You are here
Home > ଟୁରିଜିମ୍ > ପର୍ୟ୍ୟଟକଙ୍କ ନିମନ୍ତେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ପର୍ୟ୍ୟଟକଙ୍କ ନିମନ୍ତେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା : ପର୍ୟ୍ୟଟକଙ୍କ ନିମନ୍ତେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ ।  ଶିମିଳିପାଳ ବ୍ୟାଘ୍ର ସରଂକ୍ଷଣ ପ୍ରକଳ୍ପର ଉପ-କ୍ଷେତ୍ର ନିର୍ଦ୍ଦେଶକ ଅଜିତ କୁମାର ଶତପଥୀ ସୂଚନା ଦେଇଛନ୍ତି। ଦୀର୍ଘଦିନର ଅପେକ୍ଷା ପରେ ଚଳିତ ମାସ ୧ ତାରିଖରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରବଳ ବର୍ଷା କାରଣରୁ ୪ ତାରିଖରୁୁ ବନ୍ଦ କରି ଦିଆଯାଇଥିଲା। ତେବେ ପାଣିପାଗ ଠିକ୍‌ଠାକ୍‌ ହୋଇଯିବାରୁ ଏହାକୁ ପୁଣି ପର୍ୟ୍ୟଟକଙ୍କ ନିମନ୍ତେ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ; ଚଳିତ ବର୍ଷ ଶିମିଳିପାଳକୁ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛିଟା ବ୍ୟବସ୍ଥା ହାତକୁ ନିଆଯାଇଛି। ପର୍ୟ୍ୟଟକଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ବରେହିପାଣିଠାରେ ଟ୍ରାଇବାଲ୍‌ କିଚେନ୍‌ର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଅଞ୍ଚଳବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ଏହି ରୋଷେଇଶାଳାରେ କେବଳ ନିରାମିଷ ଭୋଜନର ବ୍ୟବସ୍ଥା କରାଯାଇଛି। ସେହିପରି ଶିମିଳିପାଳର ମକୁମାରୀ, ଗୁଡ଼ୁଗୁଡ଼ିଆ ଓ ଜାମୁଆଣିରେ ରାତ୍ରୀ ରହଣି ପାଇଁ ପର୍ୟ୍ୟଟକଙ୍କୁ ଧାର୍ୟ୍ୟ ଦିବସ ର୍ପୂବରୁ ଅନ୍‌ଲାଇନ୍‌ ବୁକିଂ କରିବାକୁ ପଡ଼ିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ONA

Leave a Reply

Top