You are here
Home > ଏଣ୍ଟରଟେନମେଣ୍ଟ > ପ୍ରଭାସଙ୍କ ସହ ରୋମାନ୍ସ

ପ୍ରଭାସଙ୍କ ସହ ରୋମାନ୍ସ

ସାଉଥ ସୁପରଷ୍ଟାର୍୍ ପ୍ରଭାସ । ବାହୁବଲୀର ସଫଳତା ପରେ ପ୍ରଭାସଙ୍କ ଲୋକପ୍ରିୟତା ଢେର ବଢିଯାଇଛି । କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । କେବଳ ଟଲିଉଡ ନୁହେଁ ପ୍ରାୟ ସବୁ ନିଦେ୍ର୍ଦଶକ ପ୍ରଭାସଙ୍କୁ ନିଜ ଫିଲ୍ମରେ ନେବାକୁ ଆଗ୍ରହୀ । ତେବେ ଶୁଣିବାକୁ ମିଳୁଛି ଯେ, ଖୁବଶୀଘ୍ର ବଲିଉଡରେ ନଜର ଆସିବେ ପ୍ରଭାସ । ହଁ ପ୍ରଯୋଜକ ଭି.ଭାମସି କ୍ରିଷ୍ଣାଙ୍କ ଫିଲ୍ମ ସାହୋରେ ଲିଡ୍୍ ରୋଲରେ ପ୍ରଭାସ ଆଉ ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିବେ ଶକ୍ତି କପୁର ତନୟା ଶ୍ରଦ୍ଧା କପୁର । କ୍ରିଷ୍ଣାଙ୍କ ମତରେ ଫିଲ୍ମରେ ଶ୍ରଦ୍ଧାଙ୍କୁ ଦିଆଯାଇଥିବା ଚରିତ୍ର ତାଙ୍କ ପାଇଁ ପୁରା ପରଫେକ୍ଟ । ସେ ଏହି ଚରିତ୍ରକୁ ଭଲ ଭାବରେ ନିଭାଇ ପାରିବେ । ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି ସୁଜିତ । ଏହା ଏକ ଆକ୍ସନ୍୍ ଥ୍ରିଲର ଫିଲ୍ମ । ଫିଲ୍ମଟି ୪ଟି ଭାଷା ତେଲୁଗୁ, ତାମିଲ, ହିନ୍ଦୀ ଓ ମାଲାୟଲମରେ ରିଲିଜ ହେବ । ତେବେ ଶ୍ରଦ୍ଧାଙ୍କ ପୂର୍ବରୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍୍, ପୂଜା ହେଗେଡ ଏବଂ ଅନୁଷ୍କା ସେଟ୍ଟୀଙ୍କୁ ବି ଏହି ଚରିତ୍ର ପାଇଁ ଅଫର୍୍ ରହିଥିଲା । ଫିଲ୍ମଟି ଆସନ୍ତା ବର୍ଷ ରିଲିଜ କରିବାକୁ ଯୋଜନା ରହିଛି ।

ONA

Leave a Reply

Top