You are here
Home > ଲାଟେଷ୍ଟ > ପୋଲାଭରମ ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ ଚିନ୍ତା

ପୋଲାଭରମ ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ ଚିନ୍ତା

ଭୁବନେଶ୍ୱର: ଉପଯୁକ୍ତ ଥଇଥାନ ଓ ପୁନର୍ବାର ବ୍ୟବସ୍ଥା ନକରି ବିସ୍ଥାପନ କରାଯାଇପାରିବନାହିଁ । ପୋଲାଭରମରେ ବିସ୍ଥାପିତ ଜନଜାତିଙ୍କୁ ଲକ୍ଷ୍ୟ କରି ଏକଥା କହିଛନ୍ତି ଜାତୀୟ ଜନଜାତି ଆୟୋଗ । ବିକଳ୍ପ ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା ନହେବା ଯାଏ ଜନଜାତିମାନଙ୍କୁ ବିସ୍ଥାପିତ କରାଯିବ ବୋଲି ଓଡ଼ିଶା ଗସ୍ତରେ ଆସିଥିବା ଜନଜାତି ଆୟୋଗ ଅଧ୍ୟକ୍ଷ ନନ୍ଦ କୁମାର ସାଏ କହିଛନ୍ତି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଥିବା ସୂଚନା ଦେଇଛନ୍ତି । ସଚ୍ଚିବାଳୟରେ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଏ ସୂଚାଇଛନ୍ତି କି ପୋଲାଭରମ ପ୍ରକଳ୍ପରେ ବିସ୍ଥାପିତ ହେବାକୁ ଥିବା ଜନଜାତିଙ୍କ ବାସ୍ତବସ୍ଥିତି ସଂପର୍କରେ କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀଙ୍କ ସହ ଆଲୋଚନା କରି ଅନୁଧ୍ୟାନ କରାଯିବ । ଆବଶ୍ୟକ ପଡ଼ିଲେ ଜାତୀୟ ଜନଜାତି ଆୟୋଗ ସେ ଅଂଚଳ ଗସ୍ତ କରିବେ । ରାଉରକେଲା ଇସ୍ପାତ କାରଖାନା ପାଇଁ ଅଧିଗ୍ରହଣ କରାଯାଇଥିବା ଜମିରୁ ୫ ହଜାର ଏକରରୁ ଅଧିକ ଜମି ଅବ୍ୟବହୃତ ହୋଇଛି । ଯେଉଁ ଆଦିବାସୀମାନେ ଏ ଜମି ଦେଇଥିଲେ କାମରେ ଲାଗି ନଥିବାରୁ ସେମାନେ ଫେରସ୍ତ ନେବା ପାଇଁ ଚାହୁଁଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଆୟୋଗ । ରାଜ୍ୟପାଳ ସାମ୍ବାଧାନିକ କ୍ଷମତା ପ୍ରୟୋଗ କରି ଆଦିବାସୀଙ୍କ ଜମି ଫେରାଇ ପାରିବେ । ଜଙ୍ଗଲ ଜମି ଉପରେ ଗୋଷ୍ଟୀ ସମ୍ବଳ ଅଧିକାର ଶିରୋନାମା ପ୍ରଦାନ କଲେ ଆଦିବାସୀମାନେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି । 

ONA

Leave a Reply

Top