You are here
Home > ଲାଇଫ୍ ଷ୍ଟାଇଲ୍ > ପୁରୁଷଙ୍କ ପାଇଁ ପାରମ୍ପରିକ ବସ୍ତ୍ର

ପୁରୁଷଙ୍କ ପାଇଁ ପାରମ୍ପରିକ ବସ୍ତ୍ର

ଷ୍ଟାଇଲ୍୍ ଓ ଫ୍ୟାଶନରେ କେବଳ ମହିଳା ନୁହନ୍ତି ପୁରୁଷ ମଧ୍ୟ କୌଣସି ଗୁଣରେ କମ୍୍ ନୁହନ୍ତି । ନିଜକୁ ଫିଟ୍ ଏବଂ ଷ୍ଟାଇଲିସ୍୍ ଦେଖେଇବା ପାଇଁ ପୁରୁଷମାନେ ଖୁବ ଯତ୍ନବାନ । ସେଥିପାଇଁ ସେମାନେ ନିଜ ଲୁକ୍ ସହ ଆଉଟ ଫିଟ ଉପରେ ମଧ୍ୟ ବିଶେଷଧ୍ୟାନ ଦେଇଥାନ୍ତି । ଆଜିକାଲି ସେମାନଙ୍କ ଷ୍ଟାଇଲ୍୍ ଓ ଡିମାଣ୍ଡକୁ ଦେଖି ବଜାରରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଆଉଟଫିଟ୍୍ ଉପଲବ୍ଧ । ଯାହାକି ସେମାନଙ୍କୁ ଟ୍ରାଡିସନାଲ ସହ ଷ୍ଟାଇଲିସ୍୍ ଲୁକ୍୍ ଦେଉଛି ।
♦   ଯଦି ଆପଣ ଭାବୁଛନ୍ତି ଯେ, ପୁରୁଷମାନେ କେବଳ ବେଷ୍ଟର୍ଣ୍ଣ ଡ୍ରେସ ଯେମିିତିକି ଜିନ୍ସ ଓ ଟି-ସର୍ଟରେ ଭଲ ଦେଖାଯାଆନ୍ତି ତେବେ ତାହା ସମ୍ପୂର୍ଣ୍ଣ ଭୁଲ । କାରଣ ପୁରୁଷମାନେ ଏସବୁ ଡ୍ରେସ ଅପେକ୍ଷା ପାରମ୍ପରିକ ବସ୍ତ୍ରରେ ଅଧିକ ସୁନ୍ଦର ଦେଖାଯାଇଥାନ୍ତି । ଯେମିତିକି ଧୋତି କୁର୍ତ୍ତା, ପାୟଜାମା କୁର୍ତ୍ତା, ସେରବାନି, ଚୁଡିଦାର ପଞ୍ଜାବୀ, ପଠାନୀ ସୁଟ୍୍ ଇତ୍ୟାଦି ।
♦    ଆପଣ ଯଦି କୌଣସି ପୂଜା କିମ୍ବା ଧାର୍ମିକ ସ୍ଥାନକୁ ଯାଉଛନ୍ତି ତେବେ ଆପଣ କଟନର ଧୋତି କୁର୍ତ୍ତା, କିମ୍ବା ପାୟଜାମା ପିନ୍ଧିପାରିବେ । ଏହା ଆପଣଙ୍କୁ ପାରମ୍ପରିକ ଲୁକ ଦେବା ସହ ଆରାମଦାୟକ ମଧ୍ୟ ଲାଗିବ ।
♦    ବିବାହ ଓ ଅନ୍ୟ କୌଣସି ଉତ୍ସବରେ ଆପଣ ଗାଢ ରଙ୍ଗର ସେରବାନି, ପଠାନୀ ସୁଟ୍୍ ପିନ୍ଧିଲେ ଆପଣଙ୍କୁ ଭଲ ମାନିବ ।
♦    ଅଫିସରେ କୌଣସି ପୂଜାପାଠ କିମ୍ବା କଲଚରାଲ କାର୍ଯ୍ୟକ୍ରମ ଥିଲେ ଆପଣ ଅଳ୍ପ କାରୁକାର୍ଯ୍ୟ ଥିବା ସେରବାନି, ପାୟଜାମା କୁର୍ତ୍ତା ପିନ୍ଧି ଯାଇପାରିବେ ।
♦   କେବଳ ବାହାରକୁ ଗଲେ ନୁହେଁ ବରଂ ଘରେ ମଧ୍ୟ ଆପଣ ଏପରି ଆଉଟଫିଟ ପିନ୍ଧିପାରିବେ । ଖରାଦିନେ ବାହାରୁ ଆସିଲା ପରେ ଗରମରେ ଅଧିକ ବିରକ୍ତି ଲାଗିଥାଏ । ତେଣୁ ଫ୍ରେସ ହେବା ପରେ ଆପଣ କଟନର ପାୟଜାମା ପିନ୍ଧିଲେ ଆରାମ ଲାଗିବ । ଏହାକୁ ପିନ୍ଧି ଆପଣ ବଜାରକୁ କିମ୍ବା ଆଖପାଖକୁ ମଧ୍ୟ କୌଣସି କାମରେ ଯାଇପାରିବେ ।
♦    ପାରମ୍ପରିକ ଡ୍ରେସ ପିନ୍ଧିବା ବେଳେ ଏହାର ରଙ୍ଗ ଓ କାରିଗରୀ ଉପରେ ନିଶ୍ଚୟଧ୍ୟାନ ଦେବେ । ଆପଣଙ୍କ ଶରୀରକୁ ଭଲ ଲାଗିବା ଭଳି ରଙ୍ଗ ସାଙ୍ଗକୁ ଉତ୍ସବର ପ୍ରାଧାନ୍ୟକୁ ଦେଖି ଡ୍ରେସର କାରିଗରୀ ମଧ୍ୟ ଦେଖିନେବେ ।
♦    ଆପଣଙ୍କ ରଙ୍ଗ କଳା ହୋଇଥିଲେ ଗାଢ ରଙ୍ଗ ଆପଣଙ୍କୁ ମାନିବ ନାହିଁ । ତେଣୁ ଆପଣ ହାଲକା ରଙ୍ଗର କୁର୍ତ୍ତା କିମ୍ବା ସେରବାନି ପିନ୍ଧିଲେ ଭଲ ଲାଗିବ ।

ONA

Leave a Reply

Top