You are here
Home > ଲାଟେଷ୍ଟ > ନୀତୀଶଙ୍କୁ ଏନଡ଼ିଏରେ ସାମିଲ ହେବାର ନିମନ୍ତ୍ରଣ ଦେଲେ ଶାହା

ନୀତୀଶଙ୍କୁ ଏନଡ଼ିଏରେ ସାମିଲ ହେବାର ନିମନ୍ତ୍ରଣ ଦେଲେ ଶାହା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ  ଭାଜପାରେ ଯୋଗଦେବାର ନିମନ୍ତ୍ରଣ । ନିମନ୍ତ୍ରଣ ଦେଇଛନ୍ତି ଖୋଦ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଶୁକ୍ରବାର ନୀତିଶଙ୍କୁ ଶାହା ତାଙ୍କ ଘରେ ଚାହା ପିଇବାର ନିମନ୍ତ୍ରଣ ଦେଇଥିଲେ । ଏହି ସମୟରେ ଦୁଇନେତାଙ୍କ ମଧ୍ୟରେ ଅନେକ ସମୟ ଧରି କଥାବାର୍ତ୍ତା ହୋଇଥିଲା। ଏନେଇ ଶାହା ଟ୍ୱିଟ କରି ଜଣାଇଥିଲେ । ଯେଉଁଥିରେ ସେ ଜେଡ଼ିୟୁକୁ ଏନଡ଼ିଏରେ ସାମିଲ କରିବା ପାଇଁ ନିମନ୍ତ୍ରଣ ଦେଇଥିବା ଉଲ୍ଲେଖ କରିଥିଲେ । କହିରଖୁଛୁ ଯେ, ନିକଟରେ ବିହାରରେ ଆରଜେଡ଼ି-କଂଗ୍ରେସ ମହାଗଠବନ୍ଧନରୁ ନିଜକୁ ଅଲଗା କରି ଜେଡ଼ିୟୁ ଏନଡ଼ିଏ ସହ ମିଶି ସରକାର ଗଠନ କରିଥିଲା । ତେବେ ଯଦି ନୀତୀଶ ଶାହାଙ୍କ କଥାରେ ଏକମତ ହୁଅନ୍ତି ତେବେ ସେ ୪ ବର୍ଷ ପରେ ପୁଣି ଏନଡ଼ିଏକୁ ଫେରିବେ ବୋଲି କୁହାଯାଇପାରିବ । ସେ ୨୦୧୩ ମସିହାରେ ଏନଡ଼ିଏ ସହ ନିଜର ୧୭ ବର୍ଷ ପୁରୁଣା ସଂମ୍ପର୍କକୁ ତୁଟାଇଥିଲେ ।  ସୁଚନା ଯୋଗ୍ୟ ଯେ, ବିହାରରେ ଶାସନ କ୍ଷମତାକୁ ଫେରିବା ପରେ ଏନଡ଼ିଏର ୨୦୧୯ ଟାର୍ଗେଟକୁ ଜିତିବା ଆହୁରୀ ସହଜ ହୋଇଯାଇଛି । ଏବେ ଦେଶରେ ମୋଟ ୧୩ଟି ରାଜ୍ୟରେ ବିଜେପି ସରକାର ଥିବା ବେଳେ ୫ଟି ରାଜ୍ୟରେ ବିଜେପି ଅନ୍ୟ ଦଳ ସହ ମିଶି ସରକାର ଗଢ଼ିଛି । ଏହାସହ ଅନ୍ୟ ୨ଟି ରାଜ୍ୟରେ ଶାସକ ଦଳ ସହ ବିଜେପିର ଭଲ ସଂମ୍ପର୍କ ଥିବା ପରି ମନେ ହେଉଛି ।

ONA

Leave a Reply

Top