You are here
Home > କ୍ରାଇମ୍‍ > ଫୁଡ ଜଙ୍କସନରେ ପଡିଲା ବୋମା…ଖେଳିଗଲା ଆତଙ୍କ

ଫୁଡ ଜଙ୍କସନରେ ପଡିଲା ବୋମା…ଖେଳିଗଲା ଆତଙ୍କ

ଭୁବନେଶ୍ୱର,: ସମୟ ରାତି ପ୍ରାୟ ସାଢ଼େ ୯ । ସ୍ଥାନ ବାପୁଜୀନଗରର ଫୁଡ ଜଂକସନ । ହଠାତ ଖେଳିଗଲା ଆତଙ୍କ । ଶୁଭିଲା ପ୍ରଚଣ୍ଡ ଶବ୍ଦ । ଚାହୁଁଚାହୁଁ ପୂରା ଏରିଆ ବିି ଧୂଆଁମୟ ହୋଇଗଲା । ଯିଏ ଯୁଆଡେ ପାରିଲେ ଜୀବନ ବିକଳେ ଦୌଡିଲେ । ଅକସ୍ମାତ ବୋମାମାଡ଼ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀନଗରରେ ଥିବା ଫୁଡ ଜଂକସନରେ ।

ତେବେ କିଏ ଓ କାହିଁକି ଏହି ବୋମାମାଡ କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହାପଛରେ ପୂର୍ବ ଶତ୍ରୁତା ଥିବା ପୁଲିସ ସନ୍ଦେହ କରୁଛି । ସେପଟେ ଏକ ଏକ୍ସୟୁଭି-୫୦୦ ଗାଡିରେ ଆସି ୪ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ସ୍ଥାନୀୟ ଜଣେ ଯୁବକ ପ୍ରକାଶ କରିଛନ୍ତି । ତେବେ କ୍ୟାପିଟାଲ ଥାନା ଭଳି ହାଇସିକ୍ୟୁରିଟି ଜୋନରେ ଦୁର୍ବୃତ୍ତଙ୍କ ଏଭଳି ତାଣ୍ଡବ ଲୋକଙ୍କୁ ଭୟଭିତ କରି ପକାଇଛି । ରିପୋର୍ଟ ଅନୁସାରେ, ସବୁଦିନ ଭଳି ଆଜି ବି ଫୁଡ ଜଂକସନରେ ଲାଗିଥାଏ ଲୋକଙ୍କ ଭିଡ଼ । ତେବେ ଅଚାନକ କେହି କିଛି ବୁଝିବା ପୂର୍ବରୁ ହଠାତ ଏକ ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ପୂରା ଦୋକାନ ଧୂଆଁମୟ ହୋଇଗଲା ।

ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ ମୋଟ ୨ଟି ବୋମା ଫିଙ୍ଗିଥିବା ଜଣାପଡିଛି । ଯଦିଓ ଏଥିରେ କାହାର କିଛି କ୍ଷତି ହୋଇନାହିଁ ତଥାପି ଦୋକାନ ମୁଖ୍ୟ କାଚ ଭାଙ୍ଗିଯିବା ସହ ଘଟଣାକୁ ନେଇ ପୂରା ଆତଙ୍କ ଖେଳିଯାଇଛି । ଲୋକେ ଜୀବନ ବିକଳେ ଧାଇଁଛନ୍ତି । ସେପଟେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି ଏକ ଏକ୍ସୟୁଭି-୫୦୦ରେ ଆସି ବୋମାମାଡ଼ କରିଥିବା ଯୁବକ ଶିଶୁଭବନ ଛକ ଦେଇ ପରବର୍ତ୍ତୀ ସମୟରେ ସେମାନେ କଟକ ରୋଡରେ ଥିବା ଏକ ବାରକୁ ଯାଇଥିଲେ । ସେଠାରେ ସେମାନେ ଭଦ୍ର ଲୋକ ପରି ବସି ମଦ ପିଇବା ସାଙ୍ଗକୁ ଅତି ଆରାମରେ ବାହାରିଥିବା ସୂଚନା ମିଳିଛି ।

ONA

Leave a Reply

Top