You are here
Home > ଗସିପ ଖବର > ନୂଆଦିଲ୍ଲୀ: କହ୍ନେୟା କୁମାରଙ୍କ ସହ ଜେଏନ୍‌ୟୁର ୨୦ଜଣ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ: କହ୍ନେୟା କୁମାରଙ୍କ ସହ ଜେଏନ୍‌ୟୁର ୨୦ଜଣ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) କାର୍ୟ୍ୟାଳୟ ପରିସରରେ କୁଳପତି ଓ ଅନ୍ୟ ଅଧିକାରୀଙ୍କୁ ବେଆଇନ ଅଟକ ରଖିବା ଅଭିଯୋଗରେ ଜେଏନ୍‌ୟୁର ପୂର୍ବତନ ସଭାପତି କହ୍ନେୟା କୁମାର ଓ ଉମର ଖାଲିଦଙ୍କ ସମେତ ୨୦ଜଣ ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ପ୍ରଶାସନ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଜେଏନ୍‌ୟୁ ଛାତ୍ର ନଜୀବ ଅହମ୍ମଦଙ୍କ ନିଖୋଜ ନେଇ କହ୍ନେୟା ଓ ଅନ୍ୟମାନେ କୁଳପତିଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଗତମାସରେ ୨୦ ଘଣ୍ଟାରୁ ଅଧିକ ସମୟ ଅଟକ ରଖିଥିଲେ। ବିଶ୍ୱବିଦ୍ୟାଳୟର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ଠାରୁ ଅଭିଯୋଗ ମିଳିବା ପରେ ୨୦ଜଣଙ୍କ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଶୃଙ୍ଖଳା କମିଟି ଆଗରେ ଜବାବ ରଖିବା ପାଇଁ ନିର୍ଦେଶ ଦିଆଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନିଖୋଜ ଛାତ୍ର ନଜୀବଙ୍କୁ ଖୋଜି ବାହାର କରିବାରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ଦିଲ୍ଲୀ ପୁଲିସ ବିଫଳ ହୋଇଥିବାରୁ ଜେଏନ୍‌ୟୁ ଛାତ୍ର ଏବଂ ଅଧ୍ୟାପକମାନେ ବିକ୍ଷୋଭ କରିଆସୁଛନ୍ତି। ୨୭ ବର୍ଷିୟ ବାୟୋଟେକ୍‌ନୋଲୋଜି ଛାତ୍ର ନଜୀବ ଗତ ଅକ୍ଟୋବର ୧୫ ତାରିଖ ରାତିରୁ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ  ନିଖୋଜ ଅଛନ୍ତି।

ONA

Leave a Reply

Top