You are here
Home > ଲାଟେଷ୍ଟ > ପଟାଙ୍ଗୀ ଗଣଦୁଷ୍କର୍ମ: ତଦନ୍ତ ପାଇଁ ୫ଟି ଟିମ୍‌ ଗଠନ

ପଟାଙ୍ଗୀ ଗଣଦୁଷ୍କର୍ମ: ତଦନ୍ତ ପାଇଁ ୫ଟି ଟିମ୍‌ ଗଠନ

କୋରାପୁଟ: କୋରାପୁଟ ପଟାଙ୍ଗୀରେ ନବମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ୫ଟି ଟିମ୍‌ ଗଠନ ହୋଇଛି । ଏହି ଘଟଣା ସମ୍ପର୍କରେ ପଚରାଉଚୁରା ପାଇଁ କ୍ୟାମ୍ପକୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଯାଇଛନ୍ତି। ଏ ନେଇ ପୋଲିସ ଘଟଣାସ୍ଥଳରେ ଛାନଭିନ୍ କରୁଥିବା ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଆରପି ଶର୍ମା। ଘଟଣାରେ ଜଡ଼ିତ ଥିବା ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଧରାଯିବ । ଘଟଣାରୁ ପ୍ରକାଶଗତ ସୋମବାର ଫଟୋ ଉଠାଇ ଫେରୁଥିବାବେଳେ ଛାତ୍ରୀଙ୍କୁ ଅଭିଯୁକ୍ତମାନେ ଉଠାଇ ନେଇଥିଲେ ଓ ଦୁଷ୍କର୍ମ ପରେ ତାଙ୍କୁ ଛାଡି ଚାଲିଯାଇଥିଲେ । ଛାତ୍ରୀ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରାଯାଇଥିଲା । ନାବାଳିକାର ଚିକିତ୍ସା ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି । ଛାତ୍ରୀଜଣକଙ୍କର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତିମାନ ସ୍ଥିର ରହିଥିବା ସୂଚନା ମିଳିଛି। ଦୁର୍ବୃତ୍ତମାନେ ଯବାନଙ୍କ ଡ୍ରେସ୍‌ ପିନ୍ଧି ଥିଲେ ଏବଂ ତାଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲା ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖଦ ଓ ନୀନ୍ଦନୀୟ କହି ଦୁଃଖ ପ୍ରକାଶ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ,ଏହି ଘଟଣାରେ ଛାତ୍ରୀଙ୍କୁ ପୀଡିତାଙ୍କ ନ୍ୟାୟ ଦେବା ଦାବିରେ ଗତକାଲି କୋରାପୁଟ ପଟ୍ଟାଙ୍ଗୀ କୁନ୍ଦୁଲି ହାଟ ନିକଟରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। ଗତକାଲି ସଂଧ୍ୟାବେଳେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଲୋକଙ୍କ ପାଖକୁ ଯାଇ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ହଟିଥିଲେ। ଅନ୍ୟପକ୍ଷରେ ଏହି ଘଟଣାରେ ନାବାଳିକାକୁ ନ୍ୟାୟ ଦେବାକୁ ସାରା ରାଜ୍ୟବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ବିଭିନ୍ନ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ONA

Leave a Reply

Top