You are here
Home > ଲାଟେଷ୍ଟ > ପିଆଜ ଅଭାବି ବିକ୍ରି ସ୍ଥିତି ଅନୁଧ୍ୟାନ କରିବେ ୩ ଅଫିସର

ପିଆଜ ଅଭାବି ବିକ୍ରି ସ୍ଥିତି ଅନୁଧ୍ୟାନ କରିବେ ୩ ଅଫିସର

ଭୁବନେଶ୍ୱର: ଚାଷୀକୁ କନ୍ଦାଉଛି ପିଆଜ । ପିଆଜର ଅଭାବି ବିକ୍ରି ନେଇ ଚାଷୀଙ୍କ ଚିନ୍ତା ବଢ଼ିଥିବା ବେଳେ ବୁଧବାର ସଚିବାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି  । ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ପିଆଜର ଅଭାବୀ ବିକ୍ରିର  ସରଜମିନ ତଦନ୍ତ ପାଇଁ ଅଫିସରମାନେ ୨ଟି ଜିଲ୍ଲାକୁ ଯାଇ ସ୍ଥିତି ପରଖିବେ ।  ସ୍ଥିତି ଦେଖିସାରିବା ପରେ ୨୭ ତାରିଖରେ ସରକାରଙ୍କୁ ସେମାନେ ରିପୋର୍ଟ ପ୍ରଦାନ କରିବେ  । ରିପୋର୍ଟ ପାଇଲା ପରେ ସରକାରଙ୍କ ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯିବ । ବୈଠକରେ ବିଭାଗୀୟ ସଚିବ, ସମବାୟ ବିଭାଗ ଅଧିକାରୀ ଉପସ୍ଥିତ ରହିଥିବାବେଳେ ବ୍ୟବସାୟୀ ମହାସଂଘର ସଦସ୍ୟାମନେ  ମଧ୍ୟ ଉପସ୍ଥିତ ରହିଥିଲେ  । ବୈଠକରେ ଆଲୋଚନ କରିବା ପରେ ପିଆଜର  ଅଭାବୀ ବିକ୍ରି ନେଇ ମାର୍କଫେଡ, ଯୋଗାଣ ଓ ଉଦ୍ୟାନ କୃଷିର ୩ଜଣ ଅଫିସର ସ୍ଥିତି ଅନୁଧ୍ୟାନ କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାକୁ ଯାଇ ସ୍ଥିତି ଅନୁଧ୍ୟାନ କରିସାରିବା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । କେନ୍ଦ୍ରକୁ ମଧ୍ୟ ଏ ସମ୍ପର୍କରେ ଚିଠି ଦିଆଯିବ ବୋଲି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି  ।

ONA

Leave a Reply

Top