You are here
Home > ଲାଟେଷ୍ଟ > ପାଣିରେ ବୁଡି ୩ ଶିଶୁଙ୍କ ଜୀବନ ଗଲା

ପାଣିରେ ବୁଡି ୩ ଶିଶୁଙ୍କ ଜୀବନ ଗଲା

ଭୁବନେଶ୍ବର : ବିଭିନ୍ନ ସ୍ଥାନରେ ବୁଡିଯାଇ ପ୍ରାଣ ହରାଇଛନ୍ତି ୩ ଶିଶୁ । ନୟାଗଡରେ ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଗାଁ ଗୁଣ୍ଡିଚାଘାଗି ଜଳପ୍ରପାତରେ ନିଖୋଜ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି । ଏହାକୁ ନେଇ ସେହି ସବୁସ୍ଥାନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଛୋଟ ଝିଅଟିର ଜୀବନ ବଞ୍ଚାଇବାକୁ ଡାକ୍ତର କରୁଛନ୍ତି ପମ୍ପିଂ । ହେଲେ ନିରାଶ ହେବାକୁ ପଡୁଛି । ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ବେ ଦୁଇ ଝିଅଙ୍କୁ ବଞ୍ଚାଇ ହେଉନାହିଁ । ଏହି ଭିଜୁଆଲ୍ ହେଉଛି ନୟାଗଡ ନୂଆଗାଁ ବ୍ଲକ ଗୁମି ଗାଁର । ଗାଁର ଶରତ ସାହୁଙ୍କ ୧୦ ବର୍ଷର ଝିଅ ସୁନି ଏବଂ ଶ୍ରୀମତ ସାମନ୍ତରାୟଙ୍କ ୯ ବର୍ଷର ଝିଅ ମାମା ଟିଉସନରୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତବେ ଘରକୁ ଫେରିବାରେ ଡେରି ହେବାରୁ ଘରଲୋକ ଖୋଜିବା ଆରମ୍ଭ କରିଥିଲେ । ପୋଖରୀରେ ଜଣକ ମୃତଦେହ ଭାସୁଥିବା ଦେଖି ଗାଁ ଲୋକ ବହୁ ଖୋଜାଖୋଜି କରିବା ପରେ ପାଣିରୁ ଅନ୍ୟଜଣଙ୍କୁ ଉଦ୍ଧାର କରାଯାଇଥିଲା । ଉଭୟଙ୍କ ବାହାଡାଝୋଲା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ କେନ୍ଦୁଝର ଘଟଗାଁ ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡିଯାଇ ୮ ବର୍ଷର ଶିଶୁ ପ୍ରାଣ ହରାଇଛି । ଖୋର୍ଦ୍ଧା ଜଟଣୀ ଅଞ୍ଚଳର ନନ୍ଦକିଶୋର ପରିବାରର ୧୬ଜଣ ସଦସ୍ୟ ଘଟଗାଁ ମା ତାରିଣୀ ମନ୍ଦିର ଦର୍ଶନରେ ଅସିଥିଲେ । ମାଙ୍କ ଦର୍ଶନ ପରେ ସମସ୍ତେ ନିକଟସ୍ଥ ଗୁଣ୍ଡିଚାଘାଗି ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ । ହିତେଶ କାହାକୁ କିଛି ନକହି ଜଳପ୍ରପାତକୁ ଗାଧୋଇବା ପାଇଁ ଚାଲିଯାଇଥିଲା । ସେଠାରେ ସେ ବୁଡିଯାଇଥିବା ବେଳେ ପରିବାର ଲୋକେ ତାକୁ ନପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପ୍ରାୟ ତିନି ଘଣ୍ଟା ଖୋଜିବା ପରେ ତାକୁ ଏକ ପଥର ଖୋଲରୁ ଉଦ୍ଧାର କରିଥିଲେ ।
ଉଭୟ ଘଟଣାକୁ ନେଇ ସେହିସବୁ ସ୍ଥାନରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଖରାଦିନ ଆସିଯାଇଥିବାରୁ ଛୋଟ ପିଲାମାନେ ପୋଖରୀ, ନଦୀ,ଜଳାଶୟ ଆଦି ସ୍ଥାନକୁ ଗୋଧୋଇବା ପାଇଁ ଚାଲି ଯାଉଛନ୍ତି । ସେମାନଙ୍କ ଉପରେ ଅଭିବାବକମାନେ ନଜର ରଖିଲେ ଏଭଳି ଦୁଃଖଦ ଘଟଣାକୁ ଏଡାଇ ଯାଇ ହୁଅନ୍ତା ।

ONA

Leave a Reply

Top