You are here
Home > Breaking News > ପୌର ନିର୍ବାଚନ ଅନିଶ୍ଚିତତା ନେଇ ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା

ପୌର ନିର୍ବାଚନ ଅନିଶ୍ଚିତତା ନେଇ ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର, ୧୪ା୦୬ା୨୦୧୮: ଚଳିତ ବର୍ଷ ହେବାକୁ ଥିବା ପୌର ନିର୍ବାଚନ ନେଇ ଆଶଙ୍କା ହୋଇଥିବାରୁ ବିରୋଧୀ ଏଥିରେ ସରକାରଙ୍କୁ ସମାଲୋଚନା କରିଛନ୍ତି । ନିର୍ବାଚନ ଚାହୁଁନଥିବାରୁ ସରକାର କୋର୍ଟ ଆଳରେ ସମୟ ଗଡ଼ାଇବା ପାଇଁ ଚାହୁଁଛନ୍ତି ବୋଲି ଅଭିଯୋଗ କରାଯାଇଛି । ପୌରାଞ୍ଚଳରେ ସଂରକ୍ଷଣକୁ ନେଇ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବେ ବୋଲି ଘୋଷଣା କରିବା ପରେ ଏହି ବିବାଦ ମୁଣ୍ଡ ଟେକିଛି । ସୁପ୍ରିମକୋର୍ଟ ଯାଇ ସରକାର ମାମଲା ବିଚାରଧିନ ରହିଛି ବୋଲି ଏହି ଆଳରେ ନିର୍ବାଚନକୁ ଟାଳିବାକୁ ଯୋଜନା କରିଥିବା ବିରୋଧୀ କହିଛନ୍ତି ।
ଏପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, “ପୌରନିର୍ବାଚନ ନେଇ ସରକାରଙ୍କ ଆତନ୍ତରିକତା ଅଛି ନା ନିର୍ବାଚନ କମିଶନଙ୍କ ଆନ୍ତରିକତା ଅଛି । ଏ ସରକାର ପରାଜୟ ଭୟରେ କୌଣସି ନିର୍ବାଚନକୁ ଆଉ ଫେସ୍ କରିବା ସ୍ଥିତିରେ ନାହାନ୍ତି ।”
କଂଗ୍ରେସ ବିଧାୟକ ଜାକବ ପ୍ରଧାନ କହିଛନ୍ତି, “ ରାଜ୍ୟ ସରକାରଙ୍କର କୌଣସି ଆନ୍ତରିକତା ନାହିଁ ଠିକ୍ ସମୟରେ ପୌର ନିର୍ବାଚନ କରିବା ପାଇଁ । ପୌର ନିର୍ବାଚନ ନକରି ସେମାନେ ସିଧାସଳଖ କ୍ଷମତା ଉପଭୋଗ କରିବାକୁ ଚାହୁଁଛନ୍ତି । ମୋତେ ଲାଗୁଛି ସାଧାରଣ ନିର୍ବାଚନ ପରେ ଏ ନିର୍ବାଚନ କରିବାକୁ ସରକାରଙ୍କ ଯୋଜନା ଅଛି ।”
ବିଜେଡି ବିଧାୟକ ତଥା ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି, “ନିର୍ବାଚନ ନେଇ ସରକାରଙ୍କର ସଂପୂର୍ଣ୍ଣ ଆନ୍ତରିକତା ରହିଛି । ବିଧିବଦ୍ଧ ଭାବରେ ଯେଉଁ ପ୍ରକ୍ରିୟା ରହିଛି ତାହା ସରକାର ଆରମ୍ଭ କରିଥିଲେ । ଯେତବେଳେ ଯେଉଁ ନିର୍ବାଚନ ଲଢ଼ାଯାଇଛି ସେଥିରେ ୧ନଂରେ ରହିଛୁ । ତେଣୁ ନିର୍ବାଚନକୁ ବିଜୁ ଜନତା ଦଳର ପ୍ରଶ୍ନ ଉଠୁନି?

ONA

Leave a Reply

Top