You are here
Home > ଲାଟେଷ୍ଟ > ପାଣି ପାଇଁ ଚୁଡି ମାଡ

ପାଣି ପାଇଁ ଚୁଡି ମାଡ

ଲଖନପୁର: ଝାରସୁଗୁଡା ଜିଲ୍ଲା ବେଲପାହାଡରେ ପାନୀୟ ଜଳ ଅଭାବ ନେଇ ପୌରାଧ୍ୟକ୍ଷ ପର୍ଶୁରାମ ସାହୁଙ୍କୁ ମହିଳାମାନେ ଚୁଡି ମାଡ କରିଛନ୍ତି । ବେଲପାହାଡ ପୌରାଧ୍ୟକ୍ଷଙ୍କ ଚାମ୍ପରରେ ପଶି ସେମାନେ ଚୁଡି ଫିଙ୍ଗିଥିଲେ । ପାନୀୟ ଜଳ ଅଭାବ ନେଇ ଗତକାଲି ଜାତୀୟ ରାଜପଥ ଅବରୋଧ କରିବା ପରେ ଆଜି ମହିଳାମାନେ ଏଭଳି ଭିନ୍ନ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି । ଗତକାଲି ରାଜପଥ ଅବରୋଧ ନେଇ ଆଜି ଉପାଧ୍ୟକ୍ଷଙ୍କ ସମର୍ଥକ ମହିଳାଙ୍କୁ ଗାଳିଗୁଲଜ କରିଥିଲେ । ପରେ ମହିଳାମାନେ ଫେରାଦ ଦେବାକୁ ଅଧ୍ୟକ୍ଷଙ୍କ ପାଖକୁ ଯାଇଥିଲେ । ଅଧ୍ୟକ୍ଷ ପର୍ଶୁରାମ ସାହୁ ପଦକ୍ଷେପ ନନେବାରୁ ମହିଳାମାନେ ଚୁଡିମାଡ କରିଥିଲେ ।

ONA

Leave a Reply

Top