବେ ୮ ନୂତନ ମନ୍ତ୍ରୀଙ୍କୁ କ୍ୟାବିନେଟରେ ଜାଗା ଦେଇ ପାରିବେ। ୭୩ ମନ୍ତ୍ରୀ ମଧ୍ୟରୁ ୨୪ କ୍ୟାବିନେଟ ମନ୍ତ୍ରୀ ଏବଂ  ୧୨ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଏହା ବାଦ ୩୬ ଜଣଙ୍କ ପାଖରେ ସ୍ଵତନ୍ତ୍ର ଦାୟିତ୍ଵ ରହିଛି।

ONA

Leave a Reply

Top