You are here
Home > ଅଧିକ ଖବର > ପରିପକ୍ୱ ନୁହନ୍ତି ଯୁବରାଜ

ପରିପକ୍ୱ ନୁହନ୍ତି ଯୁବରାଜ

କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି । ରାଜନୀତିର ଅ…ଆ ଭଲ ଭାବରେ ପଢି ନାହାନ୍ତି । ବାଚଳାମୀ ଯାଇନି । ରାଜନୀତିରେ ଏଯାଏଁ ପରିପକ୍ୱ ହୋଇ ନାହାନ୍ତି । ବହୁ ସମୟରେ ତାଙ୍କର ବୟାନ ଓ ଭାଷଣବାଜିକୁ ନେଇ ବିରୋଧୀ ଏମିତି ଢଙ୍ଗରେ ତାତ୍ସଲ୍ୟ କରି କାଉଣ୍ଟର କରି ଥାଆନ୍ତି । ଏବେ ନିଜ ଦଳ ଭିତରୁ ବି ଏମିତି କଥା ଶୁଣିବାକୁ ମିଳିଲାଣି । ପ୍ରତ୍ୟକ୍ଷରେ କେହି ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁ ନଥିଲେ ବି ପରୋକ୍ଷରେ ଇସାରା ଦେଇଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ଶିଲା ଦିକ୍ଷୀତ । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶିଲା କହିଛନ୍ତି, ରାହୁଲ ଏବେ ବି ରାଜନୀତି ଭାଷାକୁ ଭଲ ଭାବରେ ବୁଝି ନାହାନ୍ତି । ତାଙ୍କୁ ଆଉ କିଛି ସମୟ ଲାଗିପାରେ । ରାହୁଲଙ୍କ ଆଗରେ ଲମ୍ବା ସମୟ ପଡିଛି । ଶିଲାଙ୍କ ଏଭଳି ମନ୍ତବ୍ୟକୁ ନେଇ କଂଗ୍ରେସ ଦଳରେ ଚର୍ଚ୍ଚା ଜୋର ଧରିଛି । କାରଣ ଶିଲାଙ୍କୁ ଦଳ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛି । କିନ୍ତୁ ଶିଲାଙ୍କୁ ବିଭିନ୍ନ କ୍ୟାମ୍ପେନରେ ଦେଖିବାକୁ ମିଳୁ ନାହିଁ । ଏକାକି ଗଡ ସମ୍ଭାଳିବା ପାଇଁ ଆଗଭର ହୋଇଛନ୍ତି କଂଗ୍ରେସ ଯୁବରାଜ । ଶିଲାଙ୍କୁ ଅଣଦେଖା ହେଉଥିବା କୁହାଯାଉଛି । ରାହୁଲଙ୍କୁ ପାର୍ଟି ସୁପ୍ରିମୋ କରିବାର ପ୍ରଶ୍ନର ଉତ୍ତରରେ ଶିଲା କହିଛନ୍ତି, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପରେ ତାଙ୍କୁ ଗୁରୁ ଦାୟିତ୍ୱ ମିଳିପାରେ । ଏମିତି ବି ଦଳପତି ପରିବର୍ତ୍ତନ ସପକ୍ଷରେ ପୂର୍ବରୁ ବହୁ ବରିଷ୍ଠ ନେତା ଦାବି କରି ଆସୁଛନ୍ତି । ଉତ୍ତରପ୍ରଦେଶରେ ଦଳ ସମାଜବାଦୀ ପାର୍ଟି ସହ ମେଣ୍ଟ କରିଛି । ମୁଲାୟମ ସିଂହ ଓ ରାହୁଲ ଗାନ୍ଧି ଏକାଠି ପ୍ରଚାର ମୈଦନାକୁ ଓହ୍ଲାଇଛନ୍ତି । ୟୁପି ପାଇଁ ଦମ୍ ଲଗାଇ ଦେଇଛନ୍ତି ରାହୁଲ । ଫଳାଫଳ ତାଙ୍କ ପାଇଁ ନିର୍ଣ୍ଣୟକ ହୋଇପାରେ । ସେହିପରି ସୋନିଆ ଗାନ୍ଧିଙ୍କ ଅସୁସ୍ଥତା ବି ଆଉ ଏକ କାରଣ । ଏସବୁ ଦୃଷ୍ଟିରୁ ଚଳିତବର୍ଷ ଶେଷ ସୁଦ୍ଧା ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ପରିଚାଳିତ ହେବା ଆଶା କରାଯାଉଛି ବୋଲି ଶିଲା କହିଛନ୍ତି । ସେପଟେ ପ୍ରିୟଙ୍କାଙ୍କୁ ପ୍ରଶଂସାରେ ବି ପୋତି ପକାଇଛନ୍ତି । ପ୍ରିୟଙ୍କାଙ୍କୁ କଂଗ୍ରେସର ୟୁଥ୍ ଆଇକନ୍ ବୋଲି ଅଭିହିତ କରିଛନ୍ତି ମାଡାମ୍ ଶିଲା । ୟୁପିରେ କଂଗ୍ରେସ-ସପା ମେଣ୍ଟ ପଛରେ ପ୍ରିୟଙ୍କାଙ୍କ ହାତ ରହିଛି । ଭବିଷ୍ୟରେ ଭାଇ ଭଉଣୀ ରାଜନୀତି ମୈଦାନକୁ ଓହ୍ଲାଇବେ ଓ କଂଗ୍ରେସର ପୂର୍ବ ଗୌରବକୁ ଫେରାଇ ଆଣିବେ ବୋଲି ସମସ୍ତେ ଆଶା ରଖିଛନ୍ତି ବୋଲି ଶିଲା କହିଛନ୍ତି ।

ONA

Leave a Reply

Top