You are here
Home > Breaking News > ନୀବନଙ୍କୁ ଭେଟିଲେ ହିନ୍ଦୋଳ ଏନଏସିର ବିଜୟୀ ବିଜେଡ଼ି ପ୍ରାର୍ଥୀ

ନୀବନଙ୍କୁ ଭେଟିଲେ ହିନ୍ଦୋଳ ଏନଏସିର ବିଜୟୀ ବିଜେଡ଼ି ପ୍ରାର୍ଥୀ

ଭୁବନେଶ୍ୱର: ହିନ୍ଦୋଳ ଓ ଅତାବିରା ଏନଏସି ନିର୍ବାଚନରେ ବିଜେଡ଼ି ବିପୁଳ ବିଜୟ ଲାଭ କରିଛି । ଏହି ଅବସରରେ ହିନ୍ଦୋଳ ଏନଏସିରେ ୧୬ଟି ୱାର୍ଡ଼ ମଧ୍ୟରୁ ୧୩ଟିରେ ବିଜେଡ଼ି ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ସମସ୍ତ ୧୩ଜଣ ବିଜୟୀ ପ୍ରାର୍ଥୀ ତଥା ନବ ନିର୍ବାଚିତ କାଉନସିଲରମାନଙ୍କୁ ଭୁବନେଶ୍ୱରଠାରେ ଥିବା ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ପରେ ଏହି ବୀଜୟୀ କାଉନସିଲରମାନଙ୍କୁ ଏକ ଶୋଭାଯାତ୍ରାରେ ନିଆଯାଇ ନବୀନ ନିବାସକୁ ନିଆଯାଇଥିଲା ।

ନବୀନ ନିବାସରେ ଏହି ବୀଜୟୀ କାଉନସିଲରମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ କାମନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ଉପସ୍ଥିତ କାଉନସିଲର୍ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକମରେ ବିଜେଡ଼ିର ବହୁ ବିଶିଷ୍ଟ ନେତାମାନେ ଉପସ୍ଥିତ ରହିଥିଲେ ।

ONA

Leave a Reply

Top