You are here
Home > ଲାଟେଷ୍ଟ > ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରୁଛନ୍ତି ରାଜ୍ୟ ସରକାର: ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରୁଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କୁ ତୃତୀୟ ବର୍ଷ ଏବଂ ରାଜ୍ୟରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ତୃତୀୟ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବଧି ମଧ୍ୟରେ ରାଜ୍ୟ ବାସୀଙ୍କ ପାଇଁ କିଏ କଣ କଣ କରିଛନ୍ତି ତାକୁ ନେଇ ଉଭୟ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ  ହିସାବ ମାଗୁଛନ୍ତି  । ରାଜ୍ୟସାବୀଙ୍କ ହିତ ପାଇଁ କିଏ କଣ ଯୋଜନା କରିଛନ୍ତି ତାକୁ ନେଇ ଉଭୟ ଦଳ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ଗୋଟିଏ ପଟରେ  ବିଜେଡି ସରକାର ପ୍ରତ୍ୟେକ  ବିଭାଗର ମନ୍ତ୍ରୀ ପ୍ରତ୍ୟେକ ଦିନ ପ୍ରେସମିଟ୍ କରି ନିଜ ବିଭାଗ ହିସାବ ରଖୁଛନ୍ତି  । ଅନ୍ୟ ପଟରେ ବିଜେପି ମନ୍ତ୍ରୀ ପ୍ରତ୍ୟେକ ପ୍ରେସମିଟ୍ କରି ନିଜ ବିଭାଗର ହିସାବ ରଖୁଛନ୍ତି  । ବିଜେପି ରାଜ୍ୟ ସରକାରଙ୍କ ବିଫଳତାକୁ ପଦାକୁ ଆଣିବା ସହ କେନ୍ଦ୍ର ଦେଇଥିବା ଆର୍ଥିକ ସହାୟତାର ହିସାବ ମାଗୁଛନ୍ତି  । ଏହି କ୍ରମରେ ବୁଧବାର ବିଜେପି ପ୍ରଧାନମନ୍ତ୍ରୀଆବାସ ଯୋଜନା ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି । ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି  । ସେ ବିଭାଗୀୟ ମନ୍ତ୍ରୀଙ୍କୁ ୧୩ଟି ପ୍ରଶ୍ନ ପଚାରିଛନ୍ତି । ରାଜ୍ୟ ସରକାର ପକ୍କାଘର ନିର୍ମାଣ ନେଇ ଯେଉଁ ତଥ୍ୟ ଉପସ୍ଥାପନା କରିଛନ୍ତି ସେଥିରେ ସତ୍ୟତା ନାହିଁ । ଭୃଗଚ କହିଛନ୍ତି ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରିଛନ୍ତି ।  ପ୍ରକୃତରେ ୩ ବର୍ଷରେ ୩ ଲକ୍ଷ ପକ୍କା ଘର ନିର୍ମାଣ ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ୧୦ ଲକ୍ଷ ଦର୍ଶାଉଛନ୍ତି । ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୫୭ ହଜାର ଘର ନିର୍ମାଣ କରିଥିବା ବେଳେ ବାକି ସବୁ କେନ୍ଦ୍ର ଯୋଜନାରେ ହୋଇଛି ।  ବିଜେଡି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରି ବିଜୁ ପକ୍କା ଘର  ଯୋଜନାରେ ସେହି ଅର୍ଥ ଖର୍ଚ୍ଚ କରୁଛନ୍ତି । ବାସ୍ତବରେ ବିଜୁ ପକ୍କା ଘର ଫଳକ ନବାଜିଲେ ରାଜ୍ୟ ସରାକର ଲୋକଙ୍କୁ ଟଙ୍କା ଦେଉ ନାହାନ୍ତି । ଭୃଗୁ ବକ୍ସିପାତ୍ର କହିଛନ୍ତି ୧୮ ବର୍ଷ ଶାସନ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିପାରି ନାହାନ୍ତି । ଏବେ ମଧ୍ୟ ମା  ମାଉସୀକୁ ଗରା ଧରି ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ପାଇଁ ଅପେକ୍ଷା କରିବାକୁ ପଡୁଛି ।  ଅନେକ ଅଞ୍ଚଳରେ ଲୋକଙ୍କୁ ବାଧ୍ୟ ହୋଇ ଦୂଷିତ ପାଣି ପିଇବାକୁ ପଡୁଛି । ଏହି  ପାନୀୟ ଜଳ ସମସ୍ୟାର କେବେ ସମାଧାନ ହୋଇ ପାରିବ, ସେନେଇ ପ୍ରଶ୍ନ ଉଠାଇଛନ୍ତି ।

ONA

Leave a Reply

Top