You are here
Home > ଲାଟେଷ୍ଟ > ବଜ୍ରପାତ: ୧୭ଟି ଜିଲ୍ଲାରେ ସତର୍କ ସୂଚନା

ବଜ୍ରପାତ: ୧୭ଟି ଜିଲ୍ଲାରେ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବଜ୍ରପାତ ନେଇ ସତର୍କ କରିଛି ପାଣିପାଗ ବିଭାଗ । ଆଜି ଅପରାହ୍ନ ୫ଟା ୩୦ ସୁଦ୍ଧା ସତର୍କ ରହିବାକୁ ୧୭ଟି ଜିଲ୍ଲାକୁ ପରାମର୍ଶ ଦିଆଯାଇଛି । ମୟୁରଭଞ୍ଜ, ବାଲଶ୍ୱର, ଭଦ୍ରକ, କେନ୍ଦୁଝର, ଦେବଗଡ, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଅନୁଗୁଳ, କେନ୍ଦ୍ରାପଡା, କଟକ,ବୌଦ୍ଧ, ଯାଜପୁର ପ୍ରଭୁତି ଜିଲ୍ଲାରେ ସତର୍କ ସୂଚନା ଦିଆଯାଇଛି । ବିଜୁଳି ଓ ଘଡଘଡିର ମାତ୍ରା ଅଧିକ ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାର ଲୋକମାନଙ୍କୁ ସଜାଗ ରହିବାକୁ ସୂଚନା ଦିଆଯାଇଛି । କାଲି ମଧ୍ୟ ପାଣିପାଗ ବିଭାଗ ତରଫରୁ ସମ୍ବଲପୁର ଜିଲ୍ଲାକୁ ମିଶାଇ ୧୮ଟି ଜିଲ୍ଲାକୁ ସତର୍କ ରହିବାକୁ ବିଭାଗ ସୂଚନା ଦେଇଥିଲା  । ପ୍ରକାଶ, ରାଜ୍ୟରେ ଗତ ତିନି ଦିନ ମଧ୍ୟରେ ବଜ୍ରପାତରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଥିବାବେଳେ ଅନେକ ଗୁରୁତର ହୋଇଛନ୍ତି ।
ONA

Leave a Reply

Top