You are here
Home > ଏକ୍ସକ୍ଲୁସିଭ୍ > ପଞ୍ଚାୟତ ନିର୍ବାଚନ: ଭୋଟ ବର୍ଜନ କରିବେ ତିନି ଜିଲ୍ଲାର ଝୋଡିଆ

ପଞ୍ଚାୟତ ନିର୍ବାଚନ: ଭୋଟ ବର୍ଜନ କରିବେ ତିନି ଜିଲ୍ଲାର ଝୋଡିଆ

ଭୁବନେଶ୍ୱର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଗୁଲ ବାଜି ସାରିଲାଣି । ଆଗାମୀ ଫେବ୍ରୁଆରୀରେ ମତଦାନ ହୋଇପାରେ । ଏଥର ରାଜ୍ୟର ପଞ୍ଚାୟତ ସଂଖ୍ୟା ୬ ହଜାର୨୧୧ରୁ ୬ ହଜାର ୮୧୪କୁ ବୃଦ୍ଧି ପାଇଛି । ରାଜ୍ୟ ସରକାର ୬୦୩ଟି ପଞ୍ଚାୟତ ବୃଦ୍ଧି କରିବାକୁ ଚାହୁଁଥିଲେ, ହେଲେ ସେଥି ମଧ୍ୟରୁ ୧୮୮ଟି ନବଗଠିତ ପଞ୍ଚାୟତକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ଅଛି । ତେବେ ବିବାଦୀୟ ୧୮୮ଟି ନୂଆ ପଞ୍ଚାୟତକୁ ନେଇ ଚାଲିଥିବା ମାମଲା ଫଇସଲା ଶୀଘ୍ର ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉଦ୍ୟମ ହେଉଛି । ହେଲେ ରାଜ୍ୟ ନିର୍ବାଚନ କମିଶନଙ୍କ ଚିନ୍ତା ରାୟଗଡା ଜିଲ୍ଲାର କାଶୀପୁର ବ୍ଲକକୁ ନେଇ । ଗତଥର ପରି ଏଥର ଏଠାରେ ପଞ୍ଚାୟତ ନିର୍ବାଚନ ହେବ ନା ନାହିଁ । କାରଣ ଏଠିକାର ଝୋଡିଆ ସଂପ୍ରଦାୟର ଲୋକ ଆଦିବାସୀ ମାନ୍ୟତା ଦାବିରେ ଅଡି ବସିଛନ୍ତି ।

          ଆଦିବାସୀ ଝୋଡିଆଙ୍କ ଦାବି

  • ଯୋର ଧରିଲା ମାନ୍ୟତା ନାହିଁତ ଭୋଟ ନାହିଁ ଦାବି
  • ତିନି ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପ୍ରଭାବିତ ହେବା ଆଶଙ୍କା
  • ତିନି ଜିଲ୍ଲାର ୮୦ ହଜାର ଝୋଡିଆ ଭୋଟ ବର୍ଜନରେ ହେବେ ସାମିଲ
  • କୋରାପୁଟ,ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ଝୋଡିଆ ବର୍ଜନ କରିବେ ଭୋଟ
  • ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଲାଗି ସୁଯୋଗ

ରାୟଗଡା ଜିଲ୍ଲାର କାଶୀପୁର ଓ କଲ୍ୟାଣସିଂହପୁର, କୋରାପୁଟ ଜିଲ୍ଲାର ଦଶମନ୍ତପୁର ଓ ଲକ୍ଷ୍ମୀପୁର ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ୮୦ହଜାର ଝୋଡିଆ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି । ୧୯୯୭ ମସିହା ପର୍ଯ୍ୟନ୍ତ ୩ଟି ଜିଲ୍ଲାରେ ରହୁଥିବା ଝୋଡିଆ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳୁଥିଲା । କିନ୍ତୁ ସରକାରୀ ସ୍ତରରେ ତ୍ରୁଟି ଯୋଗୁଁ ଏହା ପରଠାରୁ ଝୋଡିଆଙ୍କର ଆଦିବାସୀ ମାନ୍ୟତା କାଟ୍ ଖାଇଲା । ଆଦିବାସୀ ମାନ୍ୟତା ଦାବି କରି ଗତ ୨୦୧୨ ତି୍ରସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଝୋଡିଆ ମାନେ ବର୍ଜନ କରିଥିଲେ । ଫଳରେ କାଶୀପୁର ବ୍ଲକରେ ନିର୍ବାଚନ ହୋଇନଥିଲା । ସେଥିାଇଁ ରାଜ୍ୟର ୮୫୪ଟି ଜିଲ୍ଲା ପରିଷଦ ମଧ୍ୟରୁ  ୮୫୧ଟିରେ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲେ । ଏବେ କାଶୀପୁର ବ୍ଳକର ପଞ୍ଚାୟତ ସଂଖ୍ୟା ୨୦ରୁ ୨୪କୁ ବୃଦ୍ଧି ଘଟିଛି । କିନ୍ତୁ ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଏକ ବଡ ପ୍ରସଂଗ ଭାବେ ପଞ୍ଚାୟତ ନିର୍ବାଚନରେ ଉଭା ହେଲାଣି  ।
ଯଦିଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓଡିଆ ଏବଂ ରାଜ୍ୟର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା ରାୟଗଡା ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି । ତଥାପି ଝୋଡିଆଙ୍କ ସମସ୍ୟାର ସମାଧହୋଇପାରୁନି । ଏଥିାଇଁ ଝୋଡିଆଙ୍କ ପ୍ରତିନିଧି ଦଳ ବାରମ୍ବାର ଦିଲ୍ଲୀ ଯାଇ ବିଭିନ୍ନ ସମୟରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଭେଟି ନିଜ ଦାବି ଉପସ୍ଥାପନ କରିଛନ୍ତି । ଗତ ମାର୍ଚ୍ଚ ୧୧ରେ ଏକ ପ୍ରତିନିଧି ଦଳ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ । ସଂସଦରେ ଏନେଇ ଆଲୋଚନା କରି ଫଳପ୍ରଦ ନିଷ୍ପତ୍ତି ନିଆଯିବ ବୋଲି ୨ ଓଡିଆ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏଯାଏଁ ସୁଫଳ ମିଳିଲା ନାହିଁ । ପୂର୍ବରୁ କଂଗ୍ରେସ ନେତୃତାଧୀନ ଉପା ସରକାର ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ତକ୍ରାଳୀନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ ଝୋଡିଆ ସଂପ୍ରଦାୟ । ଓଡିଶା ସରକାର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ନିକଟରେ ଅଟକି ଥିବା କହୁଛନ୍ତି । କେନ୍ଦ୍ର ସରକାର ସଂସଦରେ ବିତର୍କର କଥା କହି ଦିନ ପରେ ଦିନ ଗଡାଇ ଚାଲିଛନ୍ତି ।
ତେବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଝୋଡିଆଙ୍କ ସମସ୍ୟା ଦୂର କରିପାରିଲେ କାଶୀପୁର ଜିଲ୍ଲା ପରିଷଦର ୩ଟି ଆସନ ବିଜେପି ଖାତାକୁ ଯାଇପାରନ୍ତା । ନଚେତ ୨୦୧୭ରେ ଯେଉଁ ପଞ୍ଚାୟତ ନିର୍ବାଚନ ହେବ ସେହି ସମୟରେ ଝୋଡିଆ ସଂପ୍ରଦାୟ ପୁଣି ଭାବେ ଉଭା ହେବ । ତେଣୁ ଜୁଏଲ ଏଭଳି ସୁଯୋଗ ହାତଛଡା କରିବେ କି?

ONA

Leave a Reply

Top