You are here
Home > ଲାଟେଷ୍ଟ > ବଢିଲା ବସଭଡା

ବଢିଲା ବସଭଡା

ଭୁବନେଶ୍ୱର: ବିଶ୍ଵ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଭାରତୀୟ ବଜାରରେ ବହୁ ପରିମାଣରେ ପଡ଼ୁଛି। ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ପେଟ୍ରୋଲ ଦର ଲିଟର ପ୍ରତି ୭୫ ଟଙ୍କା ପାଖାପାଖି ପହଞ୍ଚି ସାରିଥିବା ବେଳେ ଡିଜେଲ ମଧ୍ୟ ୬୦ ଉପରେ ରହିଛି। ଏହାର ପ୍ରଭାବ ଯାନବାହାନ ଉପରେ ପଡ଼ୁଛି। ତେଣୁ ବସ ଭଡ଼ା ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏହି କ୍ରମରେ ଆଜି ପୁଣି ରାଜ୍ୟରେ ବସ ଭଡ଼ା ବୃଦ୍ଧି ପାଇଛି। ଅଟୋମେଟିକ ମେକାନିଜିମ ଆଧାରରେ ଏହି  ଭଡ଼ା ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ ଭଡା ୨ ପଇସା ବୃଦ୍ଧି ପାଇବା ସହ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡାରେ  ୪ ପଇସା ବୃଦ୍ଧି ପାଇଥିବା ଜଣାପଡିଛି । ସାଧାରଣ ବସ ଭଡା ୬୫ ପଇସାରୁ ୬୭ ପଇସାକୁ ଓ ଏକ୍ସପ୍ରେସ ବସ ଭଡା ୬୮ ପଇସାରୁ ୭୦ ପଇସାକୁ ବୃଦ୍ଧି ପାଇଥିବାବେଳେ ଡିଲକ୍ସ ବସ ଭଡା ୯୧ ପଇସାରୁ ୯୫ ପଇସା। ସେହି ପରି ଏସି ଡିଲକ୍ସ ବସ ଭଡା ୧୧୩ ପଇସାରୁ ୧୧୭ ପଇସାକୁ ବୃଦ୍ଧି ହୋଇଛି । ତେବେ ବାରମ୍ବାର ତେଲ ଦର ବୃଦ୍ଧି ପାଉଥିବାବେଳେ ବସଭଡା ବୃଦ୍ଧି ହୋଇଥିବା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି ।

ONA

Leave a Reply

Top