You are here
Home > ଲାଟେଷ୍ଟ > ବଂଶବାଦ-ଗଣତନ୍ତ୍ର ଏକ ସଙ୍ଗେ ଚାଲି ପାରିବେ ନାହିଁ: ଉପରାଷ୍ଟ୍ରପତି

ବଂଶବାଦ-ଗଣତନ୍ତ୍ର ଏକ ସଙ୍ଗେ ଚାଲି ପାରିବେ ନାହିଁ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଶନିବାର କହିଛନ୍ତି ଗଣତନ୍ତ୍ରରେ ବଂଶବାଦର କଥା କହିବା ଉଚିତ୍ ନୁହେଁ। ଗଣତନ୍ତ୍ର ଓ ବଂଶବାଦ ଏକ ସଙ୍ଗେ ଚାଲି ପାରିବେ ନାହିଁ। ଏଥିରେ ରାଜନୈତିକ ସିଷ୍ଟମ ଦୁର୍ବଳ ହୋଇଥାଏ। ନାଇଡୁ ଏହି କଥା ଦିଲ୍ଲୀରେ ଏକ ପୁସ୍ତକର ଲୋକାର୍ପଣ ଅବସରରେ କହିଛନ୍ତି। ଉଲ୍ଲେଖଯୋଗ୍ୟ ରାହୁଲ ଗାନ୍ଧି ସେପ୍ଟେମ୍ବର ୧୨ରେ ଆମେରିକାର ବର୍କଲ ୟୁନିର୍ଭସିଟିର ଏକ କାର୍ୟ୍ୟକ୍ରମରେ କହିଥିଲେ ଯେ ଭାରତରେ ବଂଶବାଦର ରାଜନୀତି ସମସ୍ତ ପାର୍ଟିଙ୍କ ପାଇଁ ସମସ୍ୟା। ଦେଶ ଏବେ ଏହି ବଂଶବାଦରେ ଚାଲିଛି।  ନାଇଡୁ କହିଛନ୍ତି ମୁଁ କୌଣସି ପାର୍ଟି ବିଷୟରେ କହୁନାହିଁ। କେହି ଜଣେ ନିଜ ବୟାନରେ କହିଥିଲେ  ଯେ ପ୍ରତ୍ୟେକ ମଣିଷଙ୍କୁ ଜଣେ ଅନ୍ୟ ଜଣକୁ ଅନୁସରଣ କରିବା ଉଦ୍ୟମ କରୁଛନ୍ତି।  ଉଲ୍ଲେଖଯୋଗ୍ୟ ରାହୁଲ କିଛି ଦିନ ତଳେ କହିଥିଲେ ଯେ ଭାରତରେ ବଂଶବାଦର ରାଜନୀତି ସମସ୍ତ ପାର୍ଟିଙ୍କ ପାଇଁ ସମସ୍ୟା। ଦେଶ ଏବେ ଏହି ବଂଶବାଦରେ ଚାଲିଛି। ସେ ମୁଲାୟମଙ୍କ ପୁଅ ଅଖିଳେଶ ହୁଅନ୍ତୁ କିମ୍ବା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ହୁଅନ୍ତୁ, କରୁଣାନିଧିଙ୍କ ପୁତ୍ର ଷ୍ଟାଲିନ, ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମାଲଙ୍କ ପୁତ୍ର ଅନୁରାଗ ଠାକୁର କିମ୍ଵା ଧିରୁଭାଇଙ୍କ ପୁତ୍ର ମୁକେଶ-ଅନିଲ ହୁଅନ୍ତୁ।  ଏହି ସମସ୍ତ ବ୍ୟକ୍ତି ପିତାଙ୍କ ବିରାସତକୁ ଆଗକୁ ବଢ଼ାଇଥିବା ଦେଖାଯାଇଛି।

ONA

Leave a Reply

Top