You are here
Home > ଅଧିକ ଖବର > ପିଲାଙ୍କ ଠାରେ ଡାଇବେଟିସ୍

ପିଲାଙ୍କ ଠାରେ ଡାଇବେଟିସ୍

ଡାଇବେଟିସ୍୍ ଏକ ଜଟିଳ ଶାରୀରିକ ଅବ୍ୟବସ୍ଥା । ଏହା ଇନସୁଲିନ ହରମୋନ ଅଭାବରୁ ବା ଇନସୁଲିନର କାର୍ଯ୍ୟକାରୀ କ୍ଷମତା କମିବା ହେତୁ ହୋଇଥାଏ । ଏହି ରୋଗରେ ଗ୍ଲୁକୋଜ ଓ ଅନ୍ୟ ଶକ୍ତିଦାୟୀ ଜୈବ ଜାଳେଣିର ଉପଯୋଗ ଠିକ୍୍ ଭାବେ ହୋଇପାରେ ନାହିଁ । ଏଥିରେ ଅନେକ ରକ୍ତନାଳିକା ସମ୍ବନ୍ଧୀୟ ଓ ସ୍ନାୟୁ ସମ୍ବନ୍ଧୀୟ ବିକାର ଦେଖାଦିଏ । ଏହି ପରିପ୍ରେକ୍ଷୀରେ ପିଲାଙ୍କଠାରେ ଡାଇବେଟିସ୍୍ ଲକ୍ଷଣ ଦେଖାଦେଲେ ତୁରନ୍ତ ତାହାର ଉପଚାର ପାଇଁ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ ।

ଡାଇବେଟିସ୍ ବା ମଧୁମେହ ଏକ ବହୁ ପୁରାତନ ରୋଗ । ଏବେ ଏହାର ସଂଖ୍ୟା ଦ୍ରୁତଗତିରେ ବଢି ଚାଲିଛି । ଏହାର କାରଣ ଆମର ଜୀବନଧାରାରେ ତ୍ୱରିତ ପରିବର୍ତ୍ତନ । ଶ୍ରମହୀନ ଜୀବନଶୈଳୀ, ଅନ୍ତନିର୍ହିତ ଅନୁବଂଶୀୟ ସଂରଚନା, କ୍ରମଶଃ ମୋଟା ହୋଇଯାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି, ଖାଦ୍ୟ ଶୈଳୀରେ ପରିବର୍ତ୍ତନ, ଚଟପଟା ଖାଦ୍ୟ, ଦ୍ରୁତ ଜୀବନଧାରା, ସାଂଘାତିକ ମାନସିକ ଚାପ, ଉପଯୁକ୍ତ ବିଶ୍ରାମର ଅଭାବ ଓ ମାନସିକ ଅସ୍ଥିରତା ପ୍ରଭୃତି ଡାଇବେଟିସ୍୍ ସୃଷ୍ଟିର କେତୋଟି ପ୍ରମୁଖ କାରଣ । ପୂର୍ବରୁ ୪୦ ବର୍ଷ ବୟସ ପରେ ଡାଇବେଟିସ୍୍ ହେଉଥିଲା, ଏବେ ୩୦ ବର୍ଷ ବା ତାଠାରୁ କମ ବୟସରେ ଡାଇବେଟିସ୍୍ ଦେଖାଯାଉଛି । ଡାଇବେଟିସ୍୍ ପ୍ରଥମ ବର୍ଗର ହେଉ ବା ଦ୍ୱିତୀୟ ବର୍ଗର, ଏହା ଶରୀର ପାଇଁ କ୍ଷତିକାରକ । ଏହା ଚକ୍ଷୁ, ସ୍ନାୟୁ ଓ କିଡନୀର ବ୍ୟାପକ କ୍ଷତି କରାଏ । ଏହାଛଡା ହୃଦଘାତ, ପାରାଲିସିସ ଭଳି ରୋଗ ଦେଖାଯାଏ । ପିଲାଙ୍କୁ ଡାଇବେଟିସ୍ ହୋଇଛି କହିଲେ ସମସ୍ତେ ବ୍ୟସ୍ତ ହୋଇଥାଆନ୍ତି । ବେଳେବେଳେ ଅନ୍ୟ କୌଣସି ଅସୁବିଧା ନଥାଇ ପିଲା ଦୁର୍ବଳ ହୋଇଥାଏ । ପିଲାର ବାରମ୍ବାର ପରିସ୍ରା ହୁଏ । ବେଶୀ ଶୋଷ ଓ ଭୋକ ହୁଏ । ଏସବୁ ଡାଇବେଟିସର ଲକ୍ଷଣ ।
ଡାଇବେଟିସର ପ୍ରକାର
ଡାଇବେଟିସ୍ ମୁଖ୍ୟତଃ ଦୁଇ ପ୍ରକାରର । ପ୍ରଥମ ବର୍ଗ ଡାଇବେଟିସ୍୍ ଅର୍ଥାତ ଟାଇପ-୧ ଡାଇବେଟିସ ଓ ଦ୍ୱିତୀୟ ବର୍ଗ ଡାଇବେଟିସ ଅର୍ଥାତ ଟାଇପ-୨ ଡାଇବେଟିସ । ପିଲାମାନଙ୍କୁ ସାଧାରଣତଃ ଟାଇପ-୧ଡାଇବେଟିସ୍ ହୋଇଥାଏ । ପ୍ରଥମ ବର୍ଗ ଡାଇବେଟିସ୍୍ ହେଲେ ଅଗ ନ୍ୟାଶ୍ୟର ବିଟାକୋଷରୁ ପ୍ରାୟତଃ ଇନସୁଲିନ କ୍ଷରଣ ହୋଇନଥାଏ । ଯାହା ବି କ୍ଷରିତ ହୁଏ, ତାହା ଶରୀରର ଆବଶ୍ୟକ ପାଇଁ ଯଥେଷ୍ଟ ନୁହେଁ । ତେଣୁ ଶରୀରରେ ଇନସୁଲିନ ଅଭାବରୁ ରକ୍ତରେ ଗ୍ଲୁକୋଜ ପରିମାଣ ବଢିଯାଏ । ଏହି ଗ୍ଲୁକୋଜ ଜୀବକୋଷରେ ବ୍ୟବହୃତ ହୋଇ ପାରେନାହିଁ । ବାରମ୍ବାର ପରିସ୍ରା ହୁଏ । ମାତ୍ରାଧିକ ଶୋଷ ହୁଏ । ଅତ୍ୟଧିକ ଭୋକ ଲାଗେ । ପିଲାମାନଙ୍କ କ୍ଷେତ୍ରରେ ପ୍ରାୟତଃ କେତେ ସପ୍ତାହ ଧରି ଏହି ଲକ୍ଷଣ ଦେଖାଦେଇଥାଏ ।
ପ୍ରଥମ ବର୍ଗ ଡାଇବେଟିସ୍୍ ହେଲେ ଶୈଶବ ଓ କୈଶୋରର ସ୍ୱାଭାବିକ ଜୀବନଯାପନ ପ୍ରଣାଳୀ ପ୍ରଭାବିତ ହୋଇଥାଏ । ଡାଇବେଟିସର ଫଳପ୍ରଦ ଚିକିତ୍ସା ଦ୍ୱାରା ହିଁ ଚକ୍ଷୁ ରେଟିନାର କ୍ଷୟ ଓ କିଡନୀର କ୍ରମଶଃ ଅବନତି ହୋଇଥାଏ । ପିଲାମାନଙ୍କୁ ସାଧାରଣତଃ ୫ରୁ୭ ବର୍ଷ ଓ ବୟଃପ୍ରାପ୍ତି ସମୟରେ ଡାଇବେଟିସ୍ ହେବାର ଆଶଙ୍କା ଥାଏ । ଉଭୟ ପୁଅ ଓ ଝିଅ ସମଅନୁପାତରେ ଆକ୍ରାନ୍ତ ହୋଇଥାଆନ୍ତି । ଡାଇବେଟିସ୍୍ ହେଲେ ପ୍ରାୟ ଶତକଡା ୨୦ ପିଲାଙ୍କୁ ଥାଇରଏଡର କାର୍ଯ୍ୟଦକ୍ଷତା କମିବା ପରି ରୋଗ ହୋଇଥାଏ । ଏହାଛଡା ପିଲାର ଉଚ୍ଚତା, ଓଜନ ଓ ଯୌନାଙ୍ଗର ବୟସାନୁପାତିକ ଅଭିବୃଦ୍ଧି ଉପରେ ଡାଇବେଟିସ୍ ପ୍ରଭାବ ପକାଇଥାଏ ।
ପ୍ରଥମବର୍ଗ ଡାଇବେଟିସ୍୍ ହୋଇଥିବା ପିଲାଙ୍କୁ ରୋଗ ଜଣାପଡିବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥାଏ । କାରଣ ବହିର୍ଚିକିତ୍ସା ବିଭାଗରେ ରୋଗୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ପିଲାର ଅଭିଭାବକଙ୍କୁ ଡାଇବେଟିସ୍୍ ବିଶେଷଜ୍ଞ, ଡାଇବେଟିସରେ  ଜୀବନଶୈଳୀର ପରିବର୍ତ୍ତନ, ପିଲାର ଦୈନନ୍ଦିନ ଚଳଣିକୁ ନେଇ ଖାଦ୍ୟ, ଇନସୁଲିନ ଓ ଡାଇବେଟିସର ସତର୍କତା ଇତ୍ୟାଦି ସମ୍ପର୍କରେ ଠିକ୍୍ ଭାବେ ଧାରଣା ଦେଇପାରନ୍ତି ନାହିଁ ।
୧ରୁ ୩ବର୍ଷର ପିଲାମାନେ କମ ପରିମାଣର ଇନସୁଲିନ ଦରକାର କରିଥାଆନ୍ତି । ସାଧାରଣତଃ ଶୀଘ୍ର କାମ କରୁଥିବା ରେଗୁଲାର ଇନସୁଲିନ ବ୍ୟବହାର କରାଯାଏ । ଏବେ ଲିସପ୍ରୋ ଓ ଆସପାର୍ଟ ଇନସୁଲିନ ନିୟମିତ ଇନସୁଲିନ ଜାଗାରେ ବ୍ୟବହାର କରାହେଉଛି । ଏହି ପ୍ରକାରର ଇନସୁଲିନ ଖାଇବା ପରର ରକ୍ତଶର୍କରାକୁ ବିଶେଷ ଭାବେ କମାଇଥାଏ । ରକ୍ତରେ ଶର୍କରାର ମାତ୍ରାକୁ ହଠାତ୍୍ କମେଇ ଦିଏନାହିଁ ।
ଲକ୍ଷଣ: ପ୍ରଥମ ବର୍ଗ ଡାଇବେଟିସରେ ଅନିୟମିତ ଚିକିତ୍ସା ବା ଇନସୁଲିନ ଦେବା ବନ୍ଦ କଲେ ବା ବେଳେବେଳେ ପ୍ରଥମଥର ଧରାପଡିବା ସମୟରେ ହଠାତ୍୍ ପିଲା ମଳିନ ଦେଖାଯାଏ, ତାକୁ ଥକ୍କା ଲାଗେ । ଦେହ ମୁଣ୍ଡ ଦରଜ ହୋଇ ପେଟରେ ପୀଡା ହୁଏ । ଜ୍ୱର ମଧ୍ୟ ଆସିଯାଏ । ରୋଗୀ ପ୍ରବଳ ବାନ୍ତି କରେ । ଅଧିକାଂଶ ସମୟରେ ବାନ୍ତି ବାନ୍ତି ଲାଗୁଥାଏ ।
ଦ୍ୱିତୀୟ ବର୍ଗ ଡାଇବେଟିସ୍୍ ଅର୍ଥାତ ଟାଇପ-୨ ଡାଇବେଟିସ ସାଧାରଣତଃ ପିଲାମାନଙ୍କୁ ହୁଏନାହିଁ ବୋଲି ସମସ୍ତଙ୍କର ଧାରଣା ଥିଲା । ମାତ୍ର ଏବେ ଏହା ବୟଃପ୍ରାପ୍ତି ସମୟ ୧୦ରୁ ୧୪ ବର୍ଷ ବୟସରେ ଶିଶୁ ଓ କିଶୋର କିଶୋରଙ୍କୁ ହେବାର ପ୍ରମାଣ ମିଳିଛି । ଯେଉଁ ପରିବାରରେ ବାପାମାଆ ବା ଭାଇ ଭଉଣୀଙ୍କର ଡାଇବେଟିସ୍୍ ଥିବ, ପରିବାରରେ କେହି ପୃଥୁଳତାର ଶିକାର ହୋଇଥିବେ ବା କାହାରିଠାରେ ଉଚ୍ଚ ରକ୍ତଚାପ ଓ ରକ୍ତ କୋଲେଷ୍ଟେରଲର ମାତ୍ରା କମ୍, ବେଶୀ ହେଉଥିବ, ସେଠାରେ ପିଲାଙ୍କୁ ଟାଇପ୍-୨ ଡାଇବେଟିସ ହେବାର ସର୍ବଧିକ ସମ୍ଭାବନା ରହିଛି । ସାଧାରଣତଃ ଏହି ପିଲାମାନେ ମୋଟା ହୋଇଥାନ୍ତି । ଏମାନଙ୍କୁ ଆଜିର ଚଟପଟା ତୈଳଯୁକ୍ତ ଖାଦ୍ୟ ବା ଫାଷ୍ଟଫୁଡ, ଅତ୍ୟଧିକ ମିଠା ବା ପୋଡା ତେଲଦ୍ୱାରା ଛଣା ହୋଇଥିବା ଖାଦ୍ୟ ଓ ଡବାରେ ବନ୍ଦ ହୋଇ ମିଳୁଥିବା ଖାଦ୍ୟ ଦେବା ଅନୁଚିତ । ସେମାନେ ସତେଜ ପରିବା, ସାଲାଡ, ଲହୁଣି ପଡିନଥିବା ସାଦା ସୁପ ଇତ୍ୟାଦି ଖାଇଲେ ଭଲ । ସେମାନଙ୍କର ଚିକିତ୍ସା ସାଧାରଣତଃ ମେଟଫର୍ମିନ ନାମକ ଔଷଧ ଦ୍ୱାରା କରାଯାଏ ।
ଡାଇବେଟିସ୍୍ ଚିକିତ୍ସା
♦   ପିଲାଙ୍କର ପୁଷ୍ଟି, ଜୀବନଶୈଳୀ, ପରିବାରର ପୃଷ୍ଠଭୂମି, ଶୈଶବ ଓ କୈଶୋରର ସାମଗ୍ରିକ ବିକାଶ ଓ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଡାଇବେଟିସ ଚିକିତ୍ସା କରାଯାଏ । ଶିଶୁର ଶିକ୍ଷା, ସାମାଜିକ ଚଳଣି, ତାର ଶାରୀରିକ ଅଭିବୃଦ୍ଧି ଓ ବିକାଶ ତଥା ସାବାଳକ ହେବା ପ୍ରକ୍ରିୟା ଯେପରି ଡାଇବେଟିସ ଦ୍ୱାରା ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ସତର୍କ ଦୃଷ୍ଟି ଦିଆଯିବା ଉଚିତ ।
♦   ଘର ଓ ବିଦ୍ୟାଳୟର ପରିବେଶକୁ ଖାପ ଖୁଆଇ ଡାଇବେଟିସ୍୍ ଚିକିତ୍ସା କରାଗଲେ ସନ୍ତୋଷଜନକ ସୁଫଳ ମିଳିଥାଏ । ପିଲାର ଡାଇବେଟିସ୍୍ ପରିଚାଳନା ମଣ୍ଡଳୀରେ ଡାକ୍ତର, ପଥ୍ୟ ବିଶେଷଜ୍ଞ, ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା, ସେବିକା ତଥା ରୋଗୀର ପିତାମାତା ସାମିଲ ହୋଇ ପିଲାର ସଫଳ ଚିକିତ୍ସା କରାଇପାରିବେ ।
♦    ସାଧାରଣତଃ ପିଲାମାନଙ୍କ କ୍ଷେତ୍ରରେ ଯେକୌଣସି ସମୟର ରକ୍ତ ଶର୍କରା ପରୀକ୍ଷା କୁହାଯାଏ । ଏହାକୁ ରାଣ୍ଡମ ବ୍ଲଡ ସୁଗାର ପରୀକ୍ଷା କୁହାଯାଏ । ଦିନକୁ ଏହା ଅତିକମରେ ୪ ଥର କରାଯାଏ । ଖାଇବା ଓ ଶୋଇବା ପୂର୍ବରୁ ଏହା କରାଯାଇଥାଏ  । ସକାଳ ଜଳଖିଆ ଖାଇବା ଆଗରୁ ଏହା ୧୦୦ ମିିଲି ରକ୍ତପ୍ରତି ୮୦ରୁ ୧୨୦ ମି.ଗ୍ରା ଓ ଦିନର ଅନ୍ୟ ସମୟରେ ୮୦-୧୫୦ ମି.ଗ୍ରା ରହିଲେ ଭଲ ।
♦    ଶିଶୁ ଓ କିଶୋର କିଶୋରୀଙ୍କ ପାଇଁ ଡାଇବେଟିସ୍୍ ଖାଦ୍ୟ ଯୋଜନା ନକରି ଭୋଜନ ପ୍ରସ୍ତୁତ କରାଯିବା ଉଚିତ । କାରଣ ଡାଇବେଟିସ୍୍ ଖାଦ୍ୟ କହିଲେ ଶିଶୁ  କିଶୋରଙ୍କ ମଧ୍ୟରେ ବିତୃଷ୍ଣା ଜନ୍ମେ ।
ଦ୍ଭବ୍ୟାୟାମ ଶରୀର ଓ ମନକୁ ସୁସ୍ଥ ରଖେ । ଇନସୁଲିନ କାର୍ଯ୍ୟକାରୀ କ୍ଷମତା ଓ ଗ୍ଲୁକୋଜ ବ୍ୟବହାର ବଢାଇଥାଏ । ଏହାଦ୍ୱାରା ଇନସୁଲିନ ଇଞ୍ଜେକସନ ମାତ୍ରା କମ ହୋଇଥାଏ ଏବଂ ଖାଇବା ପରେ ରକ୍ତରେ ଗ୍ଲୁକୋଜର ବଢିବା ଧାରା କମିଥାଏ । ତେବେ ଇନସୁଲିନ ନେବା ବନ୍ଦ କରିଥିବା ସମୟରେ ବା ଅନିୟନ୍ତ୍ରିତ ରକ୍ତଶର୍କରା ଥିବା ଅବସ୍ଥାରେ ବ୍ୟାୟାମ କରିବା ମନା । କାରଣ ଏହାଦ୍ୱାରା ଡାଇବେଟିସ୍୍ କିଟୋଏସିଡୋସିସ୍୍ ବା ହାଇପୋକ୍ଲାଇସେମିଆ ପରି ବିପଦ ଆଣିଥାଏ ।

ONA

Leave a Reply

Top