You are here
Home > ପଲିଟିକ୍ସ > ବଜେଡିର ଜନସଂପର୍କ ପଦଯାତ୍ରା:କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ନବୀନ

ବଜେଡିର ଜନସଂପର୍କ ପଦଯାତ୍ରା:କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ୱର:ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ବିକାଶ ପାଇଁ କେନ୍ଦ୍ରର ଭୂମିକା ରହିଛି। ଗରିବ ରାଜ୍ୟମାନଙ୍କ ବିକାଶ ପ୍ରତି କେନ୍ଦ୍ରର ସ୍ୱତନ୍ତ୍ର ଦାୟିତ୍ୱ ରହିଛି, କେନ୍ଦ୍ର ସରକାର ଏହାକୁ ମନେ ରଖିବା ଉଚିତ । ଏମିତି କହି ଆଜି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ୱରରେ ଆୟୋଜିତ ବିଜେଡି ପଦଯାତ୍ରାରେ ଯୋଗଦେଇ ନବୀନକେନ୍ଦ୍ର ସରକାରଙ୍କୁ  ଟାର୍ଗେଟ କରିଛନ୍ତି । ସଂଘୀୟ ବ୍ୟବସ୍ଥାରେ ଆମେ ବିଶ୍ୱାସ କରୁଛୁ। ଏହାକୁ ଆମର ଦୁର୍ବଳତା ବୋଲି କେନ୍ଦ୍ର ସରକାର ଭାବିବା ଉଚିତ ନୁହେଁ ବୋଲି ନବୀନ କହିଛନ୍ତି।
ମହାନଦୀ ଓ ପୋଲାଭରମ୍‌ ବିବାଦକୁ ନେଇ ମଧ୍ୟ ନବୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ୧୭ ବର୍ଷ ଶାସନକାଳରେ ତାଙ୍କ ସରକାରର ସଫଳ ପଦକ୍ଷେପ ବିଷୟରେ ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏପରି ଆରୋର କଡା ଜବାବ ରଖିଛନ୍ତି  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶା ପ୍ରତି ଅବହେଳା କଥାକୁ ଓଡିଶା ବାସୀ ସଠିକ ଜବାବ ଦେବେ,ଏହାକେବଳ ରାଜନୈତିକ ପଇଁତରା ବାଜି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହା ସହ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ରାଜ୍ୟକୁ ପୂର୍ବ ଅପେକ୍ଷା ଅଧିକ କେନ୍ଦ୍ରୀୟ ଅନୁଦାନ ଦେଉଥିବା ଯୁକ୍ତି ବାଢିଛନ୍ତି । ନିଜର ଅପାରଗତା ଓ ଦୁର୍ବଳତାକୁ ଲୁଚେଇବାକୁ ରାଜ୍ୟ ସରକାର ଏପରି ଆରୋପ ଆଣୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତିକ୍ରିୟାରେ କହିଛନ୍ତି ।

ONA

Leave a Reply

Top