You are here
Home > ସ୍ପୋର୍ଟସ୍ > ପୁଣି ବଦଳିବ ରଣଜୀ ଟ୍ରଫି ଫର୍ମାଟ୍!

ପୁଣି ବଦଳିବ ରଣଜୀ ଟ୍ରଫି ଫର୍ମାଟ୍!

ବିସିସିଆଇର ସର୍ବବୃହତ୍ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିର ଢାଞ୍ଚା ବଦଳିବ । ଗୋଟିଏ ବର୍ଷର ନିରପେକ୍ଷ ଭେନୁ୍ୟ ଫର୍ମାଟ ପ୍ରୟୋଗ କରାଯାଇଥିଲା । ହେଲେ ଏହାର ସଫଳ ରୂପାୟନ ହୋଇପାରି ନାହିଁ । ପୂର୍ବ ଘରୋଇ ଓ ପ୍ରତିପକ୍ଷ ଦଳର ଘରୋଇ ଭେନୁ୍ୟ ଫର୍ମାଟ୍କୁ ଫେରିଯିବା ପାଇଁ ନିଷ୍ପତ୍ତି ହୋଇଛି । ଫଳରେ ପୂର୍ବପରି ରଣଜୀ ଟ୍ରଫିରେ ହୋମ୍ ଓ ଆୱେ ଭିତ୍ତିରେ ସବୁ ଦଳ ମ୍ୟାଚ୍ ଖେଳିବେ । ବିସିସିଆଇର କ୍ୟାପ୍ଟେନ୍-କମ୍-କୋଚ୍ କନ୍କ୍ଲେଭ୍ରେ ପୂର୍ବ ନିୟମ ସପକ୍ଷରେ ସଂଖ୍ୟାଧିକ ମତ ପ୍ରକାଶ ପାଇଥିଲା । ଏହି ପ୍ରସ୍ତାବକୁ ଜେନେରାଲ୍ ବଡି ମିଟିଂରେ ରଖାଯିବ । ପରେ ଏହା ଉପରେ ନିଷ୍ପତ୍ତି ହେବ । କେବଳ ରଣଜୀ ଟ୍ରଫି ନୁହେଁ  ବିଜୟ ହଜାରେ ଏବଂ ମୁସ୍ତାକ୍ ଅଲୀ ଟୁର୍ଣ୍ଣାମେଣ୍ଟ୍ ସହ ଜୁନିୟର୍ ଟୁର୍ଣ୍ଣାମେଣ୍ଟ୍ ର କାୟା  ବଦଳିବ । ଏତଦଭିନ୍ନ ଘରୋଇ ଖେଳାଳିଙ୍କ ପାଉଣା ବୃଦ୍ଧି ମାମଲା ସମ୍ପର୍କରେ ବିଚାର କରାଯାଉଛି । ଘରୋଇ ଟୁର୍ଣ୍ଣାମେଣ୍ଟ୍ରେ ଅମ୍ପାୟାରିଂର ମାନ ନିମ୍ନ ମୁଖୀ ହେଉଛି । ଏଥିରେ ସୁଧାର ଆଣିବା ପାଇଁ କଡା ପଦକ୍ଷେପ ନେବ ବିସିସିଆଇ ।  ମ୍ୟାଚ୍ରେ ଭୁଲ ନିଷ୍ପତ୍ତି ପାଇଁ ଅମ୍ପାୟାରଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି ।    ଆମ ଅମ୍ପାୟାର୍ମାନେ ଥିଓରୀରେ ବେଶ ଉନ୍ନତ ହୋଇଥିବାବେଳେ ତୁରନ୍ତ ଦଣ୍ଡ ଦେବାରେ ପାରଙ୍ଗମ । ଏନେଇ ଅନେକ ସମୟରେ ଅମ୍ପାୟାର ପଡ଼ିଆରେ ତ୍ରୁଟି କରିଥାନ୍ତି । ଏଥିରେ ସୁଧାର ଅଣାଯିବା ସହ କାଉଣ୍ଟି କ୍ରିକେଟ୍ ଭଳି ଢ଼ାଞ୍ଚା ଅପଣେଇବ  ବିସିସିଆଇ ।

ONA

Leave a Reply

Top