You are here
Home > ଅଧିକ ଖବର > ପାଣିରୁ ଡଙ୍ଗା ଗୋଟାଇବା ହେଲା କାଳ:ବୁଡ଼ି ଗଲେ ୪ ବାଳକ ଓ ଜଣେ ବାଳିକା

ପାଣିରୁ ଡଙ୍ଗା ଗୋଟାଇବା ହେଲା କାଳ:ବୁଡ଼ି ଗଲେ ୪ ବାଳକ ଓ ଜଣେ ବାଳିକା

ଭୁବନେଶ୍ୱର:ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ସ୍ଥାନରେ ଜଳାଶୟରେ  ଭସାଯାଇଥିବା ଡଙ୍ଗା ଗୋଟାଇବା ହେଲା କାଳ। ଆଉ ସେହି ଡଙ୍ଗା ଗୋଟାଇବାକୁ ଯାଇ ଆଜି ବିଭିନ୍ନ ସ୍ଥାନରେ ପୋଖରୀରେ ବୁଡି ୫ ଜଣ ବାଳକ ଓ ବାଳିକାଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ବାଉଁଶଆଡିଆ ଗାଁରେ ପୋଖରୀରେ ବୁଡ଼ି ରବୀନ୍ଦ୍ର ଜେନାଙ୍କର ମୃତ୍ୟୁ ଘଟିଛି। ରବିନ୍ଦ୍ର ନିଜ ପୋଖରୀରେ ଡଙ୍ଗା ଗୋଟାଇବାକୁ ଯାଇଥିବେଳେ ପାଣିରେ ବୁଡି ଯାଇଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଗୋପାଳପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ରଙ୍କାଳ ଓ ନିରାରାଳ ଗାଁରେ ଡଙ୍ଗା ଗୋଟାଇବାକୁ ଯାଇ ପୋଖରୀରେ ବୁଡ଼ି ଦୁଇ ଜଣ ବାଳକଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାର ଆଳି ବ୍ଲକ୍‌ କଳଦିଆ ଗାଁରେ ମଧ୍ୟ ପୋଖରୀରେ ବୁଡ଼ି ଜଣେ ବାଳକର ମୃତ୍ୟୁ ଘଟିଛି।
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଛୋଟକାନପୁର ଗାଁ ପୋଖରୀରେ ୪ ବର୍ଷର ବାଳିକାଟିଏ ବୁଡ଼ି ପ୍ରାଣ ହରାଇଛି।

ONA

Leave a Reply

Top