You are here
Home > କର୍ପୋରେଟ୍ > “ଲୋକଙ୍କ ଖର୍ଚ୍ଚ ଶୈଳୀ ବଦଳିବ”: ଅର୍ଥମନ୍ତ୍ରୀ

“ଲୋକଙ୍କ ଖର୍ଚ୍ଚ ଶୈଳୀ ବଦଳିବ”: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଏକ ରୁଟିନ୍ ସରକାର ନୁହେଁ । କଳାଧନ ଉପରେ ଅଙ୍କୁଶ ଲଗାଇବାକୁ କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ଥିଲା । ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ନିଷ୍ପତ୍ତିର ଲାଭ ଦେଶକୁ ମିଳିବ । ତେବ ଆସନ୍ତା ୩-୪ ସପ୍ତାହ ମଧ୍ୟରେ ମୁଦ୍ରାର ସମସ୍ୟା ସମାଧାନ ହେବ । ଦେଶର ୮୫ ପ୍ରତିଶତ ଅର୍ଥ ୫୦୦ ଏବଂ ୧୦୦୦ଟଙ୍କାରେ ଥିଲା । ସେଥି ମଧ୍ୟରୁ ଅଧିକାଂଶ କଳାଧନ ଥିଲା ।  ବ୍ଲାକ ମନି ରଖିଥିବା ବ୍ୟକ୍ତିଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ କଡ଼ା ଜବାବ ଦେଇଛନ୍ତି  ଜେଟଲୀ କହିଛନ୍ତି ଯେ କଳାଧନ ବ୍ୟବହାର କାହାର ମୌଳିକ ଅଧିକାର ନୁହେଁ ।

-ସମାନ୍ତର ଅର୍ଥନୀତିକୁ ପ୍ରଭାବିତ କରୁଥିଲା

-ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବାହାରେ ଚାଲୁଥିଲା କଳାଧନ

-୫୦୦ ଓ ୧୦୦୦ ଟଙ୍କିଆ ଅଚଳ କଳାଧନକୁ ଉପଯୁକ୍ତ ଜବାବ

-ଦେଶର ପ୍ରତ୍ୟକ୍ଷ ଓ ପରୋକ୍ଷ କର ଆଦାୟ ବୃଦ୍ଧି ହେବ

-ଘରୋଇ ଉତ୍ପାଦ ବୃଦ୍ଧି ପାଇବ

-ଲୋକଙ୍କର ଖର୍ଚ୍ଚକରିବା ଶୈଳୀ ଓ ସେମାନଙ୍କ ଅର୍ଥ ସଂଚୟ ଶୈଳୀକୁ ଏହା ବଦଳାଇବ

ତେବେ ଏହି ପଦକ୍ଷେପ ଆଗକୁ ଭାରତୀୟ ଅର୍ଥନୀତି କ୍ୟାସଲେସ୍ ହେବା ସହ ପ୍ଲାଷ୍ଟିକ ମନିର ବ୍ୟବହାର ବଢିବ ।  ଫଳରେ ଦେଶ କଳାଧନ ଓ ଦୁର୍ନୀତିରୁ ମୁକ୍ତି ପାଇବ । ନୂଆ ୫୦୦ ଓ ୧ ହଜାର ଟଙ୍କିଆ ପ୍ରଚଳନ ଯୋଗୁ ବ୍ୟାଙ୍କ ଜମା ବଢିବ ଓ ଦେଶର ଆର୍ଥିକ ଅଭିବୃଦ୍ଧି ହେବ । ଟଙ୍କାର କାରବାର କମିବ, ଅଫିସିଆଲ ଟ୍ରାଞ୍ଜାକସନ ବଢିବ । ବ୍ୟାକିଂ ବ୍ୟବସ୍ଥା ସୁଦୃଢ଼ ହେବ । ରାଜ୍ୟ ଗୁଡିକ ମଧ୍ୟ ଲାଭନ୍ବିତ ହେବ ।

ଏହାର ରାଜନୈତିକ ପ୍ରଭାବ ମଧ୍ୟ ପଡିବ । ଏଣିକି ରାଜନୈତିକ ଦଳର ପାଣ୍ଠି ସଂପର୍କରେ ସମସ୍ତେ ଜାଣିପାରିବେ । ଏଭଳି ବ୍ୟବସ୍ଥା ବହୁ ପୂର୍ବରୁ ଆସିବାର ଥିଲା ।

ସେହିପରି ଚିନ୍ତାରେ ଥିବା କୃଷକଙ୍କୁ ଜେଟଲୀ ଆଶ୍ବାସନା ଦେଇଛନ୍ତି । କୃଷି କ୍ଷେତ୍ରର ଆୟ କରମୁକ୍ତ । ଏଥିପାଇଁ କୃଷକମାନେ ସେମାନଙ୍କ ଟଙ୍କା ଘରେ ନରଖି ବ୍ୟାଙ୍କରେ ଜମା କରନ୍ତୁ ।

ଏବେ ଅଚଳ ରହିଥିବା ୫୦୦ ଟଙ୍କା ଓ ୧୦୦୦ଟଙ୍କା ବ୍ୟାଙ୍କରେ ଜମା କଲେ କୌଣସି ଟିକସ ଛାଡ ମିଳିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଦେଶର ପ୍ରଚଳିତ ଥିବା ସବୁ ନିୟମ ଟଙ୍କରା ଉତ୍ସ ଉପରେ ଲାଗୁ ହେବ ବୋଲି କହିଛନ୍ତି ଜେଟଲି। ତେବେ ଏବେ ଅଚଳ ହୋଇଯାଇଥିବା ୫୦୦ ଟଙ୍କା ଓ ୧୦୦୦ ଟଙ୍କା ଯଦି ବୈଧ ଥିବ, ଆଗରୁ ବ୍ୟାଙ୍କରୁ ଉଠାଯାଇଥିବ କିମ୍ବା ସତ୍ ଉପାୟର ଆୟ ହୋଇଥିବ ତେବେ ଏହାକୁ ଘୋଷଣା କରାଯାଇଥିବ ତେବେ ଡରିବାର କିଛି ନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଜେଟଲି।

ONA

Leave a Reply

Top