You are here
Home > ଇଣ୍ଡିଆ > ପେନ୍‌ସନଭୋଗୀ ଆଶ୍ୱସ୍ତ: ଜାନୁଆରୀ ୧୫ ଯାଏ ବଢ଼ିଲା ଜୀବନ ପ୍ରମାଣପତ୍ର ଦାଖଲର ସମୟସୀମା

ପେନ୍‌ସନଭୋଗୀ ଆଶ୍ୱସ୍ତ: ଜାନୁଆରୀ ୧୫ ଯାଏ ବଢ଼ିଲା ଜୀବନ ପ୍ରମାଣପତ୍ର ଦାଖଲର ସମୟସୀମା

ନୂଆଦିଲ୍ଲୀ:ପେନସନଭୋଗୀଙ୍କ ଲାଗି ଭଲ ଖବର  । ପେନ୍‌୍‌ସନଭୋଗୀଙ୍କ ଜୀବନ ପ୍ରମାଣପତ୍ର ଦାଖଲର ସମୟ ସୀମାକୁ କେନ୍ଦ୍ର ସରକାର ଜାନୁଆରୀ ୧୫ ତାରିଖ ପର୍ୟ୍ୟନ୍ତ ବଢ଼ାଇ ଦେଇଛନ୍ତି। ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ କରିଥିବାରୁ   ଏ ବାବଦ ଅସୁବିଧାକୁ ଏଡ଼ାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି। ପେନସନ୍‌ଧାରୀମାନେ ଲାଇଫ୍‌ ସାର୍ଟିଫିକେଟ ଦାଖଲ ପାଇଁ ଅଧିକ ସମୟ ପାଇଥିବାରୁ ଆଶ୍ୱସ୍ତ ହୋଇଛନ୍ତି।  ପୂର୍ବରୁ ନଭେମ୍ବର ଶେଷ ସୁଦ୍ଧା ଏହା ଦାଖଲ କରିବାକୁ କୁହାଯାଇଥିଲା। ଜାନୁଆରୀ ୧୫ ତାରିଖକୁ ସମୟ ସୀମା ବଢ଼ାଯିବା ସହ  ଏହା ଦାଖଲର ଶେଷ ତାରିଖ ବୋଲି କୁହାଯାଇଛି। ପେନ୍‌୍‌ସନଧାରୀମାନେ ସେମାନଙ୍କ ଜୀବନ ପ୍ରମାଣପତ୍ର ପେନ୍‌୍‌ସନ ଦେଉଥିବା ସଂସ୍ଥା ଯଥା ବ୍ୟାଙ୍କ, ପୋଷ୍ଟ୍‍ ଅଫିସ୍‌ ଆଦିରେ ଦାଖଲ କରିବେ।

ONA

Leave a Reply

Top