You are here
Home > Uncategorized > ବକ୍ସିଂ ଆଇକନ୍ ମେରି କମ୍ ଜିତିଲେ ସ୍ୱର୍ଣ୍ଣ

ବକ୍ସିଂ ଆଇକନ୍ ମେରି କମ୍ ଜିତିଲେ ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ: ଭାରତୀୟ ମହିଳା ବକ୍ସିଂ ଆଇକନ୍ ମେରୀ କମ୍ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଏହି ଅଲିମ୍ପିକ ପଦକ ବିଜେତାଙ୍କ ଠୁ ଭାରତୀୟ କ୍ରିଡ଼ାପ୍ରେମୀ ଏକ ସ୍ୱର୍ଣ୍ଣପଦକ ଆଶା କରିଥିଲେ ।

ଅଷ୍ଟ୍ରେଲିଆର ଗୋଲଡ଼କୋଷ୍ଟ ସହରରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆଜି ହେଉଛି ୧୦ମ ଦିବସ । ମହିଳା ବକ୍ସିଂ ୪୮ କେଜି ଫାଇନାଲ ବାଉଟରେ ମେରୀ କମ୍ ନର୍ଥନ ଆୟାର୍ଲାଣ୍ଡର କ୍ରିଷ୍ଟିନା ଓହାରାଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ତେବେ ଏହି ବିଶ୍ୱ ଚମ୍ପିୟାନ ବକ୍ସର୍ ପୂର୍ବରୁ ଏସୀୟ, ବିଶ୍ୱଚାମ୍ପିୟନ ତଥା ଅଲିମ୍ପିକ୍ସ୍ ରେ ପଦକ ହାସଲ କରିଥିଲେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କେବେ ପଦକ ହାସଲ କରିନଥିଲେ । ମେରୀଙ୍କ ଏହି ସଫଳତା କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ଆନନ୍ଦିତ କରିପାରିଛି ।

ONA

Leave a Reply

Top