You are here
Home > Breaking News > ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଥିବା ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କର ଅଭିଯୋଗର ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡନର କୌଣସି ଆଧାର ନାହିଁ – ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଥିବା ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କର ଅଭିଯୋଗର ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡନର କୌଣସି ଆଧାର ନାହିଁ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କର ବଲାଙ୍ଗୀର ଠାରେ ଯୁବ ସମାବେଶରେ ଉଦବୋଧନ ଦେଇ ରାଜ୍ୟର ୧୮ ବର୍ଷର ବିଜେଡ଼ି ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା ଅଭିଯୋଗକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଖଣ୍ଡନ କରିଛନ୍ତି ତାର କିଛି ଆଧାର ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଶ୍ଚିମ ଓଡ଼ିଶାର ବିକାଶ ପ୍ରତି ଉପଯୁକ୍ତ ଦୃଷ୍ଟି ନଦେବା କାରଣରୁ ଏହି ଜିଲ୍ଲା ଗୁଡ଼ିକ ବିକାଶର ସବୁ ମାନଦଣ୍ଡରେ ପଛରେ ଅଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, “ ମୁଖ୍ୟମନ୍ତ୍ରୀଙ୍କୁ ଜଣା ଅଛି ନା ନାହିଁ ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶା ଜିଲ୍ଲା ମାନଙ୍କରୁ ସ୍ଥାନୀୟ ଯୁବକମାନେ କାମ ନପାଇବା କାରଣରୁ ବାହାରକୁ ଚାଲିଯାଉଛନ୍ତି । ରାଜ୍ୟରେ ନବଜାତକ ମୃତ୍ୟୁହାରରେ ଉଦବେଗଜନକ ସ୍ଥିତିରେ ଥିବା ରାଜ୍ୟର ୨୦ଟି ଜିଲ୍ଲା ମଧ୍ୟରୁ ଅଧିକାଂଶ ପଶ୍ଚିମ ଓଡ଼ିଶାରେ ହିଁ ଅଛନ୍ତି ।”

ସେ ଆହୁରି କହିଛନ୍ତି ଯେ, କେବଳ ବଲାଙ୍ଗୀର ଜିଲ୍ଲାରେ ୬୧ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହୋଇଥିବା ଏହା ରାଜ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟ । ରାଜ୍ୟ ସରକାରଙ୍କର ଜଳସେଚନ ପାଇଁ ବଡ଼ ପ୍ରତିଶୃତି ସତ୍ତେ୍ୱ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଜଳସେଚନ ମାତ୍ର ୧୧ ପ୍ରତିଶତ ଚାଷ ଜମିକୁ ପହଞ୍ଚିଛି ।

ପଶ୍ଚିମ ଓଡ଼ିଶାର ବିକାଶ ପ୍ରତି ଉପଯୁକ୍ତ ଦୃଷ୍ଟି ନ ଦେବା କାରଣରୁ ଏହି ଜିଲ୍ଲା ଗୁଡ଼ିକ ବିକାଶର ସବୁ ମାନଦଣ୍ଡରେ ପଛରେ ଅଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

More from my site

ONA

Leave a Reply

Top