You are here
Home > ଏକ୍ସକ୍ଲୁସିଭ୍ > ପଣ୍ଡାଙ୍କ ମାଡରେ ସତପଥୀ ଚେପା

ପଣ୍ଡାଙ୍କ ମାଡରେ ସତପଥୀ ଚେପା

ଭୁବନେଶ୍ବର : ବିରି ମାଡ଼ ଦେଖି କୋଳଥ ଚେପା ଭଳି ଏବେ ବିଜେଡି ସାଂସଦ ତଥାଗତ ସତପଥୀଙ୍କ ଅବସ୍ଥା ହୋଇଥିବା ରାଜନୈତିକ ମହଲରେ ବେଶ ଆଲୋଚନା ଚାଲିଛି। ଏପରିକି ବିଜେଡି ଭିତରେ ବି ତଥାଗତଙ୍କ ନିରବତାକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରାଯାଉଛି। ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ େଯପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତଡ଼ିଦେଲେ ସେଥିରେ ତଥାଗତ ଶଙ୍କା ମଧ୍ଯରେ ରହିବା ସ୍ବଭାବିକ ବୋଲି କୁହାଯାଉଛି। ବୈଜୟନ୍ତଙ୍କ ହାତରେ ଏକ ଶକ୍ତିଶାଳୀ ଟିଭି ଚ୍ୟାନେଲ୍ ଥିବା ସତ୍ତ୍ବେ ନବୀନ ତାଙ୍କୁ ଗୁରୁତ୍ବ ଦେଲେ ନାହó। ଏଣୁ ତଥାଗତ ବା ତାଙ୍କ ପାଖରେ କ’ଣ? ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଛାଇ ପଡ଼ିଲେ ତଥାଗତଙ୍କ ନାଇ ଡିଏଁ। ତଥାଗତ କୌଣସି ପରିସ୍ଥିତିରେ ସୌମ୍ୟଙ୍କୁ ଗ୍ରହଣ କରିପାରନ୍ତି ନାହó। ଏହାର ଅନେକ ନଜିର ମଧ୍ଯ ରହିଛି। ଦୁଇଙ୍କ ମଧ୍ଯରେ ତିକ୍ତତା ଏକଦା ରାଜ୍ୟ ରାଜନୀତିରେ ବେଶ ଚଚ୍ର୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସୌମ୍ୟଙ୍କ ଆମ ଓଡ଼ିଶା ପକ୍ଷରୁ େଯଉଁ ରକ୍ତ ସଂଗ୍ରହ କରାଯାଇଥାଏ ତାକୁ ବିରୋଧ କରି ତଥାଗତ ଅର୍ଥ ବ୍ୟୟ କରି ରାଜଧାନୀର ଚାରିଆଡ଼େ କଟ୍ଅଫ୍ ଲଗାଇ ବିରୋଧ କରିଥିଲେ। ସୌମ୍ୟ େଯଉଁ କାର୍ଯ୍ୟକ୍ରମକୁ ଯାଆନ୍ତି ତଥାଗତ ନିଜକୁ ସେଠାରୁ ଦୂରେଇ ରଖିଥାନ୍ତି। ଏପରିକି ଓଡ଼ିଶା ପ୍ରେସ୍ କ୍ଲବ୍ ଗଠନ ସମୟରେ ଦୁହóଙ୍କର ତିକ୍ତତା ପଦାକୁ ଆସିଥିଲା। କ୍ଲବ୍ର ଅନ୍ୟ ନିଦ୍ର୍ଧେଶକମାନଙ୍କୁ ହାତ କରି ତଥାଗତ ପରିଚାଳନା କମିଟିରୁ ସୌମ୍ୟଙ୍କୁ ଦୂରେଇ ରଖିବାରେ ସମର୍ଥ ହୋଇଥିଲେ। ସୌମ୍ୟରଞ୍ଜନ େଯଉଁଦିନ ଭୁବନେଶ୍ବର ବାହାରେ ଥିଲେ ସେହିଦିନ ଜାଣିଶୁଣି କ୍ଲବ୍ ପାଇଁ ରେଜିଷ୍ଟ୍ରେସନ କରାଯାଇଥିଲା। ରେଜିଷ୍ଟ୍ରେସନ ସମୟରେ ସମସ୍ତଙ୍କ ଦସ୍ତଖତ ଆବଶ୍ୟକ ପଡୁଥିବାରୁ ସୌମ୍ୟଙ୍କ ଅନୁପସ୍ଥିତି େଯାଗୁ ସେ ଆଉ ଦସ୍ତଖତ ଦେଇପାରିଲେ ନାହିଁ କି ଆଉ କ୍ଲବ୍ରେ ରହି ପାରିଲେ ନାହó। କ୍ଲବ୍ ଗଠନ ହେବା ପୂର୍ବରୁ େଯତେ ବୈଠକ ବସିଛି ସବୁଥିରେ ସୌମ୍ୟରଞ୍ଜନ ଆସିଥାନ୍ତି ଓ ମୁଖ୍ୟଭାଗରେ ରହିଥାନ୍ତି। ତଥାଗତ କ୍ଲବ୍ର ମୁଖ୍ୟ ହେବା ପାଇଁ ଅନ୍ୟମାନଙ୍କୁ ହାତବାରିସି କରି ଚାଲ୍ ଖେଳି ସୌମ୍ୟଙ୍କୁ ଦୂରେଇ ରଖିଲେ। ଏଭଳି ଅନେକ ନଜିର ଉଭୟଙ୍କ ତିକ୍ତତା ସଂପର୍କରେ ରହିଛି। ଯାହାକି ଉଭୟଙ୍କ ଖବରକାଗଜରେ ଅନେକ ସମୟରେ ପରିପ୍ରକାଶ ମଧ୍ଯ ହୋଇଛି। ଏକ୍ଷେତ୍ରରେ ସୌମ୍ୟରଞ୍ଜନ େଯତେବେଳେ ବିଜେଡିରେ ଆସି ମିଶିବାକୁ ବସିଲେ ଏ ଖବର ଜାଣିବା ପରେ ତଥାଗତ ତାଙ୍କ ଖବରକାଗଜ ମାଧ୍ଯମରେ ବିରୋଧ କରିବା ଆରମ୍ଭ କରିଦେଲେ। ବିଜେଡିକୁ ସୌମ୍ୟରଞ୍ଜନ ଆସନ୍ତୁ ଏକଥା ତଥାଗତ ଚାହୁଁ ନଥିଲେ। କିନ୍ତୁ ବୈଜୟନ୍ତଙ୍କ ଉପରେ େଯତେବେଳେ ନବୀନ ଆସ୍ଥା ତୁଟାଇବାକୁ ମନସ୍ଥ କଲେ ସେତେବେଳେ ତାଙ୍କ ପାଖରେ ତଥାଗତଙ୍କ ମିଡିଆ ହାଉସ ଥିଲା। ମାତ୍ର ତଥାଗତଙ୍କ ଉପରେ ନବୀନଙ୍କ ଭରସା ନଥିଲା। କାରଣ ବିଭିନ୍ନ ସମୟରେ ତଥାଗତ ତାଙ୍କ ସµାଦକୀୟରେ ନବୀନଙ୍କ ଅଧୀନରେ ଥିବା ବିଭାଗକୁ କଟୁ ସମାଲୋଚନା କରିଛନ୍ତି। ଅଫିସରଙ୍କୁ ସମାଲୋଚନା କରିବା ବାହାନାରେ ନବୀନଙ୍କୁ ଅପାରଗ ଦର୍ଶାଇବାକୁ ମଧ୍ଯ ପଛାଇନଥିଲେ। ଏଣୁ ସୌମ୍ୟରଞ୍ଜନଙ୍କୁ ଆଣିଲେ ଏକ ଶକ୍ତିଶାଳୀ ମିଡିଆ ହାଉସ ନିଜ ସହ ରହି ପାରିବ ଭାବି ନବୀନ ପଦକ୍ଷେପ ନେଲେ। ଏହାଦ୍ବାରା ଆବଶ୍ୟକ ପଡ଼ିଲେ ତଥାଗତଙ୍କୁ ମଧ୍ଯ ଦୂରେଇ ଦେବାକୁ ପଛାଇବେ ନାହó ଏଭଳି ଏକ ବାତ୍ର୍ତା ପରୋକ୍ଷରେ ଦେଇଛନ୍ତି। ସୌମ୍ୟଙ୍କ ବିଜେଡିରେ େଯାଗଦାନ ନେଇ େଯତେବେଳେ ଏକପ୍ରକାର ସ୍ଥିର ହୋଇଗଲା ଓ ଏ ଖବର ପଦାକୁ ଆସିଲା ସେତେବେଳେ ତଥାଙ୍କ ଆଖିରୁ ନିଦ ହଜିଗଲା। ସେ ଆଉ ସମ୍ଭାଳି ନପାରି ସୌମ୍ୟରଞ୍ଜନଙ୍କ ପରିବାରକୁ ଆକ୍ଷେପ କରି ସµାଦକୀୟ ଲେଖିଲେ। ରାଜ୍ୟର ଶତ୍ରୁ ଓ ଅବିଶ୍ବାସୀ ବୋଲି ଚିତ୍ରଣ କଲେ। ତଥାଗତ ଭାବିଥିଲେ ତାଙ୍କ ଏହି ଲେଖାର ପ୍ରଭାବ ନବୀନଙ୍କ ଉପରେ ପଡ଼ିବ। ହେଲେ ଏସବୁକୁ ଖାତିର ନକରି ସୌମ୍ୟରଞ୍ଜନଙ୍କୁ ଦଳରେ ମିଶାଲେ ତାହା ନୁହେଁ ଏକାଥରେ ରାଜ୍ୟସଭା ସଦସ୍ୟ ପଦବୀ ମଧ୍ଯ ଟେକିଦେଲେ। ତଥାଗତ ଲୋକସଭାରେ ବସିଲେ, ସୌମ୍ୟରଞ୍ଜନ ରାଜ୍ୟସଭାରେ ବସିବେ। ସଂସଦୀୟ ଦଳ ବୈଠକ ହେଲେ ଉଭୟ ମୁହଁାମୁହó ହେବେ। ଏସବୁକୁ ତଥାଗତ କିପରି ସହି ରହିଛନ୍ତି ତାହା ସମସ୍ତଙ୍କୁ ଏବେ ଆଶ୍ଚର୍ଯ୍ୟ କରିଛି। ସେ ଖବରକାଗଜରେ କିଛି ଲେଖୁଛନ୍ତି ନା ସୋସିଆଲ ମିଡିଆରେ କିଛି ମତ ରଖୁଛନ୍ତି। ହଠାତ୍ ସେ େଯମିତି ଚୁପ୍ ହୋଇଯାଇଛନ୍ତି। ଅତୀତର କଥା ମନେପକାଇ ସେ ନିରବ ରହିଥିବା କଥା ମଧ୍ଯ କୁହାଯାଉଛି। କାରଣ ଅତୀତରେ ତାଙ୍କୁ ନବୀନ ଥରେ ଦଳରୁ ବାହାର କରିଦେଇଥିଲେ। ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ତାଙ୍କଠାରୁ ସାତ ସାନ ରାଜନେତାଙ୍କୁ ଧରି ବହୁ କଷ୍ଟରେ ବିଜେଡିକୁ ଫେରିଥିଲେ ତଥାଗତ । ଏବେ ବୈଜୟନ୍ତଙ୍କୁ େଯତେବେଳେ ନବୀନ ଦୂରେଇ ଦେଲେଣି ସେତେବେଳେ ଆଉ ବେଶୀ ସ୍ପଷ୍ଟବାଦିତା ଭାବ ନଦେଖାଇ ରାଗକୁ ମନରେ ମାରି ଚୁପ୍ ରହିଛନ୍ତି ବୋଲି ଆଲୋଚନା ହେଉଛି।

ONA

Leave a Reply

Top