You are here
Home > ଲାଇଫ୍ ଷ୍ଟାଇଲ୍ > ଫିଟନେସ୍ ଟିପ୍ସ

ଫିଟନେସ୍ ଟିପ୍ସ

ସାଧାରଣତଃ ବାହାଘର ପରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ । ନୂଆ ନୂଆ ଘର ଗଢୁଥିବାରୁ ନିଜ ସ୍ୱାସ୍ଥ୍ ପ୍ରତି ଧ୍ୟାନ ଦେବାକୁ ଏତେଟା ସମୟ ମିଳିନଥାଏ । ବାହାଘର ପରେ କିମ୍ବା ଗୋଟିଏ ଶିଶୁ ଜନ୍ମ ଦେବା ପରେ ମହିଳାମାନଙ୍କର ଓଜନ ବଢିବାରେ ଲାଗେ ।  କେତେକ ମହିଳା ବାହଘରର କିଛି ବର୍ଷ ପରେ ତାଙ୍କର ଆକର୍ଷଣ ହରାଇ ବସନ୍ତି । ତେବେ କିଛିଟା ଦିଗ ପ୍ରତିଧ୍ୟାନ ଦେଲେ ଗୃହିଣୀମାନେ ବି ନିଜକୁ ସୁସ୍ଥ ଓ ଆକର୍ଷଣ ରଖିପାରିବେ ।
ଓଜନ ବଢିବାର କାରଣ
   ବାହାଘର ପୂର୍ବରୁ ଯୁବାବସ୍ଥାରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ଥାଆନ୍ତି । ନିଜକୁ ସୁନ୍ଦରୀ, ପତଳା ଓ ସ୍ମାର୍ଟ  ଲୁକ ଦେବା ପାଇଁ ବିୟୁଟିପାର୍ଲର ଓ ଜିମ୍ ଯାଇଥାନ୍ତି । ଏହାସହ ବ୍ୟାୟାମ ଓ ଚଲାବୁଲା ମଧ୍ୟ କରିଥାନ୍ତି । ହେଲେ ବାହାଘର ପରେ ହଠାତ ତାଙ୍କ ଶରୀରରେ ପରିବର୍ତ୍ତନ ଦେଖାଦେଇଥାଏ । ଆଉ ନିଜର ଅବହେଳା କାରଣରୁ ସେ ଫିଟ ରହିବାରେ ସକ୍ଷମ ହୁଅନ୍ତି ନାହିଁ ।  
   ବାହାଘର ହେବା ପରେ ଖୁସିରେ ସେମାନେ ଖାଇବା ତଥା ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଶରୀରରେ ହରମୋନ ବହିବାରେ ପରିବର୍ତ୍ତନ ଆସେ । ଏହାଦ୍ୱାରା କିଛି ମହିଳା ଶୀଘ୍ର ମୋଟା ହୋଇଯାଆନ୍ତି ।
  ଯେଉଁ ଝିଅମାନେ ବାହାଘର ପୂର୍ୱରୁ ବ୍ୟାୟାମ କରୁଥାନ୍ତି, ବାହାଘର ପରେ ନୂଆ ଜାଗା ଓ ନୂଆ ଘରକୁ ଯାଇ ଲୋକ ଲଜ୍ଜା କାରଣରୁ ବ୍ୟାୟାମ କେବେ କେମିତି କରିବା ସମ୍ଭବପର ହୋଇଥାଏ । ଫଳରେ ତାଙ୍କର ମୋଟାପା ବଢିବାରେ ଲାଗେ ।  
    ଗର୍ଭବତୀ ହେବା ପରେ ବ୍ୟାୟାମ କିମ୍ବା ଡାଇଟିଂ କରିବା ବିଲକୁଲ ସମ୍ବବପର ହୋଇପାରେ ନାହିଁ । ଏହି ସମୟରେ ମହିଳମାନଙ୍କୁ ନିଜର ଶରୀରର ଯତ୍ନ ନେବାକୁ ପଡିଥାଏ । ଖାଦ୍ୟ ପଦାର୍ଥରେ ପରିବର୍ତ୍ତନ ଆସିବା ସହ ବିଭିନ୍ନ ପ୍ରକାର ଭିଟାମିନ ଟାବଲେଟ ଖାଇବାକୁ ପଡିଥାଏ । ଯଦି ଏହି ସମୟରେ ଅଧିକ ଘିଅ, ବଟର ଆଦି ଚର୍ବି ଜାତୀୟ ଖାଦ୍ୟ ଖାଆନ୍ତି ତେବେ ଓଜନ ବଢିବାରେ ଲାଗେ ଓ ତାକୁ କମ କରିବା ସମ୍ଭବପର ହୋଇନଥାଏ ।
କେମିତି କମାଇବେ ଓଜନ
   ସୁନ୍ଦର ଶରୀର ବାହାଘର ପୂର୍ବରୁ ଯେତିକି ଜରୁରୀ ବାହାଘର ପରେ ମଧ୍ୟ ସେତିକି ଜରୁରୀ । ବାହାଘର ପରେ ନିଜ ଶରୀର ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଖାଇବା ପିଇବାରେ ଧ୍ୟାନ ଦେବା ସହ ନିଜ ବ୍ୟାୟାମକୁ ଜାରି ରଖନ୍ତୁ ।
   ପ୍ରତିଦିନ ସକାଳୁ ଉଠି ଖୋଲାସ୍ଥାନ ଯଥା ଘର ବଗିଚା କିମ୍ବା ନିକଟସ୍ଥ ପାର୍କରେ ଚଲାବୁଲା କରନ୍ତୁ ।
   ଗର୍ଭଧାରଣ ଯେମିିତ ଅଧିକ ଓଜନ ନ ବଢେ ସେଥିପାଇଁ ଭୋଜନ ପ୍ରତି ଧ୍ୟାନ ଦେବା ଜରୁରୀ । ଗର୍ଭାବସ୍ଥା ତଥା ପ୍ରସବ ପରେ ସନ୍ତୁଳିତ ଭୋଜନ କରିବା ଉଚିତ । ସବୁଜ ପନିପରିବା ତଥା ଫଳ ନେବା ଉଚିତ ।
   ଏହି ସମୟରେ ନିୟମିତ ବ୍ୟାୟାମ ମଧ୍ୟ ଆବଶ୍ୟକ । ପ୍ରସବ ପୂର୍ବରୁ ଏବଂ ପ୍ରସବ ପରେ ମଧ୍ୟ ବ୍ୟାୟାମ କରିବା ଜରୁରୀ ।  ଅଧିକ ସମୟ ବସି ନରହି ସକାଳେ ଓ ସନ୍ଧ୍ୟାରେ ଚଲାବୁଲା ଅଭ୍ୟାସ କରନ୍ତୁ ।
   ପ୍ରସବ ପରେ ଶିଶୁକୁ ନିଜର ସ୍ତନ୍ୟ ପାନ କରାଇବା ନିହାତି ଆବଶ୍ୟକ । ଏଥିରେ ଗର୍ଭାବସ୍ଥାରେ ବସି ରହିଥିବା ମେଦ ବା ଚର୍ବି ବେଶ କମି ଯାଇଥାଏ । ଦେଖାଯାଉଛି କର୍ମଜୀବୀ ମହିଳାମାନେ ନିଜ କର୍ମ ବ୍ୟସ୍ତତା ଯୋଗୁ ଶିଶୁକୁ ନିଜ କ୍ଷୀର ନଦେଇ ଡବା କ୍ଷୀର ଦେଇଥାନ୍ତି । ତେବେ ଶିଶୁ ସହ ମା ଶରୀର ପାଇଁ ମଧ୍ୟ ଭଲ ନୁହେଁ ।  
ବାହାଘର ପରେ ଫିଗର ପ୍ରତି ଅବହେଳା କରନ୍ତୁ ନାହିଁ । ଅଳସୁଆ ନହୋଇ ନିଜକୁ ସର୍ବଦା ଫୁର୍ତ୍ତି ରଖନ୍ତୁ । ସବୁବେଳେ କିଛି ନା କିଛି କାମରେ ନିଜକୁ ବ୍ୟସ୍ତ ରଖିଲେ ମୋଟାପା କଥା ମୋଟେ ମନକୁ ଆସିବ ନାହିଁ । ଫଳରେ ମୋଟାପାଠାରୁ ନିଜକୁ ଦୂରେଇ ରଖିପାରିବେ ।

ONA

Leave a Reply

Top