You are here
Home > କର୍ପୋରେଟ୍ > ପେଟ୍ରୋଲିୟମ ମନ୍ତ୍ରଣାଳୟ  ପକ୍ଷରୁ ବିିଶ୍ ଜୈବ ଇନ୍ଧନ ଦିବସ ପାଳନ

ପେଟ୍ରୋଲିୟମ ମନ୍ତ୍ରଣାଳୟ  ପକ୍ଷରୁ ବିିଶ୍ ଜୈବ ଇନ୍ଧନ ଦିବସ ପାଳନ

 ଭୁବନେଶ୍ୱର :  ଅଣ ଜୀବାଶ୍ମ   ଇନ୍ଧନ ବ୍ୟବହାର ନେଇ ସଚେତନତା ସୃଷ୍ଟି କରିବାକୁ ପ୍ରତି ବର୍ଷ  ଅଗଷ୍ଟ ୧୦ ତାରିଖ ଦିନ ଜୈବ ଇନ୍ଧନ ଦିବସ ପାଳନ କରା ଯାଇଥାଏ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ  ପକ୍ଷରୁ ୨୦୧୫ରୁ ଅଗଷ୍ଟ ୧୦ ତାରିଖ ଦିନ  ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ କରା ଯାଇଥାଏ ।  ୨୦୧୫, ଅଗଷ୍ଟ ୧୦ ତାରିଖ ଦିନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଚାରୋଟି ସହର, ଦିଲ୍ଲୀ, ବିଶାଖାପାଟଣା, ବିଜୟବାଡା  ଓ ହଳଦିଆ ଠାରେ ବାୟୋ ଡିଜେଲ ବ୍ଲେଣ୍ଡିଂ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ୨୦୧୬, ଅଗଷ୍ଟ ୧୦ ତାରିଖ ଦିନ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଏହାକୁ ନେଇ ଏକ  ଆନ୍ତର୍ଜାତିୟ ସେମିନାରର ଆୟୋଜନ କରା  ଯାଇଥିଲା । ଜୈବ ଇନ୍ଧନର ସାମାଜିକ – ଆର୍ଥିକ ଲାଭ ନିମ୍ନ ପ୍ରକାରରେ ରହିଛି । – – ବିପଦପୂର୍ଣ ବାୟୁକୁ ପ୍ରଦୂଷିତ କରୁଥିବା ଅଂଶ କମ ବାହାରିଥାଏ । – ଅଶୋଧିତ ତୈଳ ଆମଦାନୀ ମାତ୍ରା କମିବା କାରଣରୁ ଭାରତର ଫରେନ ଏକ୍ସଚେଂଜ ରିଜର୍ଭରେ ବୃଦ୍ଧି ହେବ । – ଚାଷୀ ମାନଙ୍କର ଆୟ ବଢିବ,  ଜୈବ ଇନ୍ଧନ ପାଇଁ କୃଷକ ମାନଙ୍କୁ ଲାଭ ହେବ – ଗ୍ରାମୀଣ ଅଂଚଳରେ ରୋଜଗାର ସୃଷ୍ଟି ହେବ । – ୧୨୦-୧୬୦  ମିଲିୟନ ଟନ ପ୍ରତି ବର୍ଷ  ଅଧିକ କୃଷି ବର୍ଜ୍ୟକୁ ନୂଆ ଟେକ୍ନୋଲଜି ଆଲକହଲ ତିଆରି କରା ଯାଇପାରିବ । ବିଶ୍ୱ  ଜୈବ ଇନ୍ଧନ  ଓଡିଶାର ତିନୋଟି ସ୍ଥାନ ଭୁବନେଶ୍ୱର, ବରଗଡ, ଓ ଭବାନୀପାଟଣାରେ ଆୟୋଜିତ ହେଉଛି । ଏଥିରେ ଛାତ୍ର, ଚାଷୀ ଓ ସାଧାରଣ ଲୋକଙ୍କ ଯୋଗଦାନ ରହିଛି । ଚଳିତ ବର୍ଷର ଜୈବ ଇନ୍ଧନ ଦିବସର ଥିମ ହେଉଛି ଆମର ବିଶ୍ୱକୁ ଜୈବ ଇନ୍ଧନ ଜରିଆରେ ଭଲ ସ୍ଥାନରେ ପରିଣତ କରିବା ।  ଏହି ସ୍ଥାନ ମାନଙ୍କରେ ବିଭିନ୍ନ କ୍ୱିଜ ଓ ପେଂଟିଂ ପ୍ରତିଯୋଗିତା  ଆୟୋଜନ କରା ଯାଇଛି । ଏହି ସ୍ଥାନ ମାନଙ୍କରେ ଜୈବ ଇନ୍ଧନ ବ୍ୟବହାର କରିବାକୁ ବାର୍ତା  ପ୍ରଦାନ କରିବାକୁ ର୍ୟାଲୀ ମାନ ଆୟୋଜିତ ହେବ ।  ଓୟୁଏଟିର କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

ONA

Leave a Reply

Top