You are here
Home > ପଲିଟିକ୍ସ > ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ନୋଟିସ ଦେଲେ ବିରୋଧୀ ଦଳ

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ନୋଟିସ ଦେଲେ ବିରୋଧୀ ଦଳ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ନେଇ ବିବାଦ କମୁନି । କଂଗ୍ରେସ ସମେତ ରାଜ୍ୟସଭାର ୭ଟି ବିରୋଧି ଦଳ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ବିପକ୍ଷରେ ମହାଭିଯୋଗ ଲାଗି ଉପରାଷ୍ଟ୍ରପତିଙ୍କୁ ନୋଟିସ ଦେଇଛନ୍ତି ।

ମହାଭିଯୋଗ ଆଣିଥିବା ଏହି ବିରୋଧିଙ୍କ ମଧ୍ୟରେ ରହିଛନ୍ତି ୭୧ ଜଣ ରାଜ୍ୟସଭା ସଦସ୍ୟ । ଏବେ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟଧାରାରେ ସନ୍ଦେହ କରିଛନ୍ତି ବିରୋଧିମାନେ । ତେଣୁ ଦରଖାସ୍ତ ଓ ଦସ୍ତଖତ ସହିତ ଏହି ମହାଭିଯୋଗ ଆଣିବାକୁ ନୋଟିସ ପ୍ରଦାନ କରିଛନ୍ତି ବିରୋଧି ଦଳ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ।

ତେବେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କ’ଣ ହେବ ତାହା ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କ ଉପରେ ନିର୍ଭର କରୁଛି । ତାହା ଦେଖିବାକୁ ବାକି ରହିଲା ।

ONA

Leave a Reply

Top