You are here
Home > ଲାଟେଷ୍ଟ > ପାକିସ୍ତାନୀ ସୁପ୍ରିମକୋର୍ଟଙ୍କ ରାୟ, ଆଜୀବନ ନିର୍ବାଚନ ଲଢି ପାରିବେ ନାହିଁ ନଓ୍ଵାଜ

ପାକିସ୍ତାନୀ ସୁପ୍ରିମକୋର୍ଟଙ୍କ ରାୟ, ଆଜୀବନ ନିର୍ବାଚନ ଲଢି ପାରିବେ ନାହିଁ ନଓ୍ଵାଜ

ଇସଲାମାବାଦ : ଶୁକ୍ରବାର ପାକିସ୍ତାନର ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ଆଜୀବନ ନିର୍ବାଚନ ଲଢିବାରୁ ବେଦଖଲ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କୁ ସମ୍ବିଧାନର ଧାରା ୬୨(୧)(ଏଫ) ଆଧାରରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ତେବେ ଉକ୍ତ ବ୍ୟକ୍ତି ଇଁ ଆଜୀବନ ପର୍ୟ୍ୟନ୍ତ କୌଣସି ପଦ ପାଇଁ ଅଯୋଗ୍ୟ ରହିବେ। ଏହି ରାୟର ଅର୍ଥ ଏହା ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ ଏବେ ଆଜୀବନ କୌଣସି ସାର୍ବଜନୀନ ପଦରେ ଅଧିଷ୍ଠିତ ହୋଇ ପାରିବେ ନାହିଁ।
ଚଳିତ ବର୍ଷ ଫେବୃଆରୀରେ ପାକିସ୍ତାନୀ ସୁପ୍ରିମକୋର୍ଟ କହିଥିଲେ ଯେ ସମ୍ବିଧାାନର ଅନୁଚ୍ଛେଦ ୬୨ ଓ ୬୩ ଆଧାରରେ ଅଯୋଗ୍ୟ ଘୋଷିତ କୌଣସି ବ୍ୟକ୍ତି ରାଜନୈତିକ ପାର୍ଟିର ମୁଖିଆ ହୋଇ ପାରିବ ନାହିଁ। ଏହା ପରେ ନଓ୍ଵାଜ ସରିଫ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ଵାଜର ଅଧ୍ୟକ୍ଷ ମଧ୍ୟ ହୋଇ ପାରିନଥିଲେ। ଡନ ନ୍ୟୁଜ୍ ମୁତାବକ ୫ ଜଣିଆ ଜଜଙ୍କ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଏହି ରାୟ ଶୁଣାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଅଫ ପାକିସ୍ତାନ ସାକିବ ନିସାର ରାୟ ପୂର୍ବରୁ କହିଥିଲେ ଯେ ଜନତାଙ୍କୁ ଭଲ ଚରିତ୍ର ଥିବା ନେତାଙ୍କ ଆବଶ୍ୟକତା ରହିଛି।
ଉଲ୍ଲେଖଯୋଗ୍ୟ ପାନାମା ପେପର୍ସ କେସରେ ସୁପ୍ରିମକୋର୍ଟ ଗତ ବର୍ଷ ୬୮ ବର୍ଷୀୟ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ ଘୋଷିତ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅନୁଚ୍ଛେଦ ୬୨ ଅନୁସାରେ ନିଜର ଆୟର ବିବରଣୀ ଘୋଷଣା କରିନଥିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ONA

Leave a Reply

Top