You are here
Home > ଲାଟେଷ୍ଟ > ନ୍ୟାୟପାଳିକା ଇତିହାସରେ ପ୍ରଥମ ଘଟଣା: ଗଣମାଧ୍ୟମରେ ଅସହାୟତା ପ୍ରକାଶ କଲେ ବିଚାରପତି

ନ୍ୟାୟପାଳିକା ଇତିହାସରେ ପ୍ରଥମ ଘଟଣା: ଗଣମାଧ୍ୟମରେ ଅସହାୟତା ପ୍ରକାଶ କଲେ ବିଚାରପତି

ନୂଆଦିଲ୍ଲୀ: ପୂର୍ବରୁ ଭାରତ ଇତିହାସରେ କେବେବି ଯାହା ଘଟିନଥିଲା, ତାହା ଶୁକ୍ରବାର ସର୍ବସମ୍ମୁଖକୁ ଆସିଛି । ସୁପ୍ରିମକୋର୍ଟର ଚାରି ଜଣ ବିଚାରପତି ଗଣମାଧ୍ୟମ ସମ୍ମୁଖରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସାମ୍ବାଦିକ ସମ୍ମିଳନୀ ଡାକି ସୁପ୍ରିମକୋର୍ଟରେ ପ୍ରଶାସନିକ କାର୍ଯ୍ୟ ଠିକ ଢ଼ଙ୍ଗରେ ହେଉ ନଥିବା ଅଭିଯୋଗ ଆଣିଛନ୍ତି । ଜଷ୍ଟିସ ଜେ ଚେଲାମେଶ୍ୱର କହିଛନ୍ତି, ଆମେ ଚାରି ଜଣ ଗଣମାଧ୍ୟମକୁ ଧ୍ୟନବାଦ ଜଣାଉଛୁ । ଏହା ଯେକୌଣସି ଦେଶ ପାଇଁ ଏକ ଅଭୁତପୂର୍ବ ଘଟଣା । କାରଣ କିଛି ପ୍ରସଙ୍ଗ ସମ୍ପର୍କରେ ଆମେ ଜଣାଇବାକୁ ବାଧ୍ୟ ହେଉଛୁ । ଆମେ ଏହି ସାମ୍ବାଦିକ ସମ୍ମିଳନୀ ଡାକିବାର ଉଦେଶ୍ୟ ଏହି କି ଯେ ପଛରେ କେହି ଯେମିତି ଆମକୁ କହିବେନି ଯେ ଆମେ ଆମ ଆତ୍ମା ବିକି ଦେଇଥିଲୁ । ଆମେ ଖୁସିରେ ସାମ୍ବାଦିକ ସମ୍ମିଳନି କରିନୁ । ବିକଳ୍ପ ନଥିବାରୁ ଗଣମାଧ୍ୟମ ସାମ୍ନାକୁ ଆସିବାକୁ ବାଧ୍ୟ ହେଲୁ । ନ୍ୟାୟପାଳିକା ସୁରକ୍ଷିତ ନରହିଲେ ଦେଶର ଗଣତନ୍ତ୍ର ବ୍ୟବସ୍ଥା ଭୁଶୁଡି ପଡିବ ।
ଏହି ଚାରିଜଣ ବିଚାରପତି କହିଛନ୍ତି ଯେ, ସୁପ୍ରିମକୋର୍ଟର ପ୍ରଶାସନିକ କାର୍ଯ୍ୟରେ ସୁଧାର ଆଣିବା ପାଇଁ ସେମାନେ ମୁଖ୍ୟ ବିଚାରପତିଙ୍କୁ ଅନେକ ଥର ଅନୁରୋଧ କରିଛନ୍ତି । କିନ୍ତୁ ସେମାନଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ଜଷ୍ଟିସ୍ ଜେ ଚେଲାମେଶ୍ୱର , ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ମଦନ ଲୋକୁର ଓ ଜଷ୍ଟିସ୍ କୁରିୟନ ଯୋଶେଫ୍ ଗଣମାଧ୍ୟମ ସମ୍ମୁଖକୁ ଆସିଥିଲେ ।

ONA

Leave a Reply

Top