You are here
Home > ଏକ୍ସକ୍ଲୁସିଭ୍ > ପ୍ରମୋସନ୍ ପାଇଲେନି ରସିକିଆ ଇନିସପେକ୍ଟର

ପ୍ରମୋସନ୍ ପାଇଲେନି ରସିକିଆ ଇନିସପେକ୍ଟର

ଭୁବନେଶ୍ୱର: କମିସନରେଟ ପୋଲିସ ଅଧିନରେ ଭୁବନେଶ୍ୱରରେ ରହିଛି ୨୨ଟି ଥାନା । ପ୍ରତି ଥାନାରେ ଅଛନ୍ତି ଜଣେ ଭାରପ୍ରାପ୍ତ ନିରୀକ୍ଷକ ବା ଇନିସପେକ୍ଟର । କିନ୍ତୁ କ୍ୟାପିଟାଲ ଥାନା ଭଳି କେତୋଟି ଥାନାରେ୨ଜଣ ଇନିସପେକ୍ଟର ରହିବାର ବ୍ୟବସ୍ଥା ରହିଛି । ତାଙ୍କ ତଳକୁ ଅଛନ୍ତି କିିଛି ସବ୍-ଇନିସପେକ୍ଟର, ଆସିଷ୍ଟାଣ୍ଟ ସବ୍-ଇନିସପେକ୍ଟର ଓ କନଷ୍ଟେବଲ । ଏମାନଙ୍କ ମଧ୍ୟରେ କିଛି ମହିଳା ପୋଲିସ ଅଧିକାରୀ ବି ଅଛନ୍ତି । ଶୁଣିବାକୁ ମିଳିଛି, କମିସନରେଟ୍ ପୋଲିସରେ ଏପରି ଜଣେ ଇନିସପେକ୍ଟର ଅଛନ୍ତି ଯିଏକି ରସକିଆ ମିଜାଜର । ଥାନାରେ ଥିବା କନିଷ୍ଠ ମହିଳା ପୋଲିସଙ୍କୁ ବି ଛାଡନ୍ତିନି । ଆଉ ବାବୁଙ୍କ କଥାରେ ଯିଏ ରାଜି ନହୁଏ ତାକୁ ଶନିଦଶା ଭୋଗିବାକୁ ପଡେ । ଏହି ରସିକିଆ ଥାନା ବାବୁଙ୍କୁ ଦୀର୍ଘ ଏକ ଦଶନ୍ଧି ହେବ ଭୁବନେଶ୍ୱର ବାହାରକୁ ବଦଳି କରାଯାଇ ନାହିଁ । ହଁ ନାମକୁ ମାତ୍ର ମଝିରେ ଦିନ କେଇଟା ଲାଗି ଉପାନ୍ତ ଜିଲ୍ଲାକୁ ବଦଳି ହୋଇଥିଲେ । ହେଲେ କୁହାଳିଆ ଇନିସପେକ୍ଟର ପୁଣି ରାଜଧାନୀକୁ ଡିଆଁ ମାରିଲେ ।
ପୂର୍ବରୁ ଇନିସପେକ୍ଟର ସାର୍ ଯେଉଁ ଥାନାରେ ଥିଲେ ସେଠାରେ କୁଆଡେ ରାସଲୀଳା ପାଇଁ ଏକ ସ୍ୱତନ୍ତ୍ର ରୁମ ରଖିଥିଲେ । ସେହି ଥାନାରେ ଏକ ଭଙ୍ଗା ଖଟ ବି ପୋଲିସ ବାବୁଙ୍କ ରାସଲୀଳାର ସ୍ମୃତି ବଖାଣୁଛି । ବର୍ତ୍ତମାନ ସେ ରାଜଧାନୀର ଯେଉଁ ଥାନାରେ ଇନିସପେକ୍ଟର ଅଛନ୍ତି, ସେଠାରେ ବି କୁଆଡେ ତାଙ୍କ ରୋମାନସ୍ କମିନି । ସେହି ଥାନାର ଜଣେ ମ୍ୟାଡାମଙ୍କୁ ନିୟମିତ ଭାବେ ବ୍ୟକ୍ତିଗତ ଗାଡିରେ ବୁଲାଉଥିବା ଖବର ମିଳିଛି । ମ୍ୟାଡାମ୍ ବି କମ୍ପ୍ରମାଇଜ୍ କରିଥିବାରୁ ଥାନାରେ ହୁକୁମ୍ ଝାଡୁଛନ୍ତି । କାରଣ ସେ ଭଲ ଭାବେ ଜାଣନ୍ତି, ଇନିସପେକ୍ଟର ସାର୍ ଖୁସ୍ ତ ଥାନାରେ ସାତ୍ ଖୁଣ ମାଫ୍ । ଏଭିତରେ ରସକିଆ ପୋଲିସ ବାବୁଙ୍କ ବ୍ୟାଚର ୧୬୨ ଜଣ ଡିଏସ୍ପି ପାହ୍ୟାକୁ ପଦୋନ୍ନତି ପାଇଲେଣି । ହେଲେ ଇନିସପେକ୍ଟର ସାର୍ଙ୍କ ପ୍ରମୋସନ ହୋଇନି । ତାଙ୍କ ଫାଇଲ୍ କ୍ଲିୟର ହୋଇଥିଲା ସତ, ହେଲେ ଠିକ୍ ସମୟରେ ସିସିଆର୍ ଦାଖଲ କରି ପାରିଲେନି । ହୁଏତ ଇନିସପେକ୍ଟର ସାର୍ଙ୍କୁ ସମୟ ହେଲାନି । ରାସଲୀଳାରେ ଏତେ ମସଗୁଲ ହୋଇ ଗଲେ ଯେ, ବୋଧେ ଜାଣି ପାରିଲେ ନାହିଁ କି ତାଙ୍କ ବୟସ ବଢିଲାଣି ଆଉ ଉଚ୍ଚ ପାହ୍ୟା ଅପେକ୍ଷା କରୁଛି । ଆଉ ପରକୀୟା ପ୍ରୀତିରେ ମସଗୁଲ ଖାକି ବାବୁଙ୍କୁ କୁଆଡେ ପ୍ରମୋସନ ମିଳି ପାରିଲା ନାହିଁ ବୋଲି ଚର୍ଚ୍ଚା ହେଉଛି । ପ୍ରଶ୍ନ ଉଠୁଛି, ପୋଲିସ୍ କାଷ୍ଟିଂ କାଉଚ୍ ଅଭିଯୋଗରେ ଅନେକ ଲୋକଙ୍କୁ ଜେଲ୍ ପଠାଉଛି । ହେଲେ ଏହି ଥାନା ବାବୁ ଯାହା କରୁଛନ୍ତି, ତାହା ଖାକିରେ କୌଣସି କାଷ୍ଟିଂ କାଉଚ୍ଠାରୁ କମ୍ କି? ହେଲେ ବାବୁ ତ ଆଇନ ରକ୍ଷକ ତାଙ୍କୁ ବାନ୍ଧିବ କିଏ?

ONA

Leave a Reply

Top