You are here
Home > ଲାଇଫ୍ ଷ୍ଟାଇଲ୍ > ପାର୍ଟ ଟାଇମ୍ ଜମ୍

ପାର୍ଟ ଟାଇମ୍ ଜମ୍

ଦରଦାମ ବୃଦ୍ଧି ଆଜିକାଲି ଏକ ମୁଖ୍ୟ ସମସ୍ୟା । ମଣିଷର ଚାହିଦାକୁ ଦେଖି ସବୁ ଜିନିଷର ଦର ଆଗ ଅପେକ୍ଷା ବଢିବାରେ ଲାଗିଛି । ତେଣୁ ପଇସା ମଧ୍ୟ ଅଧିକ ଖର୍ଚ୍ଚ ହେଉଛି । ଯାହା ଫଳରେ ମାସିକ ଖର୍ଚ୍ଚ ଓ ଦରମା ଆମକୁ ନିଅଣ୍ଟିଆ ହେଉଛି । ଏଥିପାଇଁ ଏକ ସହଜ ଉପାୟ ହେଉଛି ପାର୍ଟ ଟାଇମ ଜବ୍ । ଚାକିରି ପରେ ବି ଫ୍ରି ଟାଇମରେ ଆପଣ ଏହା କରିପାରିବେ । ଗୃହିଣୀମାନେ ମଧ୍ୟ ଏହାଦ୍ୱାରା ଆତ୍ମନିର୍ଭରଶୀଳ ହୋଇପାରିବେ । ଏହା କରିବା ଦ୍ୱାରା ଆପଣ କେବଳ ରୋଜଗାର କରିପାରିବେ ତା’ନୁହେଁ, ଏହାସହ ଆପଣ ନିଜର ରୁଚି ମୁତାବକ କାମ କରିପାରିବେ ଓ ଅନେକ କିଛି ଶିଖିବାକୁ ମଧ୍ୟ ପାଇବେ ।
ଘରୋଇ ଟୁ୍ୟସନ ବା ଟୁ୍ୟଟୋରିଆଲ: ଆପଣ ଯଦି କୌଣସି ବିଷୟରେ ପାରଙ୍ଗମ ବା ପଢାଇବାର ଦକ୍ଷତା ରହିଛି ତେବେ ଘରୋଇ ଟୁ୍ୟସନ, ଗ୍ରୁପ ଟୁ୍ୟସନ କୋଚିଂ ସେଣ୍ଟର କରି ରୋଜଗାର କରିପାରିବେ । ଏହାଦ୍ୱାରା କେବଳ ଅର୍ଥ ମିଳିବ ନାହିଁ । ଆପଣଙ୍କର ଅନେକ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହ ସୁସମ୍ପର୍କ ମଧ୍ୟ ଗଢି ଉଠିବ ।
କାଉନସିଲର: ଆଜିକାଲି ଛାତ୍ରଛାତ୍ରୀମାନଙ୍କ ପାଇଁ ସବୁଠୁ ବଡ ଚିନ୍ତା ହେଉଛି ଭବିଷ୍ୟତରେ ସେମାନେ କଣ କରିବେ । ଯାହାଦ୍ୱାରା କି ସେମାନେ ଭଲ ମଣିଷ ହେବା ସହ ନିଜକୁ ସମାଜର ସ୍ରୋତରେ ସାମିଲ କରିପାରିବେ । କିଛି ପିଲା ଅଛନ୍ତି ସେମାନେ ନିଜେ ସ୍ଥିର କରିପାରନ୍ତି ନାହିଁ ଯେ, ସେମାନେ ଆଗକୁ କ’ଣ କରିବେ । ସେମାନଙ୍କ ପାଇଁ ଏକ ଭଲ ଉପାୟ ହେଉଛି କାଉନସିଲରଙ୍କ ପରାମର୍ଶ । କାଉନସିଲରମାନେ ପିଲାମାନଙ୍କୁ ସେମାନଙ୍କ ଦକ୍ଷତା ଓ ପାରଙ୍ଗମତା ଅନୁଯାୟୀ ଉଚିତ ମାର୍ଗ ଦେଖାଇବା ସହ ସେମାନଙ୍କ ମନତେ ଆତ୍ମବିଶ୍ୱାସ ଆଣିବାରେ ସାହାଯ୍ୟ କରନ୍ତି । ତେଣୁ ଆପଣ ମଧ୍ୟ ନିଜକୁ ଏଥିପାଇଁ ପ୍ରସ୍ତୁତ କରି ପିଲାମାନଙ୍କ ଭବିଷ୍ୟତ ଗଢିବାରେ ସାହାଯ୍ୟ କରିବା ସହ ଭଲ ରୋଜଗାର ମଧ୍ୟ କରିପାରିବେ ।
ରିଜୁ୍ୟମ ରାଇଟର: ବର୍ତ୍ତମାନ ବିଭିନ୍ନ ଶିକ୍ଷା ଓ ତାଲିମ ସଂସ୍ଥା ଗୁଡିକରେ ନାମ ଲେଖିବା, ଚାକିରି ପାଇଁ ଆବେଦନ କରିବା, ବିବାହ ପ୍ରଭୃତି କ୍ଷେତ୍ରରେ ପରିଚୟ ପତ୍ର ଏବଂ ସଂସ୍ଥାର ବିଭିନ୍ନ ସୁବିଧା ସୁଯୋଗ ସମ୍ବନ୍ଧୀୟ ବିଜ୍ଞାପନ ପାଇଁ ରିଜୁ୍ୟମ ରାଇଟିଙ୍ଗ ଏକ କାମ ରହିଛି । ତେବେ ଏହି ବିବରଣୀ ପ୍ରସ୍ତୁତି ପାଇଁ ଅନେକ ଦକ୍ଷତାର ଆବଶ୍ୟକ ରହିଛି । ଏଥି ସହିତ ବିଭିନ୍ନ ଭାଷାରେ କହିବା, ବୁଝିବା ଓ ଲେଖି ପାରିବାର ଦକ୍ଷତା ଥିବା ଆବଶ୍ୟକ । ଆପଣ ଏଥିରେ ଆଗ୍ରହୀ ଥିଲେ ଫାଙ୍କା ସମୟରେ କାମ କରି ହଜାର ହଜାର ଟଙ୍କା ରୋଜଗାର କରିପାରିବେ ।
ଫ୍ରିଲାନ୍ସ ରାଇଟିଂ: ଯଦି ଆପଣଙ୍କର ଭାଷା,  ଜ୍ଞାନ ଓ ବିଭିନ୍ନ ବିଷୟରେ ଲେଖିପାରିବା ଓ ସମ୍ପାଦନା କରିପାରିବାର ଦକ୍ଷତା ଅଛି ତାହାଲେ ଘରେ ବସି ଫ୍ରିଲାନ୍ସିଂ କରିପାରିବେ । ଟ୍ରାନ୍ସଲେସନ, ଡିଜାଇନ ନିଉଜ ଲେଟର୍ସ, ଆଡଭରଟାଇଜିଂ କ୍ୟାମ୍ପେନ ଆଦି କାମ କରିପାରିବେ । ଏହାଦ୍ୱାରା ଟଙ୍କା ରୋଜଗାର ସହ ଆପଣ ଲୋକପ୍ରିୟ ହୋଇପାରିବେ ।
ଗ୍ରାଫିକ୍ସ ଡିଜାଇନର: ଆଜିକାଲିର ଆଧୁନିକତାର ଯୁଗରେ ସବୁ ସ୍ଥାନରେ ବୈଷୟିକ ଜ୍ଞାନକୌଶଳର ବିପୁଳ ବ୍ୟବହାର ଦେଖିବାକୁ ମିଳୁଛି । ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ଗ୍ରାଫିକ୍ସ ଡିଜାଇନିଂର କାମ ଦେଖିବାକୁ ମିଳୁଛି । ଏହି କାମରେ ଆପଣ ମାସିକ ୨ ହଜାରରୁ ୫୦ ହଜାର ଟଙ୍କା ଯାଏଁ ରୋଜଗାର କରିପାରିବେ । ଗ୍ରାଫିକ୍ସ ଡିଜାଇନିଂ ପାଇଁ ସପ୍ଟୱେର ଡିଜାଇନିଂ ଯଥା ଫଟୋସପ, ଇଲଷ୍ଟ୍ରେଟର, ଜିଆଇଏଫ୍୍ ଆନିମେଟର ଏବଂ କ୍ୱାର୍କ ଏକ୍ସପ୍ରେସ କମ୍ପୁ୍ୟଟର ସପ୍ଟୱେର ପ୍ରଭୃତିରେ ଅଭିଜ୍ଞତା ଆବଶ୍ୟକ । ଏଥିରେ ଆନିମେସନ, ଲାଗୋସ ଏବଂ ୱେବସାଇଟ୍ ପାଇଁ ଗ୍ରାଫିକ୍ସ ପ୍ରଭୃତି ନିଜେ ସୃଷ୍ଟି କରିବାକୁ ପଡେ । ଯଦି ଆପଣଙ୍କର ନିଜର କମ୍ପୁ୍ୟଟର, ପ୍ରିଣ୍ଟର, ସ୍କାନର ଆଦି ଥାଏ ତେବେ ଆପଣ ଘରେ ବସି କରିପାରିବେ ।
ପାର୍ଟି ଆଣ୍ଡ ବେଡିଂ ଅର୍ଗାନାଇଜର: ଜନ୍ମଦିନ, ବିବାହ ଉତ୍ସବ, ବାର୍ଷିକ ଉତ୍ସବ, ସଭାସମିତି ବା ଧାର୍ମିକ ପର୍ବପର୍ବାଣୀ ପାଇଁ ଯେତେ ପ୍ରକାର ବ୍ୟବସ୍ଥା ଯଥା ଖାଦ୍ୟ ପରିବେଷଣ, ନୃତ୍ୟ ସଙ୍ଗୀତର ମନୋରଞ୍ଜନ କାର୍ଯ୍ୟକ୍ରମ, ଉପଯୁକ୍ତ ଅଭ୍ୟର୍ଥନା ଆଦିର ଆୟୋଜନ ପାଇଁ ଗୋଟିଏ ଗୋଟିଏ ଅର୍ଗାନାଇଜିଂ ବା ମ୍ୟାନେଜିଂ ଦାୟିତ୍ୱ ନେଇଥାନ୍ତି । ଏହି କାମ ପାଇଁ ବହୁ ଲୋକଙ୍କ ସହ ଯୋଗାଯୋଗ ରଖିବାକୁ ପଡିଥାଏ । ବେଳେବେଳେ ଗୋଟିଏ ଉତ୍ସବରୁ ୫୦ରୁ ୨ ଲକ୍ଷ ଟଙ୍କା ମିଳିଥାଏ । ତେବେ ଏସବୁ କାମ ପାଇଁ ପ୍ରଥମେ କିଛି ବିନିଯୋଗ କରିବାକୁ ପଡିବ । ପୁଞ୍ଜି ଲଗାଣ ଓ ପରିଶ୍ରମ ତୁଳନାରେ ଅଧିକ ଲାଭ ମିଳିଥାଏ ।

ONA

Leave a Reply

Top